ସୁଶାନ୍ତ କୁମାର ବେହେରାଙ୍କୁ ପୁଣି କୋକସରା ବ୍ଲକ ବିଜେଡି ସଭାପତି ଭାବେ ଦାୟିତ୍ୱ
କୋକସରା,୯/୨ // ରାଜ୍ୟ ସରକାରଙ୍କ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ୧୩ଟି ବ୍ଲକର ବ୍ଲକ ସଭାପତି ଓ ୪ ଜଣ ସହରାଞ୍ଚଳ ସଭାପତି ଭାବେ ନିଯୁକ୍ତ କରିଛନ୍ତି । କୋକସରା ବ୍ଲକ ପାଇଁ ପୁଣିଥରେ ସୁଶାନ୍ତ କୁମାର ବେହେରାଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି। ଶ୍ରୀ ବେହେରା ଦୀର୍ଘ ୨୮ ବର୍ଷ ଧରି ଜନତା ଦଳ ସମୟରୁ ଜଣେ ଶୃଙ୍ଖଳିତ କର୍ମି ଭାବେ କାର୍ଯ୍ୟ ସମ୍ପାଦନ କରି ଆସୁଛନ୍ତି। ଯୁବ ସଭାପତି ଭାବେ ୨ ଥର ଓ ବ୍ଲକ ସଭାପତି ଭାବେ ଲଗାତାର ୫ ପାଳି ରହି ସେ ଦଲୀୟ ନେତୃବୃନ୍ଦଙ୍କ ନିକଟରେ ପ୍ରିୟଭାଜନ ହୋଇ ରହିଛନ୍ତି। ପୁଣିଥରେ କୋକସରା ବ୍ଲକର ଦଲୀୟ ନେତୃତ୍ୱ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ଓ ଦଲୀୟ ନେତୃବୃନ୍ଦ ଓ ସହକର୍ମୀଙ୍କୁ କୃତଜ୍ଞତା ଜଣାଇଛନ୍ତି।