ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଙ୍ଗଲ ସୁରକ୍ଷା ପାଇଁ ସାହାଜଖୋଲ ବନ ସୁରକ୍ଷା ମହାସଙ୍ଘ ପକ୍ଷରୁ ଗୋତୋମୁଣ୍ଡା ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

କୋକସରା,୯/୭  //ଦିନକୁ ଦିନ ଜଙ୍ଗଲ ମାଫିଆଙ୍କ ଲୋଲୁପ ଦୃଷ୍ଟିରେ ପଡି ଦିନେ ଘଞ୍ଚ ଜଙ୍ଗଲ ଥିବା ସାହାଜଖୋଲ ଜଙ୍ଗଲ ଏବେ ଜବରଦଖଲ କାରୀଙ୍କ କବ୍ଜାରେ ସଙ୍କୁଚିତ ହେବାସହ ପଦା ହୋଇ ସାରିଲାଣି। ଏହି ଜଙ୍ଗଲ ଉପରେ ନିର୍ଭର କରି ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳର ବନବାସୀ ମାନେ ପୂର୍ବ ପୁରୁଷାନୁକ୍ରମେ ନିଜର ଜୀବନ ଜୀବିକା ଏହି ଜଙ୍ଗଲ ଜାତ ଦ୍ରବ୍ଯରୁ ନିଜ ପରିବାର ପ୍ରତିପୋଷଣ କରି ଆସୁଥିଲେ । ହେଲେ ବିଗତ କିଛିବର୍ଷ ହେବ ଏହି ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଉପରେ ପଡୋଶୀ ଜିଲ୍ଲାର କିଛି ଆଦିବାସୀଙ୍କୁ ଢାଲ କରି ବଙ୍ଗାଳି ଓ ବିହାରୀ ମକା ମାଫିଆ ମାନେ ହେକ୍ଟର ହେକ୍ଟର ଜଙ୍ଗଲ ନଷ୍ଟ କରି ମକାଚାଷ କରିଛନ୍ତି ଫଳରେ ଜଙ୍ଗଲ ଉପରେ ନିର୍ଭର କରୁଥିବା ବନବାସୀ ଜୀବନ ଜୀବିକା ହରାଇଥିବା ବେଳେ ଜଙ୍ଗଲର ବନ୍ୟଜନ୍ତୁ ମଧ୍ୟ ଗାଁ ମୁହାଁ ହେଉଛନ୍ତି। ସାହାଜଖୋଲ ଜଙ୍ଗଲ ସୁରକ୍ଷା ମହାସଙ୍ଘ ପକ୍ଷରୁ ବିଭିନ୍ନ ସମୟରେ ଜିଲ୍ଲା ବନ ବିଭାଗ ଉଚ୍ଚ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ନିକଟରେ ଜଙ୍ଗଲ ସୁରକ୍ଷା ପାଇଁ ଅଭିଯୋଗ କରିଛନ୍ତି ହେଲେ ଜଙ୍ଗଲ ବିଭାଗ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆ ଯାଇନାହିଁ। ଏନେଇ ଉଦବେଗ ପ୍ରକାଶ କରି ରବିବାର କୋକସରା ବ୍ଲକ ଗୋତୋମୁଣ୍ଡା ଧାନ ମଣ୍ଡି ଠାରେ ସାହାଜଖୋଲ ବନ ସୁରକ୍ଷା ମହାସଙ୍ଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ନିଜର ଅଭିଯୋଗକୁ ଗଣମାଧ୍ୟମ ମାଧ୍ୟମରେ ପ୍ରଶାସନର ଦୃଷ୍ଟିଗୋଚର କରିବାକୁ ପ୍ରୟାସ କରିଛନ୍ତି। ବନ ସୁରକ୍ଷା ମହାସଙ୍ଘର ଆବାହକ ଭୁଜବଲ ସୋରିଙ୍କ ନେତୃତ୍ୱରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଦିବାସୀ ସଙ୍ଘ ସଭାପତି ପ୍ରକାଶ ଚନ୍ଦ୍ର ମାଝୀ, ମୁଖ୍ୟ ବକ୍ତା ଭାବେ ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଧର୍ମଗଡ ବ୍ଲକ ଆଦିବାସୀ ସଂଘ ସଭାପତି ଭବେଶ ଗଇଁତା, ଜିଲ୍ଲା ଆଦିବାସୀ ସମ୍ପାଦକ ଋତୁରାଜ ମାଝୀ, ବ୍ଲକ ସମ୍ପାଦକ ତ୍ରିନାଥ ଶବର, ଡୁଡୁକାଠେଙ୍ଗା ସମିତି ସଭ୍ୟା ପାର୍ବତୀ ବାଗ, ସରପଞ୍ଚ ସାନ ପୋଡ଼ାଗୁଡା ଜୟରାମ ନାଗ, ନାରିନେତ୍ରୀ ହେମାଙ୍ଗିନି ହଂସ, ବେବିନା ଲହଜଳ ମଞ୍ଚରେ ଉପସ୍ଥିତ ରହି ଗତ ୨୦୨୧ ରେ ସାହାଜଖୋଲ ଜଙ୍ଗଲର ଭଟାପାନି, ଡୁମେରପାନିରେ ଅନାଧିକୃତ ଭାବେ ମକାଚାଷ କରୁଥିବା ନବରଙ୍ଗପୁର ଜିଲ୍ଲାର କିଛି ବନବାସୀ ପରିବାରଙ୍କୁ ଜଙ୍ଗଲ ସୁରକ୍ଷା କମିଟି ଓ ଜଙ୍ଗଲ ବିଭାଗ ପକ୍ଷରୁ ବିତାଡିତ କରାଯାଇଥିବା ବେଳେ ଘଟଣାକୁ ନେଇ ଦୁଇ ଜିଲ୍ଲା ମଧ୍ୟରେ ଚାପା ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା । ପରେ ଉଭୟ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଶାନ୍ତି କମିଟି ଗଠନ କରାଯାଇ ବନବାସୀଙ୍କୁ ଥଇଥାନ କରିବା ପାଇଁ ୬ ମାସ ସମୟ ମାଗିଥିଲେ ହେଲେ ଏହା ଭିତରେ ୨ ବର୍ଷରୁ ଉର୍ଦ୍ଧ ସମୟ ଅତିକ୍ରମ ପରେ ମଧ୍ୟ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ନେଇ ନାହାନ୍ତି। ଫଳସ୍ୱରୂପ ପୁଣି କଳାହାଣ୍ଡି ସୀମା ଜଙ୍ଗଲ ମଧ୍ୟରେ ମକାଚାଷ ବ୍ୟାପକ ମାତ୍ରାରେ କରା ଯାଇଥିବା ଅଭିଯୋଗ କରିଛନ୍ତି । ଆଗାମୀ ୧୫ ଦିନ ମଧ୍ୟରେ ଉଭୟ ଜିଲ୍ଲା ଜଙ୍ଗଲ ବିଭାଗ ଓ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତାହେଲେ ରାଜରାସ୍ତାକୁ ଆସି ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ବନ ସୁରକ୍ଷା ମହାସଙ୍ଘର କର୍ମକର୍ତ୍ତା।

