ନବରଙ୍ଗପୁର(ମସିହା)-ନବରଙ୍ଗପୁ ର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଞ୍ଚାୟତ ଅନ୍ତର୍ଗତ ପ୍ରଧାନୀଗୁଡା ଗ୍ରାମରେ ରହୁଥିବା ସଦନ ଗୌଡ(୨୦) ପିତା ଫଗନୁ ଗୌଡ । ସଦନ ଗୌଡ ସାପ କାମୁଡାରେ ଗୁରୁତର ହୋଇ ଥିବାର ସୂଚନା ମିଳିଛି । ସୂଚନା ଅନୁଯାୟୀ ପ୍ରଧାନୀଗୁଡା ଗ୍ରାମର ରହୁଥିବା ସଦନ ଗୌଡ ସୋମବାର ଦିନ ସକାଳ ୮.୩୦ ମିନିଟ୍ ରେ ନିଜ ଜମିରେ କାମ କରିବା ପାଇଁ ଯାଇଥିଲେ ।ସେହି ସମୟ ରେ ତାଙ୍କ ଡାହାଣ ଗୋଡ ପାଦରେ ଏକ ବିଷାକ୍ତ ସାପ କାମୁଡି ଥିଲା । ସାପ କାମୁଡି ଥିବା ଖବର ତାଙ୍କ ପାରିବାର ସଦସ୍ୟ ମାନଙ୍କୁ ଜଣାଇ ଥିଲେ ! ପରିବାର ଲୋକେ ବିଳମ୍ବ ନ କରି ମଟର ସାଇକଲ ମାଧ୍ୟମ ରେ ପାପଡ଼ାହାଣ୍ଡି ସ୍ଵାସ୍ଥ୍ୟ କେନ୍ଦ୍ର କୁ ଭର୍ତ୍ତି କରାଇଥିଲେ। ଡାକ୍ତର ତାଙ୍କ ଚିକିତ୍ସା ଉପଚାର କରିଥିଲେ। ସୁଚନା ମୁତାବକ ତାଙ୍କ ସ୍ଵାସ୍ଥ୍ୟବସ୍ତା ସ୍ତିର ଥିବା ର ସୁଚନା ମିଳିଛି।