ସ୍ଵରାଗିଣୀ ଖୁଦୁରୁକୁଣୀ ମେଲଣ ଆସନ୍ତା ୨୫ରେ
ରାଉରକେଲା/ସାମାଜିକ ଅନୁଷ୍ଠାନ ସ୍ଵରାଗିଣୀ ତରଫରୁ ଦ୍ୱିତୀୟ ଖୁଦୁରୁକୁଣୀ ମେଲଣ ଆସନ୍ତା ୨୫ ତାରିଖ ଦିନ ସେକ୍ଟର ୨୦ କମ୍ୟୁନିଟି ସେଣ୍ଟର ରେ ଅପରାହ୍ନ ୩ ଟା ରେ ପାଳନ ହେବ। ଏହି ସମ୍ପର୍କ ରେ ଆଜି ରାଉରକେଲା କ୍ଲବ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନ ର ଉପ ସଭାପତି ସ୍ଵର୍ଣ୍ଣ ପଲାଇ ଏବଂ କାର୍ଯ୍ୟକାରୀ ସଭାପତି ମମତା ଦାସ ସାମ୍ବାଦିକ ଙ୍କୁ ସୂଚନା ଦେଇ କହିଲେ ଯେ ଆସନ୍ତା ୨୫ ତାରିଖ ଦିନ ଦ୍ୱିତୀୟ ଖୁଦୁରୁକୁଣୀ ମେଲଣ ଉତ୍ସବ ମହା ସମାରୋହ ରେ ପାଳନ କରାଯିବ ବୋଲି ଅନୁଷ୍ଠାନ ତରଫରୁ ନିଷ୍ପତି ନିଆଯାଇଛି ।ଚଳିତ ବର୍ଷ ୫୦ ରୁ ଉର୍ଦ୍ଧ୍ବ ଖୁଦୁରୁକୁଣୀ ମେଢ଼ ଅଂଶ ଗ୍ରହଣ କରିବେ। ସେଗୁଡିକୁ ବିଚାରକ ଙ୍କ ଦ୍ଵାରା ମୂଲ୍ୟାୟନ କରାଯାଇ ମୂର୍ତ୍ତି ଆଣିଥିବା ସଂଗଠନ ଗୁଡିକୁ ପୁରସ୍ତୁତ କରାଯିବ।
ଏହି ଅବସର ରେ ସ୍ଵରାଗିଣୀ ତରଫରୁ ଅନୁଷ୍ଠାନର ସଦସ୍ୟ ମାନେ ସଙ୍ଗୀତ, ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ ସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ମହିଳା ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ଆଜି ର ଏହି ସାମ୍ବାଦିକ ସମିଳନୀ ରେ ଉପ ସଭାପତି ସ୍ଵର୍ଣ୍ଣ ପଲାଇ, କାର୍ଯ୍ୟକାରୀ ସଭାପତି ମମତା ଦାସ, ସମ୍ପାଦିକା ପୁଷ୍ପା ବିଶ୍ୱାଳ, ଉପ ସମ୍ପାଦିକା ରଶ୍ମି ନାୟକ, କୋଷଧ୍ୟକ୍ଷା ଦିପ୍ତୀ ନାୟକ, ସହ କୋଷଧକ୍ଷା -ସୁନିତା ବିଶ୍ୱାଳ, ଉପଦେଷ୍ଟା ସାଗରୀକା ସାହାଣୀ, ସଦସ୍ୟ ରୁପା ଜ୍ୟୋତି, ପଦ୍ମାରାଣୀ ବେହୁରିଆ, ଉର୍ମିଳା ପରିଡା, ପ୍ରତିମା ବେହେରା, ବିଷ୍ଣୁ ପ୍ରିୟା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।