କାର୍ଯ୍ୟ ତଦାରଖ କଲେ ବ୍ଲକ ଅଧ୍ୟକ୍ଷ, ବିଡିଓ
ଧର୍ମଗଡ/ଗୋଲାମୁଣ୍ଡା:୨/୪/୨୨:
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ରେ ୫-ଟି ଅଧୀନ ରେ ସ୍କୁଲ ରୂପାନ୍ତର କରଣ କାର୍ଯ୍ୟ ଚାଲୁ ରହିଛି । ବ୍ଲକ ର ଚହକା ଓ ବଡଚେର ଗାଁ ସ୍ଥିତ ହାଇସ୍କୁଲ ଦ୍ବୟ କୁ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଓ ବିଡିଓ ସ୍ନିଗ୍ଧାରାଣୀ ପ୍ରଧାନ ହଠାତ ଗତ କାଲି ପରିଦର୍ଶନ ରେ ଯାଇ ରୂପାନ୍ତର କରଣ କାର୍ଯ୍ୟ ର ତଦାରଖ କରିଥିଲେ ।
ଚହକା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପାଠ ପଢୁଛନ୍ତି । ମୋଟ ଛାତ୍ର ଛାତ୍ରୀ ସଂଖ୍ୟା ୪୦୫ ରହିଛି । ଦଶ ଟି ଶ୍ରେଣୀ ପାଇଁ ଏଠାରେ କେବଳ ୫ଟି ଶ୍ରେଣୀ ଗୃହ ରହିଛି । ଏବେ ୫-ଟି ଅଧୀନ ରେସ୍କୁଲ ରୂପାନ୍ତର କରଣ ଚାଲିଛି । ସ୍କୁଲ ରେ ଥିବା ୫ଟି ଶ୍ରେଣୀ ଗୃହ ରୁ ଗୋଟିଏ କୁ ବିଜ୍ଞାନ ଗାର, ଗୋଟିଏ କୁ ଇ-ଲାଇବ୍ରେରୀ କରାଯାଉଛି । ନୂତନ ଶ୍ରେଣୀ ଗୃହ ର ଜରୁରୀ ଆବଶ୍ୟକତା ଥିବା ବେଳେ ଏହା ହେଉ ନଥିବାରୁ ଅସୁବିଧା ହେଉଥିବା ନେଇ ଅଭିଭାବକ ମାନେ ବ୍ଲକ ଅଧ୍ୟକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଦିବ୍ୟାଶଙ୍କର ମିଶ୍ର ଙ୍କ ସହ ଆଲୋଚନା କରି ଖୁବ ଶୀଘ୍ର ଶ୍ରେଣୀ ଗୃହ ର ବ୍ୟବସ୍ଥା କରିବେ ବୋଲି ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ପ୍ରତିଶୃତି ଦେଇଥିଲେ । ସେହିପରି ବଡଚେର ଗାଁ ପବ୍ଲିକ ହାଇସ୍କୁଲ ର ରୁପାନ୍ତର କରଣ କାର୍ଯ୍ୟ କୁ ମଧ୍ୟ ତଦାରଖ କରିବା ସହ ଶୀଘ୍ର କାମ ସାରିବାକୁ ନିର୍ଦେଶ ଦେଇ ଥିଲେ । ସ୍କୁଲ ପରିଦର୍ଶନ ସମୟ ରେ ଅଧ୍ୟକ୍ଷ ଓ ବିଡିଓ ଙ୍କ ସହିତ କେଗା ଜିଲ୍ଲାପରିଷଦ ସଭ୍ୟ ଜୟ ସେନ ସାହୁ, ଚହକା ସରପଞ୍ଚ ହେମ ବନ୍ତି ତାଣ୍ଡି, ନାଏବ ସରପଞ୍ଚ ଲୋଚନ ମାଝୀ, କନିଷ୍ଠ ଯନ୍ତ୍ରୀ ନିକୁଞ୍ଜ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।