ଭବାନୀପାଟଣା,୧୪।୩/ ସାହିତ୍ୟ ଜଗତର ଜଣେ ଉଜ୍ଵଳ ତାରକା ଥିଲେ ଅଖିଳ ନାଏକ । ସେ କବିତା ସଂକଳନ ହେଉ କିମ୍ବା ଔପନ୍ୟାସ, ସାହିତ୍ୟ କଥା ଉଠି ଲେ ଅଖିଳ ନାଏକଙ୍କ ନାମ ମନକୁ ଚାଲି ଆସେ । ଆଦିବାସୀଙ୍କ ମୌଳିକ କଥା, ବ୍ୟଥା ଓ ଦଳିତଙ୍କ ସମସ୍ୟାକୁ ନେଇ ଆଧୁନିକ କବିତା ଲେଖିବାରେ ଯେଉଁ କେତେଜଣ ସିଦ୍ଧହସ୍ତ ସ୍ରଷ୍ଟା ଅଛନ୍ତି, ସେମାନଙ୍କ ମଧ୍ୟରୁ କବି ଅଖିଳ ନାଏକ ଥିଲେ ଅନ୍ୟତମ ।
ଏକାଧିକ କବିତା, ଗଳ୍ପ, ସହ ସାମାଜିକ ଜୀବନଧାରାକୁ ନେଇ ଅନେକ ପୁସ୍ତକ ରଚନା କରି ସାହିତ୍ୟ ଜଗତରେ ନିଜ ପାଇଁ ସୃଷ୍ଟି କରି ପାରିଥିଲେ ଏକ ସ୍ୱତନ୍ତ୍ର ପରିଚୟ । ତାଙ୍କ ୫୨ତମ ଜନ୍ମ ଜୟନ୍ତୀରେ କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ଏକ ସ୍ମୃତି ଚରଣ ସଭା ଅନୁଷ୍ଠିତ ହୋଇଥିଲା। ସ୍ମୃତିଚାରଣ ସଭାରେ ମୁଖ୍ୟ ଅତିଥି ଭାବରେ କବିୟିତ୍ରୀ ଯାଜ୍ଞାସେନୀ ଶାହା, ବିଶିଷ୍ଠ ସ୍ତମ୍ଭକାର ଅମୀୟ ପାଣ୍ଡବ, ଲେଖକ ଆଦିତ୍ୟ ପ୍ରସାଦ ମିଶ୍ର ଯୋଗ ଦେଇ ସ୍ୱର୍ଗତ ଅଖିଳ ନାଏକଙ୍କ ସ୍ମୃତିଚାରଣ କରିଥିଲେ ।ଏହି ଅବସରରେ ସ୍ବର୍ଗତ ଅଖିଳ ନାୟକଙ୍କ ଉଦ୍ଦେଶ୍ୟରେ ପତ୍ରିକା “ଡେରନା” ଉନ୍ମୋଚନ ହୋଇଛି । ଏହି କାର୍ଯ୍ୟକ୍ରମରେ ଅନେକ ବିଶିଷ୍ଟ ଲେଖକ, ଲେଖିକା,ସାମ୍ବାଦିକ ସ୍ତମ୍ଭକାରମାନେ ଯୋଗ ଦେଇ ସ୍ୱର୍ଗତ ଅଖିଳ ନାୟକଙ୍କ ବହୁବିଧ ପୁସ୍ତକ ଉପରେ ସମୀକ୍ଷା କରିବା ସହିତ ଭୁୟସୀ ପ୍ରଶଂସା କରିଥିଲେ। ଆଖିଳଙ୍କ ସମର୍ଥକ ଲିଙ୍ଗରାଜ ଆଜାଦ, ହେମନ୍ତ ଦଳପତି, ସୁବ୍ରତ ବାରିକ, ସାମ୍ବାଦିକ ରଜନୀକାନ୍ତ ମିଶ୍ର, ଅଜିତ ସିଂ, ବିକାଶ ଷଡ଼ଙ୍ଗୀ, ଯଯାତି ଦେଓ, ଛବିଲାଲ ନିଆଲ ସମେତ ଅନେକ ବୁଦ୍ଧିଜୀବୀ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇ ଆଖିଳଙ୍କ ସୃତି ଚାରଣ କରିଥିଲେ । ମ ନି ସ