Uncategorizedଜୟ କୁମାର ମିଶ୍ର ଙ୍କ କବିତା “ଅସମାହିତ ପ୍ରଶ୍ନ”???? by Sunil Chandra NayakDecember 22, 2022December 22, 2022075 Share0 “ଅସମାହିତ ପ୍ରଶ୍ନ”???? ଜୟ କୁମାର ମିଶ୍ର ସବୁ ପ୍ରଶ୍ନଟିର, ମିଳେନି ଉତ୍ତର ପଚାରନି ବାର ବାର, ପଚାରି, ପଚାରି, ହୁଅନା ବଇରୀ ହୁଅ ବାରେ ହୁସିଆର ll(1) ଏଠି ସେଠି ଖାଲି, ଭରା ମରୁବାଲି ଛଳନା, ଯନ୍ତ୍ରଣା ବେଶି, ସୁଖ ଠାରୁ ଦୁଃଖ, ବଳି ବଳିଆର ମାଡି ଆସେ ଧସି ପଶି ll(2) ସଭିଏଁ ଜାଣନ୍ତି, ଗଣିତ କରନ୍ତି ମୂର୍ଖ, ପଣ୍ଡିତ ଓ ଚାଷୀ, ଲାଭ, ସୁଧ, ମୂଳ, ତାର ଫଳାଫଳ ମନେ, ମନେ କସାକସି ll(3) ଧାରା, ଉପଧାରା, ଓଡାଙ୍କ, ଫେଡାଙ୍କ କଳ, କଉଶଳ ସବୁ, ସୂତ୍ର, ସମାଧାନ, ସମୟ, ପ୍ରୟୋଗ, ସବୁକୁ, କରନ୍ତି କାବୁ ll(3) କେତେ ସମାହିତ, କେତେ ଅସମାହିତ ଅସମାଧାନର ଅଙ୍କ, ଅଡୁଆ ସେ ସୂତା, ନାହିଁ ମୁକ୍ତି ପନ୍ଥା ବହୁ ଦୂର, ବହୁ ବାଙ୍କ ll(4) ସଚୋଟ, ବାଟର, ଧଳା କାରବାର କାମ ପାଶେ ପ୍ରଶ୍ନ କର, ମିଳିବ ଉତ୍ତର, ସନ୍ତୋଷ ଅପାର ସମାଧାନ,ସନ୍ତୋଷର ll(5) କଳା କାରନାମା, ଅନ୍ଧାର ମହିମା ଅନ୍ଧ ଦିଗନ୍ତର କଥା, ଜାଣିବାକୁ ଯେବେ, ପ୍ରଶ୍ନଟି କରିବେ ପାପୀଙ୍କ ମୁଣ୍ଡଟି ବ୍ୟଥା ll(6) ପାଣିରେ ଜଳିବ, ହୁତାଶନ ହେବ ଆକ୍ରୋଶର ନିଆଁ ନିତି, ରକତ ସମ୍ପର୍କ, ହୋଇବଟି ତିକ୍ତ ତୁଟିଯିବ ଭାବ, ପ୍ରୀତି ll(7) କେଉଁଠି ମିଳିବ, ଗାଳି ଉପହାର କେଉଁଠାରେ, ନାଲି ଆଖି, ଓଠକୁ କାମୁଡି, କିଏ ଭିଡା ଭିଡ଼ି ବିବାଦ ଭାବନା ଯୋଖି ll(8) ଆଗରେ ଚଲାଇ, ଗୋଛି କଟା ପାଇଁ କପଟ ମିତ୍ରତା ବନ୍ଧୁ, କହିବେ ସରଳ, ଭରିବେ ଗରଳ ଝରାଇ ଲୋତକ ସିନ୍ଧୁ ll(9) ସବୁ ହାତ ଛାଡି, ଯିବେ ମୁହିଁମୋଡି ଏକଘରକିଆ କରି, ଦେଖି କାଳ ବେଳ, ଦେଖି ତୋ ଦୁର୍ବଳ ଦେବେ ଧୋକା ମେଳ କରି ll(10) ପ୍ରଶ୍ନକୁ ନକରି, ନିଦା ବିଷ୍ଣୁ ପରି ଚୁପ ରହିବଟି ଯିବେ, ହେବ ସୁନା ପୁଅ, ହେବ ସୁନା ଝିଅ ସବୁଠି ତ ଭଲ ହେବ ll(11) କଅଣ, କିପରି, କିଭଳି, କେମିତି କାହିଁକି, କେଉଁଠି, କେତେ,??? ସବୁ ଠାରେ ତାର, ନମିଳେ ଉତ୍ତର ଘେନେ ବିବାଦର ପଥେ ll(12) ବଥା ଆଙ୍ଗୁଳିରେ, ହାତ ଯେବେ ମାର ଅଭିଯୋଗ କୁଢ଼ କୁଢ଼, ରାଗରେ ଗରଜି, କରିବେ ଟି ବାଜି ମାରିବେ ନିର୍ଘ୍lତ ମାଡ ll(13) ହୋଇବ, ବାସନ୍ଦ, ମାନ କ୍ଷୁର୍ଣ୍ଣ, ରଦ ଆଗରେ ପଛରେ କୂଟ, ଦେଶ ଦ୍ରୋହୀ ସରି, ହୋଇବ ବଇରୀ ସମ୍ପର୍କରେ ବହୁ ଫାଟ ll(14) କେତେ ହାଟ ବାଟ, କେତେ ନଟକୂଟ କପଟର ପଶା ପାଲି, କେତେ ଯେ ଶକୁନି, ସବୁ ଜାଣି ଶୁଣି ପରାମର୍ଶ ଦେବେ ଖାଲି ll(15) ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା ଡାକ-ଗୋରିବନ୍ଧା, ମାଧ୍ୟମ-କାଶୀନଗର, ଜିଲ୍ଲା-ଗଜପତି ଓଡିଶା, 761206