ଇସ୍ରାଏଲ ଓ ପାଲେଷ୍ଟାଇନ ଯୁଦ୍ଧ ରେ ଶାନ୍ତି ଆଣିବା ପାଇଁ ଶାନ୍ତି ପ୍ରାର୍ଥନା
ମ.ରାମପୁର,୩୦/୧୦(ମସୀହା):ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବଜଗତ ତରଫରୁ ଆଜି ସନ୍ଧ୍ୟାରେ ବୁରାଟସ୍ଥିତ କାର୍ଯ୍ୟାଳୟ ପରିସରରେ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧ ର ଅବସାନ ଏବଂ ଶାନ୍ତି ଆଣିବା ପାଇଁ କ୍ୟାଣ୍ଡେଲ ଜଳାଇ ପ୍ରାର୍ଥନା କରାଯାଇଥିଲା l ଏଥିରେ ସ୍ଥାନୀୟ ବିଭିନ୍ନ ସଙ୍ଗଠନ ଏବଂ ବୁରାଟ ଗ୍ରାମବାସୀ ଉପସ୍ଥିତ ରହିଥିଲେ l ଏହି କାର୍ଯ୍ୟକ୍ରମକୁ ସେବାଜଗତ ସଂପାଦକ ସତ୍ୟନାରାୟଣ ପଟ୍ଟନାୟକ ପରିଚାଳନା କରିଥିବାବେଳେ ଅନ୍ୟ ସାଥୀ ମାନେ ଉପସ୍ଥିତ ରହିଥିଲେ l