୧୯ ଦିନରେ ପହଞ୍ଚିଲା ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ
ଜୁନାଗଡ଼ ପାଇଁ ହିଁ କଳାହାଣ୍ଡି ନିଜନାମକୁ ସ୍ୱର୍ଣ୍ଣିମ ଅକ୍ଷରେ ଲିପିବଦ୍ଧ କରିପାରିଛି: ଠିକାଦାର ସଙ୍ଘ
ଜୁନାଗଡ଼୨୭/୯(ମ ନି ସ): କଳାହାଣ୍ଡି ଜିଲ୍ଲାର ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଗଣଧାରଣା ଆଜି ୧୯ ତମ ଦିନରେ ପହଞ୍ଚିଛି । ଆଜି ଜିଲ୍ଲା ମାନ୍ୟତା ଦାବୀ କୁ ସମର୍ଥନ ଜଣାଇ ଜୁନାଗଡ଼ ଠିକାଦାର ସଂଘ ଏକ ଶୋଭାଯାତ୍ରାରେ ବାହାରି ଧାରଣା ସ୍ଥଳରେ ପହଞ୍ଚିଥିଲେ । କ୍ରିୟାନୁଷ୍ଠାନ କମିଟିର ଆବାହକ ହିମାଂଶୁ ଶେଖର ବରାଡ଼ ଓ ସଂଯୋଜକ ତଥା ନଗରପାଳ ମୂକେଶ ଅଗ୍ରୱାଲ ଓ ପ୍ରଭାତ ଦାଶଙ୍କ ଆବାହକତ୍ୱରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ଠିକାଦାର ସଙ୍ଘର ସଭାପତି ବିଦ୍ୟାଧର କାଣ୍ଡ ଅଧ୍ୟକ୍ଷତା କରିଥିଲେ । ୮୦ ଦଶକରେ ଅବିଭକ୍ତ କଳାହାଣ୍ଡିକୁ ଭୋକର ଭୋଗଳ ବୋଲି ଚିତ୍ରଣ କରାଯାଉଥିଲା । କିନ୍ତୁ ଆଜି ମାଁ ଇନ୍ଦ୍ରାବତୀଙ୍କ କୃପାରୁ ଭୋକର ଭୂଗୋଳ ଏବେ ସବୁଜ ସଫଳରେ ପରିଣତ ହୋଇଛି । ଏବଂ ଏହା ଜୁନାଗଡ଼ ପାଇଁ ହିଁ ସଫଳ ହୋଇଛି । ବର୍ତ୍ତମାନ ଧାନ ଉତ୍ପାଦନରେ କଳାହାଣ୍ଡି ଜିଲ୍ଲାରେ ପ୍ରଥମ ବ୍ଲକ ଭାବେ ଜୁନାଗଡ଼ ଉଭା ହୋଇଛି । ଏବେବି ଆମ ଚିରସ୍ରୋତା ହାତୀନଦୀ ମାଁ ଗଙ୍ଗା ଭାବେ ଉଭା ହୋଇ ଜୁନାଗଡ଼ ସହିତ ଭବାନୀପାଟଣାବାସୀଙ୍କ ମଧ୍ୟ ଜୀବନ ବଞ୍ଚାଉଛି । ଜୁନାଗଡ଼ ସବୁକ୍ଷେତ୍ରରେ କଳାହାଣ୍ଡିର ଭାଗ୍ୟକୁ ପରିବର୍ତ୍ତନ କରୁଛି ଏବଂ ଜୁନାଗଡ଼ ପାଇଁ ହିଁ କଳାହାଣ୍ଡି ନିଜନାମକୁ ସ୍ୱର୍ଣ୍ଣିମ ଅକ୍ଷରେ ଲିପିବଦ୍ଧ କରିପାରିଛି । ତେଣୁ ରାଜ୍ୟ ସରକାର ଜୁନାଗଡ଼ କୁ ଜିଲ୍ଲା ମାନ୍ୟତା ଦିଅନ୍ତୁ । ଯେତେଦିନ ପର୍ଯ୍ୟନ୍ତ ସରକାର ଜୁନାଗଡ଼କୁ ନିଜର ପରିଚୟ ନ ଫେରରିଛନ୍ତି ସେତେଦିନ ପର୍ଯ୍ୟନ୍ତ କ୍ରିୟାନୁଷ୍ଠାନ କମିଟି ସହିତ ହାତମିଳାଇ ଠିକାଦାର ସଙ୍ଘ ଆନ୍ଦୋଳନ କୁ ଓହ୍ଲାଇବ, ଦରକାର ପଡ଼ିଲେ ମାଁ ,ମାଟି ପାଇଁ ରାଜଧାନୀକୁ ଯାଇ ମଧ୍ୟ ବିକ୍ଷୋଭ କରିବ ବୋଲି ଆଜି ଜୁନାଗଡ଼ ଠିକାଦାର ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଥିଲେ । ଏହି ସଭାରେ ଅଙ୍କିତ କୁମାର ସାହୁ, ଗୋଲାପସିଂ ଠାକୁର, ସୁଜିତ କୁମାର ସିଂଘଲ, ପ୍ରତାପ କ୍ଷୀତି, ଋଷି ଖିତି, କାଳିଆ କନ୍ଦପାନ, ରଞ୍ଜନ କୁମାର ରାଉତ, ସୂର୍ଯ୍ୟ ନାରାୟଣ ପଣ୍ଡା, ପୁରନେନ୍ଦୁ ମାଝୀ, ମୁରାରୀଲାଲ ଶର୍ମା, ଭାଗରଥୀ ଦଳପତି, ଦେବେନ୍ଦ୍ର କୁମାର ମୁଣ୍ଡ, ଭରତ ପାତ୍ର, ନିଖିଳ କୁମାର ଅଗ୍ରୱାଲ, ତୁଷାର କାନ୍ତ ପଣ୍ଡା, ରୁଶାନ୍ତ ମେହେର, ରାଜେନ୍ଦ୍ର ନାରାୟଣ ସାମନ୍ତରାୟ, ବିଶ୍ୱରଞ୍ଜନ ପଣ୍ଡା, ମନରଞ୍ଜନ ଦୀପ,ପବନ ରାମ ଖେମକା, ଈଶ୍ୱର ପ୍ରସାଦ ସାହୁ, ଋତୁ ଶର୍ମା, ରାଧେଶ୍ୟାମ କୈବର୍ତ୍ତ,ସୁରେଶ ବାଗ, ପ୍ରଶାନ୍ତ ନିଆଲ, ମନୋଜ ଧଙ୍ଗଡାମାଝୀ, ରତନ ଧଙ୍ଗଡାମାଝୀଙ୍କ ସମେତ କ୍ରିୟାନୁଷ୍ଠାନ କମିଟିର ସହସମ୍ପାଦକନରେନ୍ଦ୍ର କ୍ଷିତି,ସୁନ୍ଦର ମୋହନ ଛତ୍ରୀଆ,, ରବି ସୁନାନୀ, ଆଦିତ୍ୟ ମହାନ୍ତି,କୁମାର ମଣି ଦୁର୍ଗା, ରଜନୀକାନ୍ତ ମିଶ୍ର, ଉଗ୍ରସେନ କନ୍ଦପାନ, ବ୍ୟମୋକେଶ ପୁରୋହିତ, ରୋହିତ ବାଗ, ଗୟାଧର ପୁଝାରି, ରଘୁମଣି ପୁଝାରି, ଭୋକରଧନ ଧଙ୍ଗଡାମାଝୀ,ରାକେଶ କୁମାର ବେମାଲ, ଜତୀନ୍ଦ୍ର କର ପ୍ରମୁଖ ଉଦବୋଧନ ଦେଇଥିଲେ । କ୍ରିୟାନୁଷ୍ଠାନ କମିଟିର ସମ୍ପାଦକ ସନ୍ତୋଷ ସିଂହଦେଓ ସଭା ପରିଚାଳନା କରିଥିବା ବେଳେ ପ୍ରଭାତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।