ଧର୍ମଗଡ/ଗୋଲାମୁଣ୍ଡା:୩୧/୩/୨୨: ଗ୍ରୀଷ୍ମ ପ୍ରାରମ୍ଭ ରୁ ଅସହ୍ୟ ଗରମ ସାଙ୍ଗ କୁ ଗୁଳୁଗୁଳି ଅନୁଭୁତ ହେଲାଣି । ଏହା ସାଙ୍ଗ କୁ ଗ୍ରାମାଞ୍ଚଳ ମାନଙ୍କ ରେ ପାନୀୟ ଜଳ ସମସ୍ୟା ମଧ୍ଯ ଦେଖା ଦେଲାଣି । ଲୋକେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି । ଏପରି ସ୍ଥଳେ ଅଚଳ ପମ୍ପ ସବୁ କୁ ତୁରନ୍ତ ମରାମତି କରି କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି ।କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ର ଖଳିଆକାନି ଗ୍ରାମ ପଞ୍ଚାୟତ ଅଧୀନ ପୁଞ୍ଜି ପଡ଼ା ଏକ ଜଲକ୍ଲିଷ୍ଟ ଅଞ୍ଚଳ । ଜଳାଭାବ ଦୂର କରିବା ପାଇଁ ଏଠାରେ ଏକ ସୋଲାର ପମ୍ପ ବସା ଯାଇଥିଲା । ଯାହାକୁ ନେଇ ଲୋକଙ୍କ ମଧ୍ୟ ରେ ଖୁସି ପ୍ରକାଶ ପାଇଥିଲା ତେବେ ଗତ ପ୍ରାୟ ୪ ମାସ ହେବ ଏହି ସୋଲାର ପାଣି ପମ୍ପ ଖରାପ ହୋଇ ପଡ଼ି ରହିଛି । ବାରମ୍ବାର ବିଭାଗୀୟ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ ଏହାର ମରାମତି କରାଯାଉନାହିଁ ବୋଲି ସ୍ଥାନୀୟ ୱାର୍ଡ ସଭ୍ୟା ତିଳୋତ୍ତମା ରାଉତ ଅଭିଯୋଗ କରିଛନ୍ତି । ତୁରନ୍ତ ଏଥି ପ୍ରତୀ ଦୃଷ୍ଟି ଦେବା ପାଇଁ ଦାବୀ ହେଉଛି । ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।