ଲୋକକଳା ସଂସ୍କୃତିକ ଦଳ ଚୟନ ଓ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦ୍ ଯାପିତ
କଲ୍ୟାଣସିଂହପୁର, ତା ୧୪/୯/୨୩(ମ ନି ସ ):- ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗର ମିଳିତ ସହଯୋଗରେ ସୂଚନା,ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକ୍ରମକୁ ଲୋକକଳା ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ସାରା ଓଡ଼ିଶାରେ ଚାଲିଥିବା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କାର୍ଯ୍ୟାଳୟର ସଦଭାବନା ଗୃହ ଠାରେ ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ଦୁଇ ଦିନ ବ୍ୟାପୀ ଚାଲିଥିବା ଲୋକକଳା ସଂସ୍କୃତିକ ଦଳ ଚୟନ ଓ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦ୍ ଯାପିତ ହୋଇଯାଇଛି । ଦ୍ଵିତୀୟ ଦିବସରେ ବ୍ଲକର ବିଭିନ୍ନ ପଞ୍ଚାୟତ ରୁ ଆସିଥିବା କଳାକାର ଦଳମାନେ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ ସେଥି ମଧ୍ୟରୁ ଭଲ କଳା ପରିବେଷଣ କରିଥିବା ଦଳ ମାନଙ୍କୁ ଚୟନ କରାଯାଇଥିଲା ଏବଂ ଏହି ଅଭିଯାନର ସଫଳ ରୂପାୟନ ପାଇଁ ମାଗଦର୍ଶନ କରାଯାଇଥିଲା ଆଗାମୀ ଦିନରେ ଚୟନ ହୋଇଥିବା ଦଳମାନଙ୍କ ଦ୍ଵାରା ଲୋକକଳା ମାଧ୍ୟମରେ ସରକାରଙ୍କର ବିଭିନ୍ନ ଜନହିତକର ଯୋଜନା ବିଷୟରେ ପ୍ରଚାର କରାଯିବ । ଏହି ପ୍ରଶିକ୍ଷଣ ଶିବିରରେ ବ୍ଲକ କଳା ସଂସ୍କୃତି ସଂଘ ସଭାପତି ତଥା ଗୋଷ୍ଟି ଉନ୍ନୟନ ଅଧିକାରୀ ସୁନୀଲ ଖରା, କଲ୍ୟାଣସିଂହପୁର ବ୍ଲକ ତଥା ରାୟଗଡ଼ା ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ସନ୍ତୋଷ କୁମାର ବଛା, ବରିଷ୍ଟ କଳାକାର ତଥା ଜିଲା ସ୍ତରୀୟ ତାଲିମ ପ୍ରାପ୍ତ ସାଧନ ସଭ୍ୟ ଗଗନ ବିହାରୀ ସ୍ୱାଇଁ , ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ମୋହନ କଣ୍ଡାଗରି, ଶିଶୁ ସମନ୍ମିତ ବିକାଶ ଯୋଜନାର ସୁପର ଭାଇଜର ବି ବିଜୟ ଲକ୍ଷ୍ମୀ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦନ ଦାସ ବାଙ୍ଗାରି, ସାମାଜିକ ସୁରକ୍ଷା ଅଧିକାରୀ ଅଧିକାରୀ ବିଶ୍ୱଜିତ ସିଂ ମଞ୍ଚାସିନ ରହିଥିବା ବେଳେ ସାମାଜିକ ସୁରକ୍ଷା ଅଧିକାରୀ ଦୟାନିଧି ଭତ୍ରା ପରିଚାଳନା କରିଥିଲେ।