ସାଲିସ ବିହୀନ ଶ୍ରମିକନେତା ସ୍ବର୍ଗତ ଦ୍ୱାରିକା ମୋହନ ମିଶ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକିର ଶ୍ରଦ୍ଧାଞ୍ଜଳୀ
ତାଳଚେର ( ଆର୍ତ୍ତତ୍ରାଣ ପାଣି ) : ଆଜି ଦିବା ଏଗାର ଘଟିକା ସମୟରେ ତାଳଚେର ପ୍ରେସ୍ କ୍ଲବ୍ ଠାରେ ଏହି ଅଞ୍ଚଳର ବିଶିଷ୍ଟ ଶ୍ରମିକନେତା ସ୍ୱର୍ଗତ ଦ୍ୱାରିକା ମୋହନ ମିଶ୍ରଙ୍କ ପ୍ରଥମ ବାର୍ଷିକି ଶ୍ରାଦ୍ଧ ଦିବସରେ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆ ଯାଇ ଅଛି l ଏହି ଶ୍ରଦ୍ଧାଞ୍ଜଳି ସଭାରେ ତାଳଚେର ପ୍ରେସ୍ କ୍ଲବ୍ ସଭାପତି ପୁଣ୍ଣଚନ୍ଦ୍ର ସାହୁ ସଭାପତିତ୍ବ କରିଥିବା ସମୟରେ ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ, ତାଳଚେର ନଗରପାଳ ଶ୍ରୀ ପବିତ୍ର ଭୂତିଆ, ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଦିଗାମ୍ବର ଗଡ଼ନାୟକ, ପୂର୍ବତନ ନଗରପାଳ ଶ୍ରୀ କେଶବ ଭୂତିଆ, ପୂର୍ବତନ ତାଳଚେର ବାର୍ ଆସୋସିଆସନ୍ ସଭାପତି ଦୟା ସାଗର ମିଶ୍ର, ପ୍ରେସ୍ କ୍ଲବ୍ ଉପସଭାପତି ଶ୍ରୀ ଦେବୀ ମିଶ୍ର ( ସମାଜ ) ଏବଂ ସମ୍ପାଦକ ଶ୍ରୀ ରଶ୍ମି ରାଞ୍ଜନ ମିଶ୍ର ( ପ୍ରମେୟ ) ସ୍ବର୍ଗତ ମିଶ୍ରଙ୍କ ସ୍ମୃତି ଚାରଣ କରିବା ସହିତ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ଖବର ହସ୍ତଗତ ହୋଇଛି l