ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ଜୟନ୍ତି ପାଳିତ
ତେନ୍ତୁଳିଖୁଣ୍ଟି ତା 22 11/23 ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ମହକୁମା ଶହିଦ ଲକ୍ଷ୍ମଣ ନାୟକ ଙ୍କ ପ୍ରତିମୂର୍ତ୍ତି ପୀଠ ରେ ଆଜି 124ତମ ଜନ୍ମ ଜୟନ୍ତୀ ଜୟ ତେନ୍ତୁଳୀଖୁଣ୍ଟି ମାନବ ସେବା ଗ୍ରୁପ ତରଫରୁ ପାଳିତ ହୋଇଯାଇଛି l ଜୟ ତେନ୍ତୁଳୀଖୁଣ୍ଟି ଗ୍ରୁପ ସଭାପତି ଅଖିଳ ଭତରାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀ, ସମ୍ମାନୀୟ ଅତିଥିଭାବେ ଉପାଧକ୍ଷ ରାଜେନ୍ଦ୍ର ବିଶୋଇ, ସ୍ଥାନୀୟ ତହସିଲଦାର ଅଶୋକ କୁମାର ମୁଦୁଲି, ବରିଷ୍ଠ ରାଜନୀତିଜ୍ଞା ନାରାୟଣ ପାତ୍ର, ସମିତି ସଭ୍ୟା ମଧୁସ୍ମିତାପାଣିଗ୍ରାହୀ i ଓ ଆ ଇ ଆ ଇ ସି ଅଭିମନ୍ୟୁ ଦୁର୍ଗା ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରେ ଓଡ଼ିଶାର ଜଣେ ଅଗ୍ରଣି ସ୍ୱାଧୀନତା ସଂଗ୍ରାମୀ । ଆଦିବାସୀଙ୍କ ଇଲାକା ହୋଇଥିବାରୁ ଆଦିବାସୀ ପାଇଁ ସେ ମାଲକାନାଗିରିର ଗାନ୍ଧି ଭାବେ ପ୍ରସିଦ୍ଧ ଥିଲେ । ସହୀଦ ଲକ୍ଷ୍ମଣ ନାୟକ ୧୮୯୯ ମସିହା ନଭେମ୍ବର ୨୨ ତାରିଖରେ ଅବିଭକ୍ତ କୋରାପୁଟ ଜିଲ୍ଲାର ତେନ୍ତୁଲିଗୁମ୍ମା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।ପିତା ପଦଲାମ ନାୟକ ଓ ମାତା ସମାରି ନାୟକଙ୍କ ଗର୍ଭ ରୁ ଜନ୍ମ ହୋଇଥିଲେ ଏହି ବୀର ସହୀଦ ମଞ୍ଚ ପରିଚାଳନା ହଣେଶ ପାତ୍ର ବାଘ କରିସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପରେ ସମସ୍ତେ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ ପରେ ବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗନା କରାଯାଇଥିଲା ପରେ 19ବର୍ଷରୁ କମ ବୟସ ସାଫ ଫୁଟବଲରେ ଦେଶ ପାଇଁ ନେତୃତ୍ୱ ନେଇ ଖେଳିଥିବା କାମତା ଗ୍ରାମର ରାଜା ହରିଜନ ଓ ଭାର ଉତ୍ତଳନ ରେ ସ୍ଵର୍ଣ ପଦକ ପାଇଥିବା କ୍ରୀଡ଼ାବିତ ମାନଙ୍କୁ ୱାପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l