ହିଁସା କାଣ୍ଡରେ ବିଜେଡି ନେତା ଓ ସମର୍ଥକ ଙ୍କ ଆକ୍ରମଣ ରେ ଶିକାର ପରିବାର କୁ ଭେଟିଲେ ଜିଲ୍ଲା କଂଗ୍ରେସ ସଭାପତି
ବସ୍ତା,30/01 :ବସ୍ତା ବ୍ଲକ ଅନ୍ତର୍ଗତ ଇଡିଦା ପଂଚାୟତ ର ବେନର ଛିଡ଼ା ନେଇ ଘଟିଥିବା ରାଜନୈତିକ ହିଁସା କାଣ୍ଡରେ ଶିକାର ହୋଇଥିବା ପରିବାର ସଦସ୍ୟଙ୍କୁ ଭେଟିଥିଲେ ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରି। ବିଜୁ ଜନତା ଦଳ ର ଆଶାୟୀ ବିଧାୟିକା ପ୍ରାର୍ଥୀ ଙ୍କ ଖାସ୍ ସମର୍ଥକ ତଥା ସେହି ପଂଚାୟତ ର ସରପଞ୍ଚ ଙ୍କ ସ୍ବାମୀ ଓ ତାଙ୍କ ସମର୍ଥକ ମାନେ ରାତି ନଅ ଟା ବେଳେ ଏକ ପରିବାର କୁ ପଶି ଏକାଧିକ ଗୁଣ୍ଡା ଶ୍ରଣୀ ଲୋକ ଙ୍କୁ ନେଇ ମଆରଆଣସ୍ତ ଦେଖାଇବା ସହିତ ଏକ ଅଟୋ ରିକ୍ସା, ଦୁଇଟି ମଟର ସାଇକେଲ ଭଙ୍ଗାରୁଜା କରିଛନ୍ତି ଓ ସେହି ପରିବାର ସଦସ୍ୟଙ୍କୁ ଆକ୍ରମଣ କରିବା ସହ ମହିଳା ମାନଂକୁ ମଧ୍ୟ ଧମକ ଚମକ ଦେଇ ପିଟା ମରା କରିଥିଲେ ଏପରିକି ଜଣେ ଗର୍ଭବତୀ ମହିଳା ଙ୍କୁ ଘୋଷାରି ଘୋଷାରି ପିଟିଥିଲେ ଯାହାକି ଜଣେ ନିର୍ବାଚିତ ସରପଞ୍ଚ ଙ୍କ ସ୍ବାମୀ ଓ ତାଙ୍କ ସମର୍ଥକ ମାନେ ଏଭଳି ଘଟଣା କରିବାକୁ ସମ୍ପୁର୍ଣ୍ଣ ବର୍ବରଚିତ ଓ ଗୁଣ୍ଡା ରାଜ୍ ବୋଲି କହିଛନ୍ତି। ଏହି ଘଟଣା କୁ ତୀବ୍ର ନିନ୍ଦା କରିବା ସହିତ ବିଜଡି ସରକାର ଗାଁ କୁ କାମ ଓ ମା କୁ ସମ୍ମାନ ବୋଲି ନାରା ଦେଉଥିବା ବେଳେ ତାଙ୍କ ଦଳର ସରପଞ୍ଚ ଙ୍କ ସ୍ବାମୀ ଏଭଳି ଘଟଣା ବିଜୁ ଜନତା ଦଳ ର ଅସଲ ଚେହେରା ବୋଲି କହିଛନ୍ତି। ଏବଂ ଜଦି ପୋଲିସ ଅଭିଯୁକ୍ତ ସରପଞ୍ଚ ଙ୍କ ସ୍ବାମୀ ଓ ତାଙ୍କ ସମର୍ଥକ ମାନଙ୍କୁ ଅବିଳମ୍ବେ ଗିରଫ ନକରେ ତାହାଲେ କଂଗ୍ରେସ ସିଂଲା ଥାନା ଘେରାଉ କରିବ ଏବଂ ଆକ୍ରମଣ ରେ ଶିକାର ପରିବାର ସଦସ୍ୟଙ୍କ ଠାରୁ ସମସ୍ତ ଘଟଣା ଶୁଣି ଥିଲେ। ଏହି ପରିଦର୍ଶନ ସମୟରେ ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ତଥା ବସ୍ତା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଗୋପିନାଥ ପାଢୀ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ତଥା ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନା, ଜିଲ୍ଲା କଂଗ୍ରେସ କିଶାନ ସଭାପତି ଜୟନ୍ତ କୁମାର ମହାପାତ୍ର ଇଡିଦା ପଂଚାୟତ କଂଗ୍ରେସ ସଭାପତି ନିତ୍ୟାନନ୍ଦ ସିଂ ଦରଡା ପଂଚାୟତ କଂଗ୍ରେସ ସଭାପତି ନରହରି ଘଡେ଼ଇ ଦରଡା ପଂଚାୟତ କଂଗ୍ରେସ ପୁର୍ବତନ ସଭାପତି ସଂଜୀବ ବିଶ୍ବାଳ ଉପସ୍ଥିତ ଥିଲେ।