ସେୟାର ଅନୁଷ୍ଠାନର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ରାଉରକେଲା/ କୋଏଲ ନଗର ସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ରେ ସେୟାର ଅନୁଷ୍ଠାନ ତରଫରୁ ସଂଘ ର ନିର୍ଦ୍ଦେଶକ ତଥା ଆଇନଜୀବୀ ସ୍ବର୍ଗତ ସଚ୍ଚିଦାନନ୍ଦ ପରିଡ଼ା ଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ଏକ ଶୋକସଭା ପାଳିତ ହୋଇ ଯାଇଛି। ସଂଘ ର ଅଧ୍ୟକ୍ଷ ସରୋଜ କୁମାର ମହାନ୍ତି ଏକ ଶୋକ ପ୍ରସ୍ତାବ ଆଗତ କରି ତାଙ୍କ ଅଭଭାଷଣରେ ସଚ୍ଚି ଭାଇ ଙ୍କ ସହଯୋଗ ଓ ସମ୍ପର୍କ ତଥା ସଂଘ ପ୍ରତି ପ୍ରତିବଦ୍ଧତା ଓ ସଂଘ ଅନ୍ୟତମ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ପରିଡ଼ା ନିଜର ଭାଷଣ ରେ ସଚ୍ଚି ଭାଇ ଙ୍କ ର ଦୂରଦୃଷ୍ଟି ଓ କାର୍ଯ୍ୟଶୈଳୀ କୁ ପ୍ରଂଶସା କରିଥିଲେ। ଅନ୍ୟଜଣେ ନିର୍ଦ୍ଦେଶକ ନିଖିଲ କଳାକାର ପ୍ରଧାନ ସଚ୍ଚି ଵାଵୁଙ୍କର ବନ୍ଧୁପ୍ରିତି ଓ ସାମାଜିକ ସହଯୋଗ ବିଷୟ ରେ ଉଲ୍ଲେଖ କରିଥିଲେ। ଉକ୍ତ ସଭାରେ ସମସ୍ତ ସଦସ୍ୟ ନଜିନିଜ ର ଅନୁଭୂତି ସ୍ଵର୍ଗତ ପରିଡ଼ା ଙ୍କ ସହ ଯାହା ହୃଦୟ ସହ ଜଡ଼ିତ ରହିଛି ତାହାର ପରିପ୍ରକାଶ କରିଥିଲେ । ଉକ୍ତ ସଭାରେ ସର୍ବସମ୍ମତି କ୍ରମେ ଏକ ପୁରସ୍କାର ସାମାଜିକ ଆଦର୍ଶ ରେ ଅନୁପ୍ରାଣିତ ହୋଇଥିବା ବ୍ୟକ୍ତି କୁ ଦେବା ସଙ୍ଗେ ସଙ୍ଗେ କିଛି ସାମାଜିକ କାର୍ଯ୍ୟକ୍ରମ ତାଙ୍କ ନାମରେ କରିବା ପାଇଁ ବହୁମତରେ ପାରିତ ହୋଇଥିଲା। ସଙ୍ଘର ସଦସ୍ୟ ସୁବ୍ରତ କୁମାର ଦାସ, ସତ୍ୟବ୍ରତ ମହାନ୍ତି,ମନୋଜ ନାୟକ,ଶରତ ସ୍ୱାଇଁ, ଆନ୍ନା କେରକେଟା, ସଂଜିତ୍ ମଲ୍ଲିକ,ତପନ ଷଡ଼ଙ୍ଗୀ,ରବୀନ୍ଦ୍ର ପଟ୍ଟନାୟକ, ବିମଳ ସାହୁ,ସୁଶାନ୍ତ ଗିରି , ସତ୍ୟାନନ୍ଦ ଭାଈ, ରାଜେଶ ମହାପାତ୍ର, ସତ୍ୟଞ୍ଜୟ ତ୍ରିପାଠୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଵା ପରେ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଶେଷରେ ସଂଘ ର ସମ୍ପାଦକ ଶରତ କୁମାର ସ୍ୱାଇଁ ଧନ୍ୟବାଦ ଦେବା ସହ ସଭା ସମାପନ କରାଯାଇଥିଲା।