କର୍ଲାମୁଣ୍ଡା: ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଯୋରଡବରା ପଞ୍ଚାୟତ ହରାଗୌରୀ ମହାବିଦ୍ୟାଳୟ କୁସୁର୍ଲା ପ୍ରାଙ୍ଗଣଠାରେ “ମେରି ମାଟି ମେରା ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏହି ଅବସରରେ ଚାରାରୋପଣ, ପଞ୍ଚ ପ୍ରାଣ ଶପତ ଗ୍ରହଣ, ମାଟି କୋ ନମନ ବିରୋ କା ବନ୍ଦନ କାର୍ଯ୍ୟକ୍ରମର କରାଯାଇଥିଲା l ଏଥିରେ ମୁଖ୍ୟଅତିଥି ଭାବରେ ମାନ୍ୟବର ରାଜ୍ୟ ସଭା ସାଂସଦ ସୁଜିତ କୁମାର, ସମ୍ମାନିତ ଅତିଥି ଭାବରେ ଯୋରାଡବରା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ କ୍ଷିତିସୁତା ସାହୁ, ସମିତି ସଭ୍ୟ ଶ୍ରୀମତୀ ରିମା ସାହୁ, ରେଗେଡା ସରପଞ୍ଚ ଶ୍ରୀମତୀ ଦିପ୍ତିମୟୀ ସାହୁ, ହରଗୌରୀ ମହାବିଦ୍ୟାଳୟ କୁସୁର୍ଲା ର କିରାଣୀ ଚୁଡା ସାହୁ, ପିତାମ୍ବର ସାହୁ, ବିରେନ୍ଦ୍ର ସାହୁ, ଧ୍ରୁବଚରଣ ସାହୁ, ଶ୍ରୀମତୀ ଜ୍ୟୋତିମାଲା ରାଉତ, ପୂର୍ବତନ ସ୍ୱେଚ୍ଛାସେବୀ ଦେବେନ୍ଦ୍ର କୁମାର, ଅଜିତ ସାହୁ, ପ୍ରଦୀପ ସାହୁ, କଲାରୁଦ୍ର ଯୁବକ ସଙ୍ଘର କର୍ମକର୍ତ୍ତା ଶ୍ୟାମରାଜ ସାହୁ, ପୂର୍ଣଚନ୍ଦ୍ର ସାହୁ, ଜଗନ୍ନାଥ ସାହୁ, ଭୈରବ ସାହୁ, ନୀଳକଣ୍ଠେଶ୍ଵର, ହରପ୍ରସାଦ, ତୁଷ୍ମନ୍ତ, ହେମନ୍ତ ଯୋଗ ଦେଇ ବିଭିନ୍ନ କିସମ ର ବୃକ୍ଷ ରୋପଣ କରିଥିଲେ l ପରେ ଜାତୀୟ ସ୍ବେଚ୍ଛାସେବୀ ସନତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ତେରେସିଂହା ଗ୍ରାମର କୌଶିକ ବାବା ଯୁକ୍ତ ତିନି ମହାବିଦ୍ୟାଳୟ “ମେରି ମାଟି ମେରା ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟକ୍ରଟି ଅଗଷ୍ଟ ୯ ତାରିଖରୁ ଆସନ୍ତା ଅଗଷ୍ଟ ୧୫ ପର୍ଯ୍ୟନ୍ତ ପ୍ରତ୍ୟକ ବ୍ଲକ ଓ ଗ୍ରାମପଞ୍ଚାୟତ ସ୍ତରରେ ଅନୁଷ୍ଠିତ ହେବା ପାଇଁ ସୂଚନା ମିଳିଛି ।
previous post