ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀ, ବାଜି ମାରିବେକି 

ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀ, ବାଜି ମାରିବେକି 

ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ର ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝିଙ୍କ ପ୍ରତି ଦିନକୁ ଦିନ ସମର୍ଥନ ବଢ଼ିବାରେ ଲାଗିଛି । ନିର୍ବାଚନ ପାଇଁ ୮ ବର୍ଷର ଦୂରତାକୁ ଛିଣ୍ଡାଇ ଗୁରୁ ଓ ଶିଷ୍ୟ ଏକତ୍ରିତ ହୋଇଛନ୍ତି। ଆସନ୍ତା ସାଧାରଣ ନିର୍ବାଚନ ପାଇଁ ସ୍ବାଧୀନ ପ୍ରାର୍ଥୀ ଘାସିରାମଙ୍କୁ ଗରିବ ସେନା ସଂଗଠନ ଖୋଲା ଖୋଲି ଭାବେ ସମର୍ଥନ କରିବାକୁ ଘୋଷଣା କରିଛି। ସ୍ଥାନୀୟ ଗୋଡ଼ଫୁଲା ବରଗଛ ପଡ଼ିଆରେ ଗରିବ ସେନା ସଂଗଠନ ଜିଲ୍ଲା ସଭାପତି ରବି ମଙ୍ଗରାଜଙ୍କ ଏକତ୍ରିତ ନେତୃତ୍ବରେ ଶତାଧିକ ଯୁବକ ଏକତ୍ରିତ ହୋଇଥିଲେ। ଗତ ଏକ ବର୍ଷ ହେବ ଗରିବ ସେନା ସଂଗଠନ ନିର୍ବାଚନ ଲଢ଼ିବାକୁ ଯୋଜନା କରିଥିଲା। କିନ୍ତୁ ସଂଗଠନର ସଭାପତି ରବିଙ୍କ ରାଜନୈତିକ ଗୁରୁ ଘାସିରାମ ସ୍ବାଧୀନ ପ୍ରାର୍ଥୀ ହେବାରୁ ଅଡୁଆରେ ପଡ଼ିଥିଲେ। ବର୍ତ୍ତମାନ ବିଜେଡି, ବିଜେପି ଓ କଂଗ୍ରେସ ଦଳରେ ଆର୍ଥିକ ସ୍ବଚ୍ଛଳ ତ‌ଥା ଅଭିଜ୍ଞ ନେତାମାନେ ନିର୍ବାଚନକୁ ଓହ୍ଲାଇଛନ୍ତି। ଏହି ହେଭିୱେଟ ଲଢ଼େଇରେ ଗରିବ ସେନା ପ୍ରାର୍ଥୀ ଦେଲେ କେତେ ସଫଳହେବ ବୋଲି ସଂଗଠନର କାର୍ଯ୍ୟକର୍ତ୍ତା ବିଚାର ବିମର୍ଶ କରିଥିଲେ। ଶେଷରେ ସ୍ବାଧୀନ ପ୍ରାର୍ଥୀ ଘାସିରାମଙ୍କୁ ସମର୍ଥନ କରିବାକୁ ବୈଠକରେ ନିଷ୍ପଭି ହୋଇଥିଲା I ଘାସିରାମଙ୍କୁ ଅଚାନକ ବୈଠକକୁ ନିମନ୍ତ୍ରଣ କରି ନିର୍ବାଚନରେ ସମର୍ଥନ ଜଣାଇବାକୁ ଘୋଷଣା କରିଥିଲେ । ଏଥିରେ ଖୋଦ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଶିଷ୍ୟ ରବିଙ୍କୁ କୋଳେଇ ନେଇ ଆତ୍ମବିଭୋର ହୋଇଥିଲେ। ଏଭଳି ଦୀର୍ଘ ୫ ବର୍ଷ ପରେ ଗୁରୁ ଓ ଶିଷ୍ୟଙ୍କ ମହା ମିଳନ ହୋଇଥିଲା। ଏହାକୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଅଖିଳ ଭାରତୀୟ ଗୋଣ୍ଡଓ୍ବାନା ମହାସଭା କାର୍ଯ୍ୟକାରୀ ସଭାପତି ଖାମସିଂ ମାଝି, ରାଜ୍ୟ ଆଦିବାସୀ କଲ୍ୟାଣ ସଂଘ ସଭାପତି ବାଳକୃଷ୍ଣ ଶବର, ସାଧାରଣ ସମ୍ପାଦକ ଭାନୁପ୍ରତାପସିଂ ମାଝି, ଖୋଲାରାଜ ଗୋଣ୍ଡ ସମାଜ ସଂଯୋଜକ ହୋମସିଂ ମାଝି, ସୁଧୀର ମିଶ୍ର ପ୍ରମୁଖ ସ୍ବାଗତ କରିଥିଲେ । ଗତ ୨୦୧୪ରେ ରବି କଂଗ୍ରେସରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ୨୦୧୬ ରେ ଗରିବ ସଂଗଠନ ଆରମ୍ଭ କରି ଜିଲ୍ଲାରେ ହେଉ ଥିବା ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତିକୁ ବିରୋଧକରି ସ୍ବରତ୍ତୋଳନ କରିଥିଲେ। ୨୦୧୯ ରେ କଂଗ୍ରେସ ଦଳରୁ ଦୂରେଇ ଯାଇ ସେ ଗରିବସେନା ସଂଗଠନକୁ ସୁସଂଗଠିତ କରିଥିଲେ।ଗତ ନୂଆପଡ଼ା ଏନଏସି ନିର୍ବାଚନରେ ସ୍ବାଧୀନପ୍ରାର୍ଥୀ ମହମ୍ମଦ ଆଦମଙ୍କ ପ୍ରଚାର ମଙ୍ଗ ଧରି ବିଜୟୀ କରିବାରେ ସେ ମୁଖ୍ୟ ଭୂମିକା ଗ୍ରହଣକରିଥିଲେ । ଆଗକୁ ସ୍ବାଧୀନ ପ୍ରାର୍ଥୀ ଘାସିରାମଙ୍କ ବିଜୟ ପାଇଁ ସଂଗଠନର ସବୁ ସଦସ୍ୟ ଜଣେ ଜଣେ ସିପାହୀ ଭଳି କାମ କରିବୁ ବୋଲି ସଂଗଠନ ସଭାପତି ଶ୍ରୀ ମଙ୍ଗରାଜ କହିଛନ୍ତି।ସଂଗଠନର ହରୀ କୁଳଦୀପ, ଦୁଷ୍ମନ୍ତ ଦୁରିଆ,ଗଦାଧର ମାଝି, ସୁବାସ ଆଡ଼ବଙ୍ଗ, ଖୁସିଜଗତ, ଧର୍ମରାଜ ନାଗବଂଶୀ, ସୁଶାନ୍ତ ଜଗତ,ଲକ୍ଷ୍ମଣ ତାଣ୍ଡି, ବାଲେଶ୍ବର ସାହୁ, ସୁନ୍ଦର ଚିନ୍ଦା,ନାଥୁରାମ ମାଝି, ଏକାମ ଦୀପ, ନରୁ ପାଣ୍ଡେ,ଯୋଗେଶ୍ୱର ପାଣ୍ଡେ, ଘାସି ଦୀପ, ସାଗରକରୁଆଁ, ବିବେକାନ୍ତ କଟା, ନରେଶ ଯାଦବ ପ୍ରମୁଖ ଶତାଧୂକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କଂଗ୍ରେସର ଦାବିପତ୍ର ପ୍ରଦାନ

masiha

ନବୀନଙ୍କ ଗୁଡ଼ ଉଇଲରେଥିବା ଧୃବ ଦ୍ଵିତୀୟ ବାର ଵିଧାୟକ ଓ ଅଂଶୁମାନ ଲୋକସଭା ପ୍ରାର୍ଥୀ

masiha

ନର୍ଲା ପଞ୍ଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ୍ ସ୍ତରୀୟ ଶିଶୁମେଳା ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort