ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଘୁଚାପ ପ୍ରଭାବରେ ସାମାନ୍ୟ ବର୍ଷା, ଲୋକେ ଆଶ୍ବସ୍ତି 

ଲଘୁଚାପ ପ୍ରଭାବରେ ସାମାନ୍ୟ ବର୍ଷା, ଲୋକେ ଆଶ୍ବସ୍ତି 

କନ୍ଧମାଳ,ତା,୨୧/୦୬:(ମନିସ): କନ୍ଧମାଳ ଜିଲା ବାଲିଗୁଡା ତଥା ଏହାର ଆଖପାଖ ବ୍ଲକ ଅଞ୍ଚଳରେ ଶୁକ୍ରବାର ବର୍ଷା ହୋଇଛି। ବର୍ଷା ଯୋଗୁଁ ଲୋକଙ୍କୁ ଗରମ, ଗୁଳୁଗୁଳିରୁ ସାମାନ୍ୟ ନିସ୍ତାର ମିଳିଛି। ପାଣିପାଗ ବିଭାଗ ପକ୍ଷରୁ ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ବଢିବ। ଯାହାକି, ଶୁକ୍ରବାର ମଧ୍ୟାହ୍ନ ପରେ ପରେ ଅଞ୍ଚଳରେ ହୋଇଥିବା ସାମାନ୍ୟ ବର୍ଷାରୁ ଅନୁମାନ କରାଯାଉଛି । ପୂର୍ବରୁ ଏକାଧିକ ଥର କାଳ ବୈଶାଖୀରେ ବର୍ଷା ସହ ଝଡ଼, ତୋଫାନ, ବିଜୁଳି ଓ ଘଡ଼ଘଡ଼ି ମାରି ଲୋକଙ୍କୁ କଲବଲ କରୁଥିଲା। ବର୍ଷା କମ କ୍ଷତି ଗ୍ରସ୍ତ ହେଉଥିଲେ ଅଧିକ ଲୋକେ। ହେଲେ ଏହି ବର୍ଷା ଥିଲା ମୌସୁମିର ଆଗମନ, ନା ଥିଲା ବିଜୁଳି, କି ଘଡ଼ଘଡ଼ି ନା ପବନ, କେବଳ ବର୍ଷା ହିଁ ବର୍ଷା। ଫଳରେ ସମଗ୍ର ଅଞ୍ଚଳରେ ଟିକିଏ ଥଣ୍ଡା ପଡ଼ିବା ସହ ଗୁଳୁଗୁଳି କମିଛି। ବର୍ଷା ବଡ଼ ଧରଣର ହୋଇ ନ ଥିଲେ ସୁଦ୍ଧା ମାଟି ଭଜିଛି। ଏହି ବର୍ଷାରେ ଧାନ ତଳି ଭଲ ହେବା ସହ ପନିପରିବା ଓ ହଳଦୀ ଚାଷୀଙ୍କୁ ଅନେକ ଫାଇଦା ଯୋଗାଇବ ବୋଲି ଚାଷୀ ମାନେ ପ୍ରକାଶ କରିଛନ୍ତି l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ପ୍ରଥମ ଥର ପାଇଁ ରାୟଗଡା ଠାରେ ମା ମଝିଘରିଆଣି ଏଣ୍ଟରଟେନମେଣ୍ଟ ଟ୍ରଷ୍ଟ ପକ୍ଷରୁ ସଫଳତାର ସହ ଅନୁଷ୍ଠିତ ହେଲା ରାୟଗଡା ଟେଲେଣ୍ଟ ଆୱାର୍ଡ 2024

masiha

ଶିକ୍ଷା ସଚେତନ ରଥ କୁ ଫୁ, ମଦ ନିଶାରେ ମତୁଆଲା ହେଉଛନ୍ତି ଆଦିବାସୀ ଛାତ୍ର

Sunil Chandra Nayak

ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ 

masiha

Leave a Comment

error: Content is protected !!