ଜୁନାଗଡ଼,୩୦/୩(ନି.ପ୍ର) ଜୁନାଗଡ଼ ଥାନା ଅନ୍ତର୍ଗତ ମେରିଆବନ୍ଧଲି ନିକଟରେ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ଗଳିତ ଶବ ପଡି ରହିଥିଲା । ଖବର ପାଇ ଘଟଣା ସ୍ଥଳରେ ଜୁନାଗଡ଼ ପୁଲିସ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠେଇଛନ୍ତି । ଏ ସଂକ୍ରାନ୍ତରେ ସ୍ଥାନୀୟ ଥାନାରେ ଏକ ଅପମୃତୁ ମାମଲା ରୁଜୁ କରାଯାଇଛି।ବଲାଙ୍ଗୀର ସାଇଟିଫିକ ପହଂଚି ନମୁନା ସଂଗ୍ରହ କରି ତଦନ୍ତ କରିଥିଲା।ଅନ୍ୟ ପକ୍ଷରେ ମୃତ ମହିଳାଙ୍କ ଅନ୍ତ ବୁଜୁଲା ବାହାରି ଯାଇଥିବା ବେଳେ ହାତରେ ସଲାଇନ ଲାଗିଥିବା ଦେଖିବାକୁ ମିଳିଥିଲା । ମୃତୁର କାରଣ ସଠିକ ଭାବେ ଜଣା ପଡିନ ଥିବା ବେଳେ ମହିଳା ଜଣକ ଛତିଶଗଡ଼ ଅଂଚଳର ଏବଂସେ ଗର୍ଭବତୀ ରହିଥିଲେ ଏବଂ ତାଙ୍କର ମୃତୁ ହୋଇଯାଇଥିଲା। ଅନ୍ଧ ବିଶ୍ୱାସ ଯୋଗୁ ଡାହାଣୀ ସନ୍ଦେହରେ ଏପରି ଦୂର ସ୍ଥାନରେ ପୋଡି ଦିଆଯାଇଥିବା ସୂଚନା ମିଳିଛି ବୋଲି ତଦନ୍ତ ଅଧିକାରୀ ଉତ୍ତମ ସାହୁ ପ୍ରକାଶ କହିଛନ୍ତି । ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ ।
previous post
next post