ସ୍ଵତନ୍ତ୍ର ଭୋଟର ତାଲିକା ଅଭିଯାନ ,ଛୁଟି ଦିନରେ ବୁଥ ରେ ବସିଲେ ବି ଏଲ ଓ
ମାସର ଦ୍ଵିତୀୟ ଶନିବାର ସରକାର ଛୁଟି ଘୋଷଣା କରିଛନ୍ତି। କିନ୍ତୁ ବୁଥ ଅଧିକାରୀ ପ୍ରତି ବୁଥ ରେ ବସି ଗ୍ରହଣ କଲେ ଫର୍ମ । ରାଜ୍ୟ ନିର୍ବାଚନ ଆୟୋଗଙ୍କ ଘୋଷଣା କ୍ରମେ ଛୁଟି ଦିନରେ ସରକାରୀ ଓ ବେସରକାରୀ କର୍ମଚାରୀ ସମୟ ପାଆନ୍ତି । ଏହି ସମୟରେ ନିଜର ନାମ ସମ୍ପୃକ୍ତ ଭୋଟର ତାଲିକାରେ ଯାଞ୍ଚ କରିବା ନିମନ୍ତେ ଏଭଲି ବ୍ୟବସ୍ଥା କରାଯାଇଅଛି। ରାୟଗଡା ଜିଲ୍ଳାରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଏଗାର ଗୋଟି ବ୍ଳକର ବୁଥ ଗୁଡିକର ପରିଚାଳନା ଓ ତଦାରଖ ନିମନ୍ତେ ଉପଖଣ୍ଡ ତଥା ଜିଲ୍ଲା ସ୍ତରୀୟ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ନିର୍ଦ୍ଦେଶ ପ୍ରକାରେ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ଵର ପ୍ରଧାନ ରାୟଗଡା ସଦର ତଥା ରାୟଗଡା ବ୍ଳକର ଗୁମା କୁମ୍ଭିକୋଟା, କୁଟୁଳି, ନାକିଟି ଗ୍ରାମ ପଞ୍ଚାୟତର ବୁଥ ଗୁଡିକ ପରିଦର୍ଶନ କରିଥିଲେ। ବୁଥ ଅଧିକାରୀ ତଥା ଗ୍ରାମବାସୀ ଙ୍କ ସହ ଭୋଟର ତାଲିକାର ସଠିକତା, ଯୁବ ଓ ପ୍ରତ୍ୟାଶିତ ଭୋଟରଙ୍କ ଚିହ୍ନ, ଆଧାର ସଂଯୋଗ , ମୃତ ଓ ଅଯୋଗ୍ୟ ଭୋଟରଙ୍କ ନାମ ବାଦ୍ ବିଷୟରେ ଆଲୋଚନା କରିଥିଲେ। ଭୋଟ ଗ୍ରହଣ କେନ୍ଦ୍ରର ନ୍ୟୁନତମ ଆବଶ୍ୟକତା ମଧ୍ଯ ଯାଞ୍ଚ କରିଥିଲେ। ଅନ୍ଲାଇନ୍ ମାଧ୍ୟମରେ ଫର୍ମ ଦାଖଲ କୌଶଳ ତନଖି କରିବାସହ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଓ ଶତ ପ୍ରତିଶତ ଯୁବ ଭୋଟର ପଞ୍ଜୀକରଣ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ସେହିପରି ରାୟଗଡା ବିଡିଓ ଅମୂଲ୍ୟ କୁମାର ସାହୁ, ଏବିଡିଓ କାଲୁ ଚରଣ ନାୟକ, ଜିପିଇଓ ଗୋପାଳ ପଣ୍ଡା ସମେତ ସମସ୍ତ ବୁଥ ସୁପରଭାଇଜର ରାୟଗଡା ବ୍ଳକର ଏକ ଶହ ଚଉଦ ଗୋଟି ବୁଥ ପରିଦର୍ଶନ କରିଥିଲେ। ଏହା ସହିତ ବ୍ୟାପକ ଜନ ସଚେତନତା ସ୍ରୁଷ୍ଟି ନିମନ୍ତେ ଭୋଟର ସଚେତନତା ରଥ ପ୍ରତିଟି ବୁଥ ଅଞ୍ଚଳ ବୁଲି ଲୋକଙ୍କୁ ଭୋଟ କେନ୍ଦ୍ରାଭିମୁଖୀ କରିବାକୁ ସଚେତନ କରାଉଥିବା କାଶୀପୁର ବ୍ଳକର ବୁଥ ପରିଦର୍ଶନ କରିବା ପରେ ଉପଜିଲ୍ଲାପାଳ କଲ୍ଯାଣୀ ସଂଘମିତ୍ରା ଦେବୀ ପ୍ରକାଶ କରିଛନ୍ତି। ପ୍ରତିଟି ଭୋଟ ମୂଲ୍ୟବାନ। ଏହା ନାଗରିକଙ୍କ ସାମ୍ବିଧାନିକ ଅଧିକାର। ଏଣୁ, ସଚେତନ ହେବା, ଜଣେ ଭୋଟର ହୋଇ ଗର୍ବିତ ହେବା ବୋଲି ଉପଜିଲାପାଳ ତଥା ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଶ୍ରୀମତୀ କଲ୍ଯାଣୀ ସଂଘମିତ୍ରା କହିଛନ୍ତି। ଚଳିତ ନଭେମ୍ବର ମାସ ଉଣେଇଶି ତାରିଖ ରବିବାର ଦିନ ସମସ୍ତ ବୁଥ ସ୍ତରୀୟ ଅଧିକାରୀ ନିଜ ନିଜ ବୁଥ ରେ ଉପସ୍ଥିତ ରହି ଭୋଟର ତଥ୍ଯ ସଂଶୋଧନ କରିବେ। ଏଣୁ ଯୋଗ୍ୟ ଅଣ ପଞ୍ଜିକୃତ ଭୋଟର ନିଜ ନାମ ଯୋଗ ନିମନ୍ତେ ଆବଶ୍ୟକ ପ୍ରମାଣ ପତ୍ର ଦାଖଲ କରିବା ନିମନ୍ତେ ଅନୁରୋଧ କରିଛନ୍ତି।