ସାମ୍ବାଦିକଙ୍କ ଜନ୍ମ ଦିନରେ କରିଥିବା ବୃକ୍ଷ ରୋପଣ କୁ ବୃକ୍ଷ ଉପାଡିଲା ଦୁର୍ବୁତ୍ତ
କାମାକ୍ଷାନଗର (ମନିସ )30/9/23 // ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ଦଶିପୁର ପଞ୍ଚାୟତ କୁସୁୁମୁଣ୍ଡିଆ ର ଜଣେ ଯୋବ ସାମ୍ବାଦିକ ଏବଂ ସମାଜ ସେବକ ପ୍ରବୀଣ ନାଏକ ଙ୍କ ଜନ୍ମ ଦିନରେ କରିଥିଲେ ୧୦୦ ଟି ବୃକ୍ଷ ରୋପଣ। ବୃକ୍ଷ ରୋପଣ କୁ ନେଇ ଗାଁ ର କିଛି ଅସାଧୁ ବ୍ୟକ୍ତି ସେଇ ବୃକ୍ଷ କୁ ଉପାଡିବାକୁ ସାମ୍ବାଦିକ ପ୍ରବୀଣଙ୍କୁ ଏକ ଧମକ ଦେଇଥିଲେ। ଗତ ତା ୧୦/୦୭/୨୦୨୩ ରିଖ ଥିଲା ଯୋବ ସାମ୍ବାଦିକ ଙ୍କ ଜନ୍ମ ଦିନରେ ବନ ବିଭାଗର ତରଫରୁ ୧୦୦ ଟି ବିଭିନ୍ନ ପ୍ରକାରର ବୃକ୍ଷ ଆଣି ବୃକ୍ଷ ରୋପଣ କରିଥିଲେ। ବୃକ୍ଷ ରୋପଣ କରିବାର ୨ ଦିନ ପରେ ସେହି ଗାଁ ର ଶ୍ରୀକର ନାଏକ ପିତା ଶୁକୁଟୁ ନାଏକ ଆସି ତାଙ୍କୁ ବୃକ୍ଷ ଉପାଡିବାର ଏକ ଧମକ ଦେଇଥିଲେ। ସେହି ଧମକକୁ ଭୟ ନ କରି ୧୦୦ ଟି ବୃକ୍ଷ ରୋପଣ କରିଥିଲେ ଯୋବ ସାମ୍ବାଦିକ। ବୃକ୍ଷ ରୋପଣ କରିବାର ୩ ମାସ ପରେ ଗାଁ ର ଶ୍ରୀକର ନାଏକ ଗତ ତା:- ୨୮/୦୯/୨୦୨୩ ରିଖ ସନ୍ଧ୍ୟା ସମୟରେ ସେହି ବଡ ବଡ ହେଇଥିବା ଗଛ ଗୋଡାକୁ ନିଜେ ଉପାଡ଼ି ଥିବା ଦେଖିବାକୁ ମିଳିଥିଲା। ୨୯/୦୯/୨୦୨୩ ରିଖ ସକାଳ ସମୟରେ ଦେଖିଥିବା ସମୟରେ ବୃକ୍ଷ ଗୋଡାକ ଆଉ ସେହି ଜାଗାରେ ନ ଥାଇ ତାଙ୍କୁ ପଚାରିଥିଲେ। ୩ ମାସ ତଳେ ଦେଇଥିବା ଧମକକୁ ତମେ କଣ ପାଇଁ ଆଜି ତାକୁ ପାଳନ କଲ ବୋଲି ସାମ୍ବାଦିକ କହିବାରୁ ତାଙ୍କୁ ମାଡ ପିଟ କରିଥିଲେ ଶ୍ରୀକର ନାଏକ। ତାଙ୍କ ସହିତ ଝଗଡ଼ା ନ କରି ଥାନା ଏବଂ ଏବଂ ମହାବୀରୋଡ ବାନାଞ୍ଚଳ ଅଧିକାରୀଙ୍କୁ ଏକ ଲିଖିତ ଭାବରେ ଅଭିଯୋଗ କରିଛନ୍ତି। ଅଭିଯୋଗ କରିବାର ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ଗଛ ଉପାଡିଥିବା ଦୁର୍ଭୁକ୍ତ ଶ୍ରୀକର ନାଏକ କୁ ଘଣ୍ଟ ଘୁଡାଉଛି ଥାନା ଅଧିକାରୀ ଏବଂ ବନାଞ୍ଚଳ ଅଧିକାରୀ। ତେବେ ଏହାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନେଇଥିବା ଯୁଗୁ ଢେ଼ଙ୍କାନାଳ ଜିଲ୍ଲା ୱେବ ମିଡ଼ିଆ ସାମ୍ବାଦିକ ସଂଘ ତରଫରୁ ଏକ ଲିଖିତ ଅଭିଯୋଗ ଦେବାକୁ ସାମ୍ବାଦିକ ପ୍ରବୀଣ କହିଛନ୍ତି।