ସୁନ୍ଦରଗଡ଼ ପତାଞ୍ଜଳି ଯୋଗ ସମିତି ତରଫରୁ ଯୋଗାବିଜ୍ଞାନ ଓ ଧ୍ୟାନଶିବିର
ରାଉରକେଲା/ କେନ୍ଦ୍ରୀୟ ମହିଳା ପ୍ରଭାରୀ ସ୍ୱାଧୀ ଡ଼. ଦେବ ପ୍ରିୟଜୀଙ୍କ ଆଗମନ ଅର୍ଥେ ରାଉରକେଲା ସ୍ଥିଥ ସେକ୍ଟର ୨୦ କମ୍ୟୁନିଟି ସେଣ୍ଟର ପ୍ରାଙ୍ଗଣରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ମହିଳା ରାଜ୍ୟ ପ୍ରଭାରୀ ଜେ ଗିରିଜା ଦେବୀ, ଭାରତ ସ୍ୱାଭିମାନ ରାଜ୍ୟ ପ୍ରଭାରୀ ସୁଧାଂଶୁ ଅଧିକାରୀ, ପତଞ୍ଜଳି ଯୋଗ ସମିତି ପ୍ରଭାରୀ ରାଧାମାଧବ ବହିଦାର ଓ ଭାରତ ସ୍ୱାଭିମାନ ର ସହରIଜ୍ୟ ପ୍ରଭାରୀ ଅକୃର ମାର୍ଥା ପ୍ରଦ୍ବୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ବିଜ୍ଞାନ ଓ ଧ୍ୟାନ ଶିବିର ଅନୁଷ୍ଠିତ ହୋଇଥିଲା ଓ ଭାରତ ସ୍ୱାଭିମାନ ରାଜ୍ୟ ପ୍ରଭାରୀ ସୁଧାଂଶୁ ଶେଖର ଅଧିକାରୀ ଏହାର ପରିଚାଳନା କରିଥିଲେ I ଏହି କାର୍ଯ୍ୟକ୍ରମ ରେ ସୁନ୍ଦରଗଡ ଜିଲ୍ଲା ମହିଳା ପ୍ରଭାରୀ ନିତମ୍ବିନୀ ସ୍ୱାଇଁ ଓ ପତଞ୍ଜଳି ଜିଲ୍ଲା ପ୍ରଭାରୀ ପ୍ରଦୀପ୍ତ କୁମାର ସାହୁ ସମସ୍ତ କାର୍ଯ୍ୟ ରେ ସହଯୋଗ କରିଥିଲେ I ରାଜ୍ୟ ମହିଳା ପ୍ରଭାରୀ ଅକ୍ଟୋବର ମାସ ୧୨ ତାରିଖ ରେ ହେବାକୁ ଥିବା ମହିଳା ମହା ସମ୍ମିଳନୀ କିପରି ସଫଳ ହେବ ତା ଉପରେ ଆଲୋଚନା କରିଥିଲେ I ତାସହିତ ଗତ ମାସ ରେ ନବମ ବ୍ୟାଚର ରାଜ୍ୟ ସ୍ତରୀୟ ସହଯୋଗ ପ୍ରଶିକ୍ଷଣ ର କୃତି ପ୍ରଶିକ୍ଷାର୍ଥୀ ଙ୍କୁ ପ୍ରମାଣ ପତ୍ର ବିତରଣ କରିଥଲେ I କାର୍ଯ୍ୟକ୍ରମ ଶେଷ ରେ ସେହି କେନ୍ଦ୍ର ର ପରିଚାଳକ ହେମନ୍ତ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ I କାର୍ଯ୍ୟକ୍ରମକୁ ସୁଚାରୁ ରୂପ ରେ ବ୍ୟବସ୍ଥିତ ଢଙ୍ଗରେ କେନ୍ଦ୍ର ର ସମସ୍ତ ଭାଇ ଭଉଣୀ ମାନେ ସହଯୋଗ କରିଥିଲେ I ମହିଳା ମହା ସମ୍ମିଳନୀ ଲାଗି ପୂର୍ବ ବ୍ୟବସ୍ଥା କୁ ଅନୁଧ୍ୟାନ କରିବାକୁ ସମସ୍ତ ରାଜ୍ୟ ପ୍ରଭାରୀ ଜିଲ୍ଲା ପ୍ରଭାରୀ ସେହି କେନ୍ଦ୍ର ର ଟିକେଶ୍ୱର କାଲୋ,ତ୍ରିପାଠୀ ଭାଇ, ଏବଂ ହେମନ୍ତ କୁମାର ଜେନା ସମ୍ପୂର୍ଣ ସାହାଯ୍ୟ କରିଥିଲେ I ଅଜିତ ପୃଷ୍ଟି, ଶରତ କୁମାର ଦାସ, ନିବେଦିତା ବେହେରା, ପୁଷ୍ପଲତା ମହାପାତ୍ର, ସସ୍ମିତା ବେହେରା ପୂର୍ଣ୍ଣମାତ୍ରା ରେ ସାହାଯ୍ୟ କରିଥିଲେ I ରାଉରକେଲା ସ୍ଥିତ ସମସ୍ତ ଯୋଗ କେନ୍ଦ୍ର ର ଶିକ୍ଷକ ଶିକ୍ଷିକା ଓ ସାଧକ ସାଧିକା ଭାଇ ଭଉଣୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସାଫଲ୍ୟ କରିଥିଲେ I ସୁନ୍ଦରଗଡ ଯୋଗ ପରିବାର ତରଫ ରୁ ସମଂସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।