୨୬ତମ ଜିଲ୍ଲା ସ୍ତରୀୟ ନୌ ଚାଳନା ୨୦୨୪ର କାର୍ଯ୍ଯକ୍ରମ ନେଇ ପ୍ରସ୍ତୁତି ବୈଠକ
ଥୁଆମୂଳ ରାମପୁର:୨୯/୧୨ -(ମନିସ):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ସଭାଗୃହ ଠାରେ ୨୬ ତମ ଜିଲ୍ଲା ସ୍ତରୀୟ ନୌ ଚାଳନା ଓ ତୀର ଚାଳନା ପ୍ରତିଯୋଗୀତା କାର୍ଯ୍ୟକ୍ରମ ନିମନ୍ତେ ଏକ ପ୍ରସ୍ତୁତୀ ବୈଠକ ଥୁଆମୂଳ ରାମପୁର ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଅଧିକାରୀ ଶ୍ରୀ ରାମକୃଷ୍ଣ ଗଣ୍ତଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ୨୦୨୪ ଜାନୁଆରୀ ୭ ତାରିଖ ଦିନ ମହୁଲପାଟଣା ଅନ୍ତର୍ଗତ କେନ୍ଦୁଗୁଡା ଇନ୍ଦ୍ରାବତୀ ଜଳଭଣ୍ଡାର ନିକଟରେ ଏହି ପ୍ରତିଯୋଗିତା ପ୍ରତିବର୍ଷ ଭଳି ଆସନ୍ତା ୨୦୨୪ ବର୍ଷରେ ମଧ୍ୟ ଏହି କାର୍ଯ୍ଯକ୍ରମ ଆୟୋଜିତ କରାଯିବା ପାଇଁ ସ୍ଥିରୀକୃତ ହୋଇଥିଲା । ତେବେ ଏହି ପ୍ରତିଯୋଗୀତାରେ ବହୁ ସଂଖ୍ୟାରେ ପ୍ରତିଯୋଗୀ ମାନେ କିପରି ଭାବରେ ଭାଗ ନେଇ ପାରିବେ ସେଥିପାଇଁ ପ୍ରଚାର ପ୍ରସାର ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପ୍ରତିଯୋଗିତା ସ୍ଥାନରେ ବିଭିନ୍ନ ବିଭାଗ ର ଷ୍ଟଲ ଏବଂ ଏକ ସିକେଲସେଲ ପରୀକ୍ଷଣ ଶିବିର ଆୟୋଜନ ପାଇଁ ମଧ୍ୟ ଯୋଜନା କରାଯାଇଛି । ସ୍ଥାନ ଟିକୁ ଉତ୍ସବ ମୁଖରିତ କରିବା ପାଇଁ ଥୁଆମୁଳ ରାମପୁର ର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସାଂସ୍କୃତିକ ଦଳକୁ ସାମିଲ କରିବା ପାଇଁ ମଧ୍ୟ ଆଲୋଚନା କରାଯାଇଥିଲା। ଏଥିରେ ବିଷମଗିରି , ଥୁଆମୁଳ ରାମପୁର କଲେଜ, ମହୁଲପାଟଣା, ଗୋପାଳପୁର କନ୍ୟାଶ୍ରମ, ବାଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଗ୍ରାମ ବିକାଶ ର ନୃତ୍ୟ ଦଳ କୁ ଅଂଶଗ୍ରହଣ କରିବାକୁ ସୁଯୋଗ ଦିଆଯିବା ପାଇଁ ଆଲୋଚନା ହୋଇଥିଲା। ବୈଠକରେ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନୀତିଶ ଝା, ଜିଲ୍ଲା ମତ୍ସ୍ୟ ଅଧିକାରୀ, କଳାହାଣ୍ଡି, ଅଗ୍ନିଶମ କାର୍ଯ୍ୟାଳୟ ର ହାବିଲଦାର ସୁନୀଲ ବେହେରା ,ବିଧାୟକ ପ୍ରତିନିଧି ମାଣିକ୍ଯ ଚନ୍ଦ୍ର ନାଏକ, କଲଜ ଅଧ୍ଯକ୍ଷ ସତ୍ଯନାରାୟଣ ମୁଣ୍ଡଛିନା, ବ୍ଲକ ଜନ ମଙ୍ଗଳ ଅଧିକାରୀ, ତହସିଲଦାର କବିରାଜ ପ୍ରଧାନ, ସିଡିପିଓ, ସରପଞ୍ଚ ସଂଘ ସଭାପତି ବଳଭଦ୍ର ଜାନୀ, ପୋଲିସ ବିଭାଗ ର କର୍ମଚାରୀ ସମେତ୍ ବ୍ଳକର ଅନ୍ଯାନ୍ଯ ପଞ୍ଚାୟତ ର ସରପଞ୍ଚ, ସ୍ଥାନୀୟ ସମିତି ସଭ୍ୟା ପୁଷ୍ପାଞ୍ଜଳି ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।