କାର୍ଯ୍ୟକ୍ରମରେ ରୋମାଞ୍ଚଲ ପୁଝାରୀ ମଞ୍ଚ ପରିଚାଳନା କରିଥିବା ବେଳେ ନିରଞ୍ଜନ ବାଗ,ଭଜମନ ନାଏକ, ସୁଭାଷ ଖର୍ସେଲ, ରୁକଚନ କାଣ୍ଡ, ଟିକଚନ ମାଝୀ, ତ୍ରିନାଥ ପୋଟା, ହିମାଂଚଳ ପୁଝାରି, ଧନବଲ ମାଝୀ, ପରୀକ୍ଷିତ ବେଶ୍ରା, ଗୋବିନ୍ଦ ଭଇଁସାଲ, ଦୈତାରି ଦଳପତି ପ୍ରମୁଖ ସହଯୋଗ କରିଥିଲେ ।

ମସିହା ନିୟୁଜ ସର୍ଭିସ୍ 

Related posts

ଜିଲ୍ଲା ଅକ୍ଷମ ସମିତି ପକ୍ଷରୁ ଜନମତ ସଂଗ୍ରହ, ରାଜ୍ୟ ଭିନ୍ନକ୍ଷମ କମିଶନର ଜଣେ ଭିନ୍ନକ୍ଷମ ହେବାକୁ ସରକାରଙ୍କୁ ଅନୁରୋଧ

Sunil Chandra Nayak

ପାନୀୟ ଜଳ ଯୋଗାଣ ରେ ଅବ୍ୟବସ୍ଥା – ଉପ ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହେଲେ ଡୁମେରଗୁଡା ବାସୀ 

ପୁଃନ ନିଯୁକ୍ତି ଦାବିରେ ବିଇଓ ଙ୍କୁ ପ୍ରେରକ ସଂଘର ଦାବୀ ପତ୍ର

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort