୧୨ ବର୍ଷ ପୂର୍ତ୍ତି ଉପଲକ୍ଷେ ମା ମହାଲକ୍ଷ୍ମୀଙ୍କ ପୂଜନୋତ୍ସବ
ମ.ରାମପୁର,୧୭/୧୨: (ମସୀହା): ମ.ରାମପୁର ଗୌଡପଡ଼ା,ପୋଲିସ ପଡ଼ା ଓ କୁସୁମ ନଗର ର ମିଳିତ ରେ ୧୨ ବର୍ଷ ପୂର୍ତ୍ତି ଅବସରରେ ମା ମହାଲକ୍ଷ୍ମୀଙ୍କ ପୁଜନୋତ୍ସବ ମହା ସମାରୋହରେ ରାଧାକୃଷ୍ଣ ମନ୍ଦିର ପରିସର ରେ ପାଳିତ ହେଉଛି l ଏହି ପୂଜା ୫ ଦିନ ଧରି ପାଳିତ ହେବ l ଏହି ଅବସରରେ ଆଜି ଏକ ଭବ୍ୟ କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଛି l ଏଥିରେ ଗ୍ରାମର ମହିଳା ଓ ପୁରୁଷ ସାମିଲ ରହିଥିଲେ l କର୍ତ୍ତା ଭାବରେ ଭାଗବତ ଘିଭେଲା ସପତ୍ନିକ ରହିଥିବାବେଳେ ଅଶୋକ ଦାସ ପୂଜକ ରହିଛନ୍ତି l ଏହି କାର୍ଯ୍ୟକ୍ରମର ରେ ମାନସ ମହାରଣା, ପରୀକ୍ଷିତ ଦଣ୍ଡସେନା, ଡମନ୍ ପୋଢ଼, ଭିକାରୀ ବଗର୍ତ୍ତି, ପ୍ରଶାନ୍ତ ମହାରଣା, ପିଣ୍ଟୁ କାଲ୍ ସାଏ ପ୍ରମୁଖ ସହଯୋଗ କରୁଥିବା ବେଳେ ସମସ୍ତ ଗ୍ରାମବାସୀ ସାମିଲ ରହିଛନ୍ତି l