ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ଅଗ୍ନିଶମ ସେବା ସଂସ୍ଥା ତରଫରୁ ୨ଟି ବିଦ୍ୟାଳୟରେ ମକ୍ ଡ୍ରିଲ ପ୍ରଦର୍ଶନ

ଡାବୁଗାଁ ଅଗ୍ନିଶମ ସେବା ସଂସ୍ଥା ତରଫରୁ ୨ଟି ବିଦ୍ୟାଳୟରେ ମକ୍ ଡ୍ରିଲ ପ୍ରଦର୍ଶନ

ଡାବୁଗାଁ, ୨୫/୬ (ମ.ନି.ସ.)- ମଙ୍ଗଳବାର ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଡାବୁଗାଁ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ କୋଇଲାରି ପଞ୍ଚାୟତ ର କୋଇଲାରି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଡାବୁଗାଁ ଅଗ୍ନିସମ ସଂସ୍ଥା ଦ୍ୱାରା ଛାତ୍ରୀଛାତ୍ର ମାନଙ୍କୁ ମକ୍ ଡ୍ରିଲ ପ୍ରଦର୍ଶନ କରି ଛାତ୍ରୀଛାତ୍ର ମାନଙ୍କୁ ସଚେତନ କରାଇଥିଲେ । ଏଥିରେ ମୁଖ୍ୟ ଆଗ୍ନିକ ଉପେନ୍ଦ୍ର କୁମାର ମହାରଣା, ଆଗ୍ନିକ ହେମନ୍ତ ମାଝି, ମଳୟ କୁମାର ନାୟକ ଓ ଆଗ୍ନିକ ଡ୍ରାଇଭର ପ୍ରସନ୍ନ କୁମାର ବିଶ୍ୱାଳ ପ୍ରମୁଖ ଙ୍କ ଦ୍ୱାରା ଗଭୀର ଜଳ ମଧ୍ୟରୁ ବିପନ୍ନ ବ୍ୟକ୍ତି ଙ୍କୁ ଉଦ୍ଧାର କରିବା କୌଶଳ, ରାସ୍ତାରେ ଗଛ ପଡି ଥିଲେ ଯନ୍ତ୍ର ସାହାଯ୍ୟରେ ଗଛ କାଟିବା, ଗ୍ୟାସ ଜଳୁଥିଲେ ଗ୍ୟାସ କୁ ଲିଭାଇବା କୌଶଳ, ତୈଳ ରେ ନିଆଁ ଲାଗି ଥିଲେ ନିଆଁ କୁ ଲିଭାଇବା ପ୍ରଣାଳୀ, ଘରେ ନିଆଁ ଲାଗି ଥିଲେ ନିଆଁକୁ ପାଣି ପାଇପ ଦ୍ୱାରା ଲିଭାଇବା ପ୍ରଣାଳୀ, ଅଳ୍ପ ନିଆଁ ଲାଗି ଥିଲେ ନିଆଁ କୁ ଆୟତ୍ତ କରିବା ପ୍ରଣାଳୀ, ଛାତ ଉପରେ ସଜ୍ଞାହିନ ବ୍ୟକ୍ତିକୁ କିପରି ଉଦ୍ଧାର କରିବା କୌଶଳ, ବନ୍ୟା, ବାତ୍ୟା, ଦୁର୍ଘଟଣା ଘଟି ଥିବା ସ୍ଥାନ ମାନଙ୍କରୁ ସହଜ ଉପାୟ ରେ ଉଦ୍ଧାର କରିବା କୌଶଳ ମାନ ପ୍ରଦର୍ଶନ କରି ଛାତ୍ରୀ ଛାତ୍ର ମାନଙ୍କୁ ବ୍ୟାପକ ଭାବେ ବୁଝାଇ ଥିଲେ । ଡାବୁଗାଁ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ବନଲତା ମହାନ୍ତି, ଶିକ୍ଷୟତ୍ରି ଅନିତା ବେହେରା, ଗିରିଶବାଳା ଜେନା, ପୁଷ୍ପାଞ୍ଜଳୀ ମଣି, ଚିନ୍ମୟୀ ପଟ୍ଟନାୟକ, ଶସ୍ମିତା ଗୁଣି ଓ ଶିକ୍ଷକ ଦିବାକର ବାରିକ ପ୍ରମୁଖ ସହ କୋଇଲାରି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ବେହେରା, ଶିକ୍ଷୟତ୍ରୀ ପୁଷ୍ପଲତା ସାମଲ, ଶର୍ମିଳା ଜେନା, ସବିତା ଦାଶ, ଶିକ୍ଷକ ବଲ୍ଲଭ ନାରାୟଣ ପଣ୍ଡାଓ ରମାକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ | ଏଭଳି ସଚେତନ କାର୍ଯ୍ୟକ୍ରମ ପ୍ରତ୍ୟେକ ବିଦ୍ୟାଳୟରେ କରାଗଲେ ସମସ୍ତ ଛାତ୍ରୀ ଛାତ୍ର ଙ୍କ ମଧ୍ୟରେ ସାହସ ସହ ପରୋପକାର କରି ଧନ ଜୀବନ ରକ୍ଷା କରି ପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କଳସୀଯାତ୍ରାର ଶେଷ ଦିନରେ ବିଧାୟକଙ୍କ ବିଭିନ୍ନ ଗ୍ରାମ ଗସ୍ତ ଓ ମା ଠାକୁରାଣୀ ଶେଷ ଦର୍ଶନ

masiha

ଲଡ଼ାଙ୍ଗଠାରେ ୭୫ତମ ବନ ମହୋତ୍ସବ ପାଳିତ

masiha

ଉତ୍କଳମଣି ସେବାସଂସ୍ଥାର ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!