ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ଆଜି ଅଷ୍ଟମ ଦିନରେ ପହଞ୍ଚିଲା।
ସମର୍ଥନ ଜଣାଇଲେ ଜୁନାଗଡ଼ ଓକିଲ ସଙ୍ଘ ଓ କୃଷିଜୀବୀ କଲ୍ୟାଣ ସଙ୍ଘ
ଜୁନାଗଡ଼:୧୬/୯(ନି.ପ୍ର) କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଆଜି ଧାରଣା ଅଷ୍ଟମ ଦିନରେ ପହଞ୍ଚିଛି ।।ଆଜି ଅଷ୍ଟମ ଦିନରେ ଜୁନାଗଡ଼ ଓକିଲ ସଂଘ ଓ କୃଷିଜୀବୀ କଲ୍ୟାଣ ସଙ୍ଘ ପକ୍ଷରୁ ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବି ନେଇ ଧାରଣାରେ ବସିଥିଲେ । ଜୁନାଗଡ଼ କ୍ରିୟାନୁଷ୍ଠାନ କମିଟିର ଆବାହକ ହିମାଂଶୁ ଶେଖର ବରାଡ଼ ଓ ସଂଯୋଜକ ତଥା ଏନଏସି ଅଧ୍ୟକ୍ଷ ମୂକେଶ କୁମାର ଅଗ୍ରୱାଲଙ୍କ ଆବାହତ୍ୱରେ ଓକିଲ ସଙ୍ଘ ସଭାପତି ଅଶୋକ କୁମାର ପାତ୍ର ଓ କୃଷିଜୀବୀ କଲ୍ୟାଣ ସଙ୍ଘର ଆବାହକ ବିଶ୍ଵନଥ କର ସଭାପତିତ୍ୱ କରିଥିଲେ ।
ଏହି ବିକ୍ଷୋଭ ସଭାରେ ସୁଜିତ ଅଗ୍ରୱାଲ, ଜୟଦେବ ସୁନାନୀ, ଦିବ୍ୟଶଙ୍କର ଦୀପ, ବସନ୍ତ କୁମାର ପଣ୍ଡା, ମନୀଷ କୁମାର ପଣ୍ଡା,ଲୋକନାଥ ମଙ୍ଗରାଜ, ବୈକୁଣ୍ଠ ନନ୍ଦ, ବାଲ୍ମୀକି ନାଏକ, ହରପ୍ରସାଦ ମାଝୀ, ଖଗେଶ୍ବର ଧଙ୍ଗଡାମାଝୀ, ଜତୀନ୍ଦ୍ର କର, କେ ସୁନୀଲ କୁମାର, ଦିଗାମ୍ବର ମାଝୀ, ବାଲାଜି ଯାଦବ, ରୀନା ପାଢ଼ୀ, ମଦନ ସାହୁ, ବାଳକୃଷ୍ଣ ଆଚାରି, ଲକ୍ଷଣ ରଣବିର, କୃଷ୍ଣଚନ୍ଦ୍ର ପାଢ଼ୀ, ହୃଦାନନ୍ଦ ମାଝୀ, କାର୍ତ୍ତିକ ବାଗ, ଅନ୍ତ ବାଗ, ନାରାୟଣ ପୁଝାରି, ଚନ୍ଦ୍ର ନାଗ, ପିତାମ୍ବର ରଣା, ଶିଶିର ପଟ୍ଟନାୟକ, କାଳନ୍ଦୀ ପାଣିଗ୍ରାହୀ, ବିରଞ୍ଚି ନାରାୟଣ ପଣ୍ଡା, ହରେକୃଷ୍ଣ ମାଝୀ, ରମେଶ ଚନ୍ଦ୍ର ନାଏକ, ଗୋପୀନାଥ ଶବର, ଦାମୋଦର ବେହେରା, ପ୍ରଭାକର ସେଠୀ ପ୍ରମୁଖ ଉଦବୋଧନ ଦେଇଥିଲେ ।