ସ୍କୁଟି ଦୁର୍ଘଟଣା ରେ ତିନି ଯୁବକ ମୃତ୍ୟୁ , ଘଟଣାସ୍ଥଳରେ ଶୋକାକୁଳ ପରିବେଶ
ବନ୍ଧୁଗାଁ ତା,୨୭/୨୩- // ସ୍କୁଟି ଦୁର୍ଘଟଣା ରେ ତିନିଜଣ ଙ୍କ ମୃତ୍ୟୁ । ଏପରି ଏକ ଦୁଃଖଦ ଘଟଣା ଘଟିଛି ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ଲଙ୍ଗଲବେଡା ପଂଚାୟତ ର କସମ ଘାଟିରେ ।ସ୍କୁଟି ରେ ଫେରୁଥିଲେ ଗୋଟିଏ ପରିବାର ର ତିନିଜଣ । ଭାରସାମ୍ୟ ହରେଇ ଏକ ବିରାଟ ପଥରରେ ବାଡ଼େଇ ହେଇ ଛିଟିକି ପଡିଥିଲେ ତୁଇଶହ ମିଟର ତଳକୁ । ଘଟଣା ସ୍ଥଳରେ ହିଁ ଚାଲିଯାଇଥିଲା ତିନି ଜଣ ଯୁବକ ଙ୍କ ଜୀବନ । ମୃତ ଯୁବକ ହେଲେ ଆନ୍ଧ୍ର ପ୍ରଦେଶର ପାର୍ବତିପୁର ମାନ୍ୟମ ଜିଲ୍ଲା ଅନ୍ତର୍ଗତ ମକୁଆ ମଣ୍ଡଳର ଆନସୁଭଦ୍ରାଗ୍ରାମର ଜୟ ରାଜୁ (୧୯)ମାରି ଶିବା(୨୦)ମାଲିକା ବାଲରାଜୁ (୨୧)।ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସ୍କୁଟି ଟି ଚୁରମାର ହୋଇଯାଇଥିଲା । ଖବର ପାଇ ସ୍ଥାନୀୟ ପୋଲିସ ଆମ୍ବୁଲାନ୍ସ ନେଇ ଘଟଣା ସ୍ଥଳରେ ପହଂଚି ଥିଲେ । ଉଦ୍ଧାର କାମ ଦୀର୍ଘ ଏକ ଘଣ୍ଟା ସମୟ ଲାଗିଥିଲା । ରାତି ସାଢ଼େ ସାତଟା ବେଳକୁ ତିନି ମୃତଦେହ କୁ ଆମ୍ବୁଲାନ୍ସ ରେ ଆଣି ଶବବ୍ୟବଛେଦ ଗୃହରେ ରଖାଯାଇଛି । ଅନ୍ୟପଟେ ଖବର ପାଇ ପରିବାର ଲୋକେ ପହଂଚି ଛନ୍ତି ଘଟଣା ସ୍ଥଳରେ । ରାତି ହୋଇଥିବାରୁ ଶବ ବ୍ୟବଚ୍ଛେଦ ଆସନ୍ତା କାଲି କରାଯିବ ବୋଲି ସୁଚନା ମିଳିଛି । ଏପରି ଦୁଃଖଦ ଘଟଣା ପାଇଁ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଥିବା ଜଣାପଡିଛି I