ସମ୍ବଲପୁର : ପବିତ୍ର ରକ୍ଷା ବନ୍ଧନ ଉପଲକ୍ଷେ ସାହିତ୍ୟ ଜୀବନ ସାହିତ୍ୟ ସଂସଦ ପକ୍ଷରୁ ଆଭାସୀ ଆଲୋଚନା ଚକ୍ର ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି ।। ୨୫ ଅଗଷ୍ଟ ଶୁକ୍ରବାର ସଂଧ୍ୟା ୭ ଘଟିକାରେ ଭର୍ଚୁଆଲ ଆସରଟିକୁ ପ୍ରାଣ ପ୍ରତିଷ୍ଠାତା ଶ୍ରୀମାନ ପବିତ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଆସରକୁ ସମାପନ କରିଥିଲେ । ଉପସ୍ଥାପିକା ଭାବେ କୁମାରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ ପରିଚାଳନା କରିଥିବା ବେଳେ ଶ୍ରୀମତୀ ସ୍ୱାଗତିକା ସାହୁ ବେଦମନ୍ତ୍ର ପାଠ କରି ସଭାକୁ ଆରମ୍ଭ କରିଥିଲେ । ପ୍ରିୟଙ୍କା ପ୍ରିୟଦର୍ଶିନୀ ଅତି ସୁନ୍ଦର ଭାବରେ ଅତିଥି ଆମନ୍ତ୍ରଣ କରିଥିଲେ l ଉପ ସଭାପତି ଶ୍ରୀମତୀ ଶୋଭାଗିନୀ ନନ୍ଦ ରକ୍ଷା ବନ୍ଧନ ଉପରେ ସୁନ୍ଦର ଅଭିଭାଷଣ ପ୍ରଦାନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କବି ତଥା କଥାକାର ସରୋଜ ବଳ ଙ୍କ ସହ ବିଶିଷ୍ଟ ଗାଳ୍ପିକା ତଥା କଥାକାର ହିରଣ୍ମୟୀ ମିଶ୍ର ଯୋଗ ଦେଇଥିଲେ । ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଏକଶହରୁ ଉର୍ଦ୍ଧ ଆଗ ଧାଡିର କବି କବୟିତ୍ରୀ ମଧ୍ୟରେ ସିଲଭା ରାଣୀ ଧଳ, ଡଃ ସ୍ବର୍ଣ୍ଣପ୍ରଭା ଖଟୁଆ, ସୁସ୍ମିତା ସାହୁ, କେଶବ ଚନ୍ଦ୍ର ନାୟକ, ନରୋତ୍ତମ ପାତ୍ର, ସୁଦେସ୍ନା ସ୍ୱାଇଁ, ପ୍ରିୟଙ୍କା ବିଶି, ରମାକାନ୍ତ ଦାସ, ପ୍ରତାପ କୁମାର ଦ୍ୱିବେଦୀ, ଦୟାନିଧି ବଗର୍ତ୍ତୀ, ଶେଖ ମୋଜାହିଦ ମହତାବ, ପ୍ରସନ୍ନ କୁମାର ମେହେର, ପଦ୍ମିନୀ ମିଶ୍ର, ଯଚିନ୍ଦ୍ର ସ୍ୱାଇଁ, ରତି ନାରାୟଣ ରାଉତ, ସୁଦ୍ରୁମା ପଣ୍ଡା, ଅଶୋକ କୁମାର ନାୟକ, ମନସ୍ମିତା ବେହେରା, ସଂଯୁକ୍ତା ରାଉତ, ସୁନିତା ଜେନା, ମଧୁସ୍ମିତା ମିଶ୍ର, ରୀତା ଅପରାଜିତା ମହାନ୍ତି, ଚତୁର୍ଭୁଜ ସାହୁ, ଶାନ୍ତିଲତା ରଣା, ମଧୁସ୍ମିତା ରଣା, ମଧୁସ୍ମିତା ସାହୁ, ଗଗନ ବିହାରୀ ନାୟକ, ଗାୟତ୍ରୀ ସିଂ, ନୀଳାଦ୍ରି ନାଥ, ମନୋଜ କୁମାର ନାୟକ ଆଦି କବିତା ପାଠ କରିବା ସହ ଓଡ଼ିଶାର କୋଣ ଅନୁକୋଣରୁ ସାହିତ୍ୟ ପ୍ରେମୀ ମାନେ ଏଥିରେ ସାମିଲ ହୋଇ ନିଜ ପ୍ରତିଭାର ପଦର୍ଶନ କରି ଆସରକୁ ଶୃଙ୍ଖଳା ସହ ଅନୁଷ୍ଠିତ କରିଥିଲେ ।। ।। କବିତା ଗୁଡ଼ିକର ସଂଯୋଜନା ସ୍ୱାଗତିକା ସାହୁ ଅତି ସୁନ୍ଦର ଭାବରେ କରିଥିଲେ ।। ଶ୍ରୀମତୀ ଶୋଭାଗିନୀ ନନ୍ଦ କବିତା ଗୁଡ଼ିକ ସମୀକ୍ଷା କରି ସମସ୍ତ କବି କବୟିତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।। ଶେଷରେ ରୀତା ଅପରାଜିତା ମହାନ୍ତି ଶାନ୍ତିପାଠ ସହ ଧନ୍ୟବାଦ ଅର୍ପଣ କରି ସଭା ଭଙ୍ଗ କରିଥିଲେ ।
previous post