ରାଉରକେଲା/ ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ସ୍ବସ୍ତି ସାହିତ୍ୟ ସଂସଦ ଓ ଛେଣ୍ଡ ସ୍ଥିତ ଗୋପଵନ୍ଧୁ ପାଠାଗାରର ମିଳିତ ଆନୁକୂଲ୍ୟରେ ପାଠାଗାରର ପରିସରରେ ମାସିକ ସାରସ୍ବତ ସମାବେଶ ଅନୁଷ୍ଠିତ ହୋଇଯାଇଛି । ସ୍ଵସ୍ତିର ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ପାଠାଗାରର ସଭାପତି ନବଘନ ସାହୁ ସ୍ଵାଗତ ଅଭିଭାଷଣ ରଖିଥିଲେ। “ପରିବର୍ତ୍ତିତ ବିଶ୍ଵରେ ଆର୍ଥିକ ପରିସ୍ଥିତି ଓ ଭାରତ” ଆଲୋଚ୍ୟ ବିଷୟ ସଂପର୍କରେ ଆଲୋଚକ ଇଂ ନଳିନୀକାନ୍ତ ଧର ଆଲୋଚନା କରିଥିଲେ । ଶ୍ରୀ ଧର କହିଥିଲେ ଯେ ଭାରତର ଅର୍ଥନୀତି ଓ ବିଶ୍ବ ଅର୍ଥନୀତି ସହ ଅନେକାଂଶରେ ଜଡିତ ଓ ଜଗତୀକରଣ ପରେ ବିଶ୍ବ ଅର୍ଥନୀତି ସହ ସଂପର୍କ ଆହୁରି ନିବିଡ଼ ହୋଇଛି। ଏପରି ସ୍ଥିତିରେ ଭାରତର ମୁଦ୍ରାସ୍ଫୀତି ମଧ୍ୟ ଆଶାତୀତ ଭାବରେ ବୃଦ୍ଧି ପାଇ ଖୁଚୁରା ୬ପ୍ରତିଶତରୁ ଉର୍ଦ୍ଧ୍ବ ଓ ପାଇକାରୀ ମୁଦ୍ରାସ୍ପୀତି ୧୪ ପ୍ରତିଶତରୁ ଉର୍ଦ୍ଧ୍ବ ରହିଛି। ଯାହାକି ଆରବିଆଇ ନିର୍ଦ୍ଦିଷ୍ଟ ହାରାହାରି ୪ ପ୍ରତିଶତ ଠାରୁ ଅଧିକ। ତେବେ ସଂପ୍ରତି କରୋନା ମହାମାରୀ ମଧ୍ୟରେ ଭାରତର ଅର୍ଥନୀତି ଅନେକ ପ୍ରତିବନ୍ଧକ ଦେଇ ଗତିକରୁଛି। ପରେ ପରେ ବିଶିଷ୍ଟ ଗାଳ୍ପିକ କାଶୀନାଥ ନନ୍ଦୀ ଗଳ୍ପ ପଢ଼ିବା ସହିତ କବି ଡ଼.କୃପାସିନ୍ଧୁ ନାୟକ,ପ୍ରଫେସର ଶଙ୍କର ପ୍ରସାଦ ତ୍ରିପାଠୀ ,ସୁଧୀର ମିଶ୍ର,ଵ୍ରଜେନ୍ଦ୍ର ଦାସ,ରୀତାରାଣୀ ମହାପାତ୍ର, ଗୌତମ ଦାସ,ଅଶୋକ ପଟ୍ଟନାୟକ ଓ ସ୍ମିତା ମିଶ୍ର କଵିତା ପାଠ କରିଥିଲେ । କଵିତା ଗୁଡ଼ିକର ସଂଯୋଜନା ରଶ୍ମି ସାହୁ କରିଥିବା ବେଳେ କଵିତାର ସମୀକ୍ଷା କବୀ ଅଙ୍ଗୁରଵାଳା ପରିଡ଼ା ଓ ଗଳ୍ପ ସମୀକ୍ଷା ବବିତା ମହାପାତ୍ର କରିଥିଲେ।ଏଥି ସହିତ କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ ସ୍ଵସ୍ତିର ଉପସଭାପତି ରାଜକୁମାର ମହାନ୍ତି ଓ ଧନ୍ୟବାଦ ଦେଇଥିଲେ ସ୍ଵସ୍ତିର ସହ-ସାହିତ୍ୟ ସଂପାଦକ ଅଶୋକ ପଟ୍ଟନାୟକ। ଏହି ସଭାରେ ସହରର ଵହୁ ସାହିତ୍ୟ ପ୍ରେମୀ ସର୍ବଶ୍ରୀ ଡ଼ଃ ସୁମନ ଦତ୍ତ, ହରିହର ଶତପଥୀ, ଲକ୍ଷ୍ମଣ ଦାସ, ଵିଜୟଲକ୍ଷ୍ମୀ ପଟ୍ଟନାୟକ, ପରମେଶ୍ବର ପ୍ରଧାନ,ରାଜୀବ ପାଣି, ରାଧାମୋହନ ନାୟକ,ଭଗବାନ ପରିଡ଼ା, ଶରତ ଦାସ,ପ୍ରତାପ କୁମାର ରାୟ, ଅଭିରାମ ପ୍ରଧାନ, ମଞ୍ଜୁଳା ରଥ, ଉର୍ଵଶୀ ଦାଶପତି,ପ୍ରକାଶ ଚନ୍ଦ୍ର ସେଠୀ,ଉପେନ୍ଦ୍ର ବସ୍ତିଆ,ଗୀତାରାଣୀ ବେହେରା, ଵସନ୍ତ ଵିଶ୍ଵକର୍ମା,ପ୍ରଫୁଲ୍ଲ ସାମଲ,ନିରୂପମା ପତି,ନୃସିଂହ ଚରଣ ବିଶ୍ବାଳ ,କୁଞ୍ଜ ଵିହାରୀ ରାଉତ,ସତ୍ୟ ମିଶ୍ର, ଵ୍ରହ୍ମାନନ୍ଦ ପାଢ଼ୀ, ସୁଶାନ୍ତ ପାଣି, ଵିଭୁତି ଦାସ,ଵିଶ୍ବାମିତ୍ର ଦାସ,ପ୍ରମୋଦ ପଟ୍ଟନାୟକ ଓ ଜି.କେ.ରାୟ ପ୍ରମୁଖ ଉପସ୍ଥିତ ଥିଲେ ।କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ ।