୨୨ ବର୍ଷରେ ଚିଲିଗୁଡା ଦୁର୍ଗା ପୂଜା
ଚିଲିଗୁଡା ତା ୨୧/୧୦ ( ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଗ୍ରାମରେ ଗ୍ରାମର ସମସ୍ତ ଜନସାଧାରଣଙ୍କ ମିଳିତ ସହଯୋଗରେ ଆଜି ଦୀର୍ଘ ୨୨ ବର୍ଷ ହେଲା ମା ଜଗତ ଜନନୀ ଦୁର୍ଗା ଦେବୀଙ୍କ ପୂଜା ମହା ସମାରୋହରେ ପାଳିତ ହୋଇ ଆସୁଛି ।ଆଜି ମା ଦୁର୍ଗା ଦେବୀଙ୍କ ସପ୍ତମୀ ପୂଜା ଅବସରରେ ପୂଜା ମଣ୍ଡପ ଓ ଗ୍ରାମ ଚତୁରପାର୍ଶ ଚଳ ଚଞ୍ଚଳ ହୋଇ ଉଠୁଛି ।ଆଜି ମୁଖ୍ୟ ପୂଜକ ଶ୍ରୀଧର ତ୍ରିପାଠୀ ମା ଙ୍କ ପୂଜାବିଧି ସୁଚାରୁ ରୁପେ ତୁଳାଇ ଥିବା ବେଳେ ପୂଜକ ପ୍ରସନ୍ନ ମିଶ୍ର ଓ ରବୀନ୍ଦ୍ର ଆଚାର୍ଯ୍ୟ ପୂଜାରେ ସହଯୋଗ କରିଥିଲେ ।ଶ୍ରୀପତି ପଟେଲ ଏବଂ ସୁରେଖା ପଟେଲ କର୍ତ୍ତା ଦାୟିତ୍ୱ ତୁଳାଇ ଥିବା ବେଳେ ଆୟୋଜକ କମିଟିର ସମସ୍ତ କର୍ମ କର୍ତ୍ତା ସହଯୋଗ କରିଥିଲେ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ପୂଜା କମିଟି ପକ୍ଷରୁ ସୂଚନା ମିଳିଛି ।