ଭଙ୍ଗା କୁଡିଆ ଘରେ ପରିବାରର ୫ ଜଣ ସଦସ୍ୟ,ଆଜି ପର୍ଯ୍ୟନ୍ତ ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ ,ମୋ ଭାଗ୍ୟ କେବେ ସୁଧୁରିବ ହେବ
ବନ୍ଧୁଗାଁ ତା ୧୭/୯/୨୩ // କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ତଳଡାବାରି ଗାଁର ଅସହାୟ ଆଦିବାସୀ ପରିବାର ଘର ନ ଥାଇ ଭଙ୍ଗା କୁଡିଆ ଘରେ ରହୁଥିବାରୁ ମେଲେକା କିୟା ଘର ଖଣ୍ଡିକ ଯୋଗାଇବା ପାଇଁ ଗୁହାରି କରିଛନ୍ତି । ଜନ୍ମର ୬ ବର୍ଷ ବୟସରେ ବାପା ମାଆ ଛେଉଣ୍ଡ ହେବା ପରେ ନିଜ ଦାଦା ମେଲେକା ଶିତ୍ରୁ ଙ୍କ ଲାଳନ ପାଳନରେ ବଞ୍ଚିଲେ । ହେଲେ ଦାଦା ମଧ୍ୟ ମୃତ୍ୟୁ ହେବାରୁ ବାର ପିଣ୍ଡାରେ ବହୁ କଷ୍ଟରେ ଘର ଖଣ୍ଡିକ ନ ରହି ସଙ୍ଗର୍ଷ କରି ଆସୁଥିଲେ । ବଞ୍ଚିବା ପାଇଁ ଜମି ଖଣ୍ଡିକ ମଧ୍ୟ ନାହିଁ ମେଲେକା କୀୟା ୩୫ ରେ ବର୍ଷ ବିବାହ ହେଲେ ସ୍ତ୍ରୀ ଲାଜା ମେଲେକା ଙ୍କୁ ତଥାପି ଘର ଖଣ୍ଡିକ ନ ଥିବାରୁ ଭଙ୍ଗା କୁଡିଆ ଘରେ ରହି ଆସୁଥିଲେ।ଆଜି ପର୍ଯ୍ୟନ୍ତ ସେହି ଭଙ୍ଗା କୁଡିଆ ଘରେ ନିଜ ୩ ଜଣ ପୁଅ ମେଲେକା ଚନ୍ଦନ ୬ ବର୍ଷ, ମେଲେକା ରାହୁଲ ୪ ବର୍ଷ, ମେଲେକା ଆକାଶ ୨ ବର୍ଷ ଅଛନ୍ତି, ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଚିନ୍ତା ମଧ୍ୟ କରି ପାରୁ ନାହିଁ । ମଣିଷ ଜନ୍ମ ପରେ ନିଶ୍ଚିତ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିକ ଆବଶ୍ୟକ ରହିଥାଏ କିନ୍ତୁ ଏହି ଲୋକଙ୍କ ଭାଗ୍ୟରେ ଆଜି ପର୍ଯ୍ୟନ୍ତ୍ ସମ୍ଭବ ହୋଇ ପାରୁ ନାହିଁ । କାହାକୁ କହିବେ, କିଏ ଶୁଣିବେ ଏହି ଗରିବ ଆଦିବାସୀ ବ୍ୟକ୍ତିଙ୍କ ଦୁଃଖ, କିଛି ମଧ୍ୟ ରାସ୍ତା ପାଉ ନାହାଁନ୍ତି । ଆଜି ଆମ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖିବା ପରେ ନିଜର ଦୁଃଖ ଜଣାଇଛନ୍ତି । ଏହି ଅସହାୟ ଆଦିବାସୀ ବ୍ୟକ୍ତିଙ୍କୁ ଘର ଖଣ୍ଡିକ ଯୋଗାଇବା ପାଇଁ ସରକାର ପଦକ୍ଷେପ ନେବାକୁ ଗୁହାରି କରିଛନ୍ତି । ଘର ଖଣ୍ଡିକ ମିଳିଲେ ନିଜ ପିଲାଛୁଆଙ୍କୁ ଭଙ୍ଗା କୁଡିଆରୁ ସାପ ଓ ବନ୍ୟ ଜନ୍ତୁ ଙ୍କ ବିପଦ ଠାରୁ ରକ୍ଷା କରି ପାରିବାର ସହିତ ମୁଣ୍ଡ ଗୁଞ୍ଜି ରହିବି ।