ଉତ୍କେଲା,୨୯/୦୩,ନିପ୍ର, କେସିଙ୍ଗା ବ୍ଲକ ଉତ୍କେଲା ଚାଚା ନେହେରୁ ବିଦ୍ୟା ମନ୍ଧିର ପୂର୍ବତନ ପ୍ରଧାନ ଶିକ୍ଷକ ଦୋଳ ଗୋବିନ୍ଦ ସାହା ଙ୍କ ଗତ ଶନିବାର ରାତ୍ର ରେ ହୃଦଘାତ ରେ ବିୟୋଗ ଘଟିଛି। ସେ ୧୯୬୫ ମସିହାରୁ ୧୯୮୯ ମସିହା ପ୍ରଯ୍ୟନ୍ତ ପ୍ରଧାନ ଶିକ୍ଷକ ଦାୟିତ୍ବରେ ରହି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅନେକ ଛାତ୍ରଛାତ୍ରୀ ଙ୍କୁ ଭଲ ମଣିଷ ଟିଏ ପରି ଗଢିବା ପ୍ରକୃତ ଗୁରୁ ଆଦର୍ଶ ଗୁରୁ ବୋଲି ପୁରାତନ ଛାତ୍ର ପ୍ରକାଶ କରିଛନ୍ତି। କର୍ତ୍ତବ୍ୟନିଷ୍ଠା,ଛାତ୍ରବତ୍ସଳ୍ୟ,ଅନେକ କଳାକାର ଗୁଣର ଏକ ଆଦର୍ଶ ଗୁରୁ ର ଅଧିକାରୀ ତାଙ୍କରି ରହିଥିଲା। ବିଦ୍ୟାଲୟରେ ଗଣିତ,ବିଜ୍ଞାନ ଶିକ୍ଷକ ଥିବାବେଲେ ସାହିତ୍ୟ ଓ ସବୁ ବିଷୟରେ ବିଶେଷ ଆକର୍ଷଣ କରି ଛାତ୍ର ମାନଙ୍କୁ ଅତି ଆଦର ସହକାରେ ପଢାଇବା ର କୌଶଳ ନାଟକିୟ ଭଙ୍ଗିରେ ଛାତ୍ର ମାନଙ୍କ ମନ କିଣିନେବା ତାଙ୍କର ପାରିଦର୍ଶିତା ଥିଲା। ତାଙ୍କରି ବିୟୋଗରେ ତାଙ୍କୁ ମନେ ପକାଇ ଉତ୍କେଲା ବିକାଶ ମଞ୍ଚ ର ସମସ୍ତ ସଦସ୍ୟ ପୁରାତନ ଛାତ୍ର,ବିଦ୍ୟାଲୟ ର ଶିକ୍ଷକ ଶିକ୍ଷୟିତ୍ରୀ ଶୋକ ପ୍ରକାଶ ସହ ତାଙ୍କରି ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଚାଚା ନେହେରୁ ବିଦ୍ୟା ମନ୍ଧିର ପରିସରରେ ତାଙ୍କରି ପୁରାତନ ଛାତ୍ର ସହ ଶିକ୍ଷକ ସମେତ ବିକାଶ ମଞ୍ଚ ର ସମସ୍ତ ସଦସ୍ୟ ଛାତ୍ରଛାତ୍ରୀ ଉପସ୍ଥିତ ରହି ଅମର ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ।
previous post