ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡା ଜିଲ୍ଲାରେ ଲାଗିବ ୩୭ ହଜାର ତାଳ ଗଛ

ନୂଆପଡା ଜିଲ