ହନୁମାନ ଜୟନ୍ତି ପାଳନ
ଲକ୍ଷ୍ମୀପୁର ହନୁମାନ ମନ୍ଦିର କମିଟି ଦ୍ଵାରା ପଣା ସଂକ୍ରାନ୍ତି ଅବସରରେ ହନୁମାନ ଜୟନ୍ତି ପାଳନ ହୋଇଯାଇଛି ଲକ୍ଷ୍ମୀପୁର କଲେଜ ପାର୍ଶ୍ୱରେ ଥିବା ପାହାଡ଼ ଉପରେ ଥିବା ହନୁମାନ ମନ୍ଦିର ଠାରେ ପଣା ସଂକ୍ରାନ୍ତି ଅବସରରେ ହନୁମାନ ଜୟନ୍ତି ପାଳନ ହୋଇଥିଲା। ଏଥିରେ ହନୁମାନ ମନ୍ଦିର କମିଟି ଦ୍ଵାରା ଭକ୍ତ ସର୍ଦ୍ଦାଳୁ ନିମନ୍ତେ ହନୁମାନ ଦର୍ଶନ ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ତା ବ୍ୟବସ୍ତା କରିବା ସହ ଭକ୍ତ ସର୍ଦ୍ଦାଳୁ ନିମନ୍ତେ ପଣା ଏବଂ ଅନ୍ନ ପ୍ରସାଦ ସେବନର ବନ୍ଧବସ୍ତ କରିଥିଲେ । ଏଠାରେ ହଜାର ହଜାର ଭକ୍ତ ସର୍ଦ୍ଦାଳୁ ଯୋଗ ଦେଇ ହନୁମାନ ଦର୍ଶନ କରିବା ସହ ଠାକୁରଙ୍କ ଆର୍ଶୀବାଦ ଗ୍ରହଣ କରିଥିଲେ ।
ବରିଷ୍ଠ କିରାଣି ହରେକୃଷ୍ଣ ସାହୁ, ଲକ୍ଷ୍ମୀପୁର ମହାବିଦ୍ୟାଳୟ ଅଧ୍ୟାପକ ଜଗନ୍ନାଥ ରଥ, ସାଙ୍ଗାନ୍ନା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଗଲେକ ଲେଙ୍କା, ଡାକ୍ତର ଦେବୋସ ବେହେରା,ବରିଷ୍ଠ ନାଗରିକ ହୃଷୀକେଶ ସାହୁ,ପଞ୍ଚାନନ ଟାକ୍ରୀ, କ୍ୟାମ୍ପ ଏମଡି ଗୋପାଳକୃଷ୍ଣ ଆଚାର୍ଯ୍ୟ, ଶଙ୍କର ସାହୁ, ସନ୍ନି ବାବୁ ପ୍ରମୁଖ ଉପସ୍ଥିତ ରହି ଭକ୍ତ ସର୍ଦ୍ଦାଳୁ ଙ୍କୁ ପଣା ଓ ଅନ୍ନ ପ୍ରସାଦ ପରୋଶି ଦେଇଥିଲେ।