ହୃଦଘାତରେ ପ୍ରେସକ୍ଲବ କୋଷାଧ୍ଯକ୍ଷଙ୍କ ପରଲୋକ
ବସ୍ତା ,31/1ରୂପସା ସାମିଲ ହସନପୁର ପଞ୍ଚାୟତ ସରପଞ୍ଚ ପ୍ରତିନିଧି ତଥା ପ୍ରେସକ୍ଲବ,ବସ୍ତାର କୋଷାଧ୍ଯକ୍ଷ ମନୋରଞ୍ଜନ ପ୍ରଧାନ(୫୨) ଓରଫ୍ ମଣ୍ଟୁଙ୍କର ମଙ୍ଗଳବାର ପରଲୋକ ଘଟିଛି। ଗତ କିଛିଦିନ ଧରି ସେ ଅସୁସ୍ଥ ଥିଲେ। ଆଜି ସନ୍ଧ୍ୟାରେ ତାଙ୍କର ଅବସ୍ଥା ଅତ୍ୟନ୍ତ ଖରାପ ହେବାରୁ ତାଙ୍କୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାକୁ ନିଆ ଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ସେ ଜଣେ ସାମ୍ବାଦିକ ସହିତ ପ୍ରେସକ୍ଲବ ବସ୍ତାର କୋଷାଧ୍ୟକ୍ଷ ଦାୟିତ୍ୱରେ ରହିଥିଲେ। ସେ ବିଭିନ୍ନ ସଙ୍ଗଠନ ସହିତ ମଧ୍ୟ ଯୋଡି ହୋଇ ରହିଥିଲେ। ଏଥିସହିତ ସେ ବିଜେଡିର ଜଣେ ସଂଗଠକ ଥିଲେ।ତାଙ୍କ ମୃତ୍ୟୁ ଖବର ପାଇ ସଦର ବିଧାୟକ ସ୍ବରୂପ କୁମାର ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ସଦର ବ୍ଲକ ବିଜେଡି ସଭାପତି ବସନ୍ତ ପଣ୍ଡା,ଯୁବ ବିଜେଡ଼ି ସଭାପତି ଦିଲ୍ଲୀପ କୁମାର ମହାନ୍ତି, ବରିଷ୍ଠ ବିଜେଡି ନେତା ବରଦା ପ୍ରସନ୍ନ ପଟ୍ଟନାୟକ, ସାଂସଦ ପ୍ରତିନିଧି ଶୁଭେଶ ନାୟକ, ରାଉତପଡା ସମବାୟ ସମିତି ସଭାପତି ଦେବାଶିଷ ମହାପାତ୍ର ଙ୍କ ବହୁ ସାମ୍ବାଦିକ ଓ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ। ପ୍ରକାଶ ଥାଉକି ତାଙ୍କ ପତ୍ନୀ ମାଳତୀ ପ୍ରଧାନ ରୂପସା ସାମିଲ ହସନପୁର ପଞ୍ଚାୟତର ସରପଞ୍ଚ ଅଟନ୍ତି ଏବଂ ମନୋରଞ୍ଜନ ‘ସକାଳ’ ଖବରକାଗଜରେ ରୂପସା ପ୍ରତିନିଧି ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କ ମୃତ୍ୟୁ ଯୋଗୁଁ ବୁଧବାର ରୂପସା ରେ ଦୋକାନ ବଜାର ବନ୍ଦ ରଖାଯାଇଥିଲା l