ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୨୧ ଦିନରେ ପହଞ୍ଚିଲା “ଧର୍ମଗଡକୁ ଜିଲ୍ଲା ଦାବୀ” ଗଣଧାରଣା , ଜିଲ୍ଲା ଦାବୀ କୁ ସମର୍ଥନ କରି ଗଣଧାରଣା ରେ ବସିଲେ ଧର୍ମଗଡ ବିଧାୟକ ମୌଷଧି ବାଗ

୨୧ ଦିନରେ ପହଞ୍ଚିଲା “ଧର୍ମଗଡକୁ ଜିଲ୍ଲା ଦାବୀ” ଗଣଧାରଣା ,

ଜିଲ୍ଲା ଦାବୀ କୁ ସମର୍ଥନ କରି ଗଣଧାରଣା ରେ ବସିଲେ ଧର୍ମଗଡ ବିଧାୟକ ମୌଷଧି ବାଗ

ଧର୍ମଗଡ ଉପଖଣ୍ଡ ନିଶ୍ଚିତ ଭାବେ ଜିଲ୍ଲା ହେବ ଏବଂ ବିଧାନସଭାରେ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ନିଶ୍ଚିତ ଭାବେ ଏହି ଦାବୀ କରିବି ବୋଲି ଧର୍ମଗଡ ବିଧାୟକ ମୌଷଧି ବାଗ ପ୍ରକାଶ କରିଛନ୍ତି। 

ଧର୍ମଗଡ ଜିଲ୍ଲା ଗଠନ ଦାବୀ ଗଣଧାରଣା ର ଆଜି ୨୧ ତମ ଦିବସ ରେ ଧର୍ମଗଡ ବିଧାୟକ ଶ୍ରୀ ବାଗ ନିଜର ସମର୍ଥକ ସହ ଏକ ଶୋଭାଯାତ୍ରା ରେ ଆସି ଗଣ ଧାରଣା ରେ ବସି ଜିଲ୍ଲା ଦାବୀ କୁ ସମର୍ଥନ କରିଥିଲେ। ବିଧାୟକ ସହିତ ଏହି ଗଣ ଧାରଣା ରେ କଲମପୁର ଜିଲ୍ଲା ପରିଷଦ ସଦସ୍ୟା ଦୁହିତା ମାଝୀ ଓ ନିବେଦିତା ହଂସ, ଧର୍ମଗଡ ଜିଲ୍ଲା ପରିଷଦ ସଭ୍ୟ ଗୋପୀନାଥ ମହାନନ୍ଦ, କୋକସରା ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ଧର୍ମଗଡ ଏନଏସି ଉପଧ୍ୟାକ୍ଷା ମନୀଷା ମିଶ୍ର,ଧର୍ମଗଡ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ବାଗ, ବିଜେଡ଼ିର ଧର୍ମଗଡ ବ୍ଲକ ସଭାପତି ଟିକମନ୍ ଯାଦବ, କୋକସରା ବ୍ଲକ ସଭାପତି ସୁଶାନ୍ତ ବେହେରା, କଲମପୁର ବିଧାୟକ ପ୍ରତିନିଧି ସଦାନନ୍ଦ ଚନ୍ଦନ, ସରକାରୀ ଓକିଲ ରାଜେନ୍ଦ୍ର ମୁନି, ବିଜେଡ଼ିର ନେତା ବିବେକ ରଞ୍ଜନ ମିଶ୍ର ପ୍ରମୁଖ ଯୋଗଦେଇ ସବୁ ପ୍ରକାର ଭିତ୍ତଭୂମି ଓ ମାପଦଣ୍ଡ କୁ ପୂରଣ କରୁଥିବାରୁ ଧର୍ମଗଡ ଉପଖଣ୍ଡ ଜିଲ୍ଲା ଦାବୀ ଯଥାର୍ଥ ବୋଲି ଦାବୀ କରିଥିଲେ।

ଧର୍ମଗଡ ଜିଲ୍ଲା ଦାବୀ କ୍ରିୟାନୁଷ୍ଠାନ କମିଟି ର ସଂଯୋଜକ ବରିଷ୍ଠ ଓକିଲ ତୁଷାର ରଞ୍ଜନ ପଟ୍ଟଯୋଶୀ ସଭା ପରିଚାଳନା କରିଥିବା ବେଳେ କ୍ରିୟାନୁଷ୍ଠାନ କମିଟି ର ସଦସ୍ୟ ରତନ ନାଏକ, ଦିଗାମ୍ବର ଦୁରିଆ, ଡାକେଶ୍ୱର୍ ଲହଜଲ, ଲକ୍ଷ୍ମୀକାନ୍ତ ବାଗ,ପ୍ରେମ ଲାଲ ସାଗର, ଘନଶ୍ୟାମ ଅଗ୍ରୱାଲ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

ଆଜି ପ୍ରଥମ ପର୍ଯ୍ୟାୟରେ ଉପଖଣ୍ଡ କୋଶଳୀ ସ୍ଵର ମାଳି ସମାଜ ବିକାଶ ପରିଷଦ ପକ୍ଷରୁ ମଧ୍ୟ ଗଣଧାରଣା ଦିଆଯାଇଥିଲା ଏଥିରେ ଗୋଲାମୁଣ୍ଡା ବ୍ଲକ ସଭାପତି ସଦାଶିବ ପଟେଲ ସଂପାଦକ ଲବଣୀ ପଟେଲ, ଜୁନାଗଡ଼ ବ୍ଲକ ର ଦାମୋଦର ପୁଟେଲ, ଶ୍ରୀପତି ପଟେଲ,ଗୋଲାମୁଣ୍ଡା ବ୍ଲକ ର ଚୂଡ଼ାମଣି ପଟେଲ, କୈବର୍ତ୍ତ ପଟେଲ, ଧର୍ମଗଡ ବ୍ଲକ ର ମହେଶ୍ବର ପୁଝାରୀ, କଲମ ପୁର ବ୍ଲକ ର ପଙ୍କଜ ପଟେଲ, ଅଶ୍ୱେସର ପଟେଲ ସମେତ  ସମାଜର ବହୁ କର୍ମକର୍ତ୍ତା ଗଣ ଧାରଣା ରେ ବସି “ଜିଲ୍ଲା ନାହିଁତ ଭୋଟ ନାହିଁ” ବୋଲି ସ୍ଲୋଗାନ ଦେଇ ଧର୍ମଗଡ କୁ ଜିଲ୍ଲା ଦାବୀ ପ୍ରସଙ୍ଗକୁ ଦୋହରାଇ ଥିଲେ। 

ସୂଚନା ଯୋଗ୍ୟ ଯେ,ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ଧର୍ମଗଡ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚାଲିଥିବା ଗଣ ଧାରଣା ଆଜି ୨୧ ଦିନରେ ପହଞ୍ଚିଛି । ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ୨୮ ତାରିଖ ଠାରୁ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆରମ୍ଭ ହୋଇ ଥିବା ଗଣ ଧାରଣା ରେ ପ୍ରତ୍ୟହ ବିଭିନ୍ନ ସଂଗଠନ ର କାର୍ଯ୍ୟକର୍ତ୍ତା ଯୋଗ ଦେଇ ଧର୍ମଗଡ ଜିଲ୍ଲା ଗଠନ ଦାବୀ କୁ ସମର୍ଥନ ଦେଉଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବଣିଜରାରେ ସଂଯୁକ୍ତ କିଷାନ ମୋର୍ଚାର ବିରାଟ ଚାଷୀ ସମାବେଶ ,ରବି ଚାଷ ପାଇଁ କେନାଲ ରେ ପାଣି ଛାଡ଼ିବା ପାଇଁ କଲେ ଆହ୍ୱାନ 

masiha

ଡାବୁଗାଁରେ ଶ୍ରୀ ହନୁମାନ ଜୟନ୍ତୀ ପାଳିତ

masiha

ଭାଲୁ ଆକ୍ରମଣ ଜଣେ ଗୁରୁତର

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort