୧୫ ବର୍ଷ ଝିଅର ଆତ୍ମହତ୍ୟା, ଶବଦାହ ପାଇଁ ଆଣିଥିଲେ ମଧ୍ୟ ଡାକ୍ତର ଭୋଜି ଭାତରେ ଥିବାରୁ ପରିବାର ସଦସ୍ୟ ହତାସ
ବନ୍ଧୁଗାଁ ତା ୧/୨/୨୪ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଗାରିଡି ପଞ୍ଚାୟତ ଡୁମାଡଙ୍ଗର ଗ୍ରାମର ଜଣେ ୧୫ ବାଳିକାଙ୍କ ନିଜ ଘରେ ଆତ୍ମହତ୍ୟା ହୋଇଛନ୍ତି । ନିଜ ବଡ ଭାଇ କୁମୁଦ ମିଣିଆକା ଙ୍କ ଦ୍ଵାରା ବନ୍ଧୁଗାଁ ପୋଲିସ ଥାନାରେ ଲିଖିତ ଅଭିଯୋଗ ଅନୁଯାଇ ଭଉଣୀ ସାରନ୍ତି ମିଣିଆକା ୧୫ ବର୍ଷ ଗତ ବୁଧବାର ଦିନ ନିଜ ଜମି ଠାରେ ଥିବା କୁଡ଼ିଆ ଘରରୁ ଡୁମାଡଙ୍ଗର ଗାଁରେ ଥିବା ନିଜ ବାସ ଗୃହକୁ ସକାଳ ୯ ଘଣ୍ଟା ସମୟରେ ଫେରି ଥିଲେ। ଘରେ କିଏ ମଧ୍ୟ ନ ଥିବା ଜାଣି ଝିଅ ନିଜ ଚୁନି ଲଗାଇ ଆତ୍ମହତ୍ୟା କରିଥିଲେ । ଠିକ ଅଳ୍ପ କିଛି ସମୟ ମଧ୍ୟରେ ଝିଅ ଟି ମୃତ୍ୟୁ ହୋଇ ଝୁଲୁଥିବା ଦେଖି ବାକୁ ପାଇଥିଲେ । କାହିଁକି ଜଣେ କିଶୋରୀ ବାଳିକା ଏହି ପ୍ରକାର ପଦକ୍ଷେପ ଗ୍ରହଣ କଲେ ତାହା ଅଧିକ ତଦନ୍ତ ହେବା ଆବଶ୍ୟକ ରହିଛି। ପରିବାର ଲୋକେ ଲିଖିତ ଅଭିଯୋଗ ଅନୁଯାଇ ସେ ନିଜେ ହିଁ ଆତ୍ମହତ୍ୟା ହୋଇଛନ୍ତି। କିନ୍ତୁ ପରିବାର ଲୋକଙ୍କ ତତଫରୁ ବନ୍ଧୁଗାଁ ଥାନା ରେ ଲିଖିତ ଅଭିଯୋଗ କରିବା ଶବ କୁ ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣି ଶବ ବ୍ୟବଚ୍ଛେଦ ପାଇଁ ଅଣାଯାଇଥିଲା। ଏହି ସମୟରେ ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ମଧ୍ୟ ଡାକ୍ତର ନ ଥିବା ଜାଣିବାକୁ ପାଇଲେ। ଗ୍ରାମବାସୀଙ୍କ ବୟାନ ଅନୁଯାଇ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ ଡ଼କ୍ଟର ଙ୍କ ସମେତ ସମସ୍ତ ଷ୍ଟାଫ ବଣ ଭୋଜି କରିବାକୁ ଯାଇ ରହିଯାଇଥିଲେ । ଏପଟେ ମୃତ କିଶୋରୀ ବାଳିକା ଙ୍କ ଦୁଃଖରେ ପରିବାର ଲୋକେ ଅନ୍ତସନ୍ତ୍ ହେଉଥିବା ବେଳେ ଡ଼ାକ୍ତରଙ୍କ ବଣ ଭୋଜିକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ଡକ୍ଟର ଙ୍କ ଉପସ୍ଥିତି ନ ଥିବା ଜାଣି ପରିବାର ଲୋକେ ବାଧ୍ୟ ହୋଇ ମୃତ ଶବକୁ ବ୍ୟବଚ୍ଛେଦ ନ କରି ନିଜ ଘରକୁ ନେଇ ଚାଲି ଯାଇଥିଲେ । ପରେ ଶବକୁ ଗାଁ ଲୋକଙ୍କ ଉପସ୍ଥିତିରେ ଶବ ଦାହ କରିଥିବା ଜାଣିବାକୁ ମିଳିଛି । ବନ୍ଧୁଗାଁ ପୋଲିସ ଥାନା ତତଫରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁ ଥିବା ଜାଣିବାକୁ ମିଳିଛି।