ସ୍ଵଚ୍ଛତା ର ପର୍ବ ବଅଳାଣୀ ଯାତ୍ରା
ନବରଙ୍ଗପୁର– ( ମ ନି ସ) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ସ୍ଵଚ୍ଛତାର ପର୍ବ ବଅଳାଣୀ ଯାତ୍ରା ମହା ସମାରୋହରେ ପାଳିତ ହୋଇଯାଇଛି l ଗାଁ ପରିବେଶ କୁ ପରିଷ୍କାର ରଖିବା ଏବଂ ନିରୋଗ ରଖିବା ପାଇଁ ଉକ୍ତ ପର୍ବ ନବରଙ୍ଗପୁର ଜିଲ୍ଲାର ସମସ୍ତ ବ୍ଲକରେ ପାଳନ କରାଯାଇଥାଏ l ଗୋ ପୂଜନ ପର୍ବ ଦିଆଲି ପୂର୍ବରୁ ପାଳନ ହେଉଥିବା ଉକ୍ତ ପର୍ବ କୁ ବଡ ବଅଳାଣୀ ବୋଲି କୁହାଯାଇଥାଏ l ଗାଁ ର ମା ଦୁଲାର ଦେଇ ମନ୍ଦିର ରୁ ଗାଁ ପରିକ୍ରମା କରି ମା ଙ୍କ ଶିରା, ଭୈରବ ଶିରା ଏବଂ ଗ୍ରାମବାସୀ ଗ୍ରାମ ର ଶେଷ ମୁଣ୍ଡରେ ପୂଜାର୍ଚ୍ଚନା କରି ବଅଳାଣୀ ଯାତ୍ରା ସମାପ୍ତ କରିଥାଆନ୍ତି ସେହି ସ୍ଥାନରେ ପାରମ୍ପରିକ ରୀତି ନୀତି ରେ ପୂଜାର୍ଚ୍ଚନା ପରେ ଭୋଜି ଭାତ କରି ନିଜ ନିଜ ଘରକୁ ଫେରିଥାନ୍ତି। ବଅଳାଣୀ ଯାତ୍ରା ରେ ଗାଁ ପରିବେଶକୁ ନିର୍ମଳ ରଖିବା ପାଇଁ ଗାଁ ର ଅଳିଆ ଆବର୍ଜନା କୁ ବିସର୍ଜନ କରାଯାଇଥାଏ l ସ୍ଵଚ୍ଛତା ର ପର୍ବ ବଅଳାଣୀ ଯାତ୍ରା ସମୟରେ ଗ୍ରାମର ପୂଜାରୀ, ଶିରା ସମେତ ଗ୍ରାମବାସୀ ମାନେ ଉପସ୍ଥିତ ରହି ଉକ୍ତ ଯାତ୍ରାରେ ସହଯୋଗ କରିଥାଆନ୍ତି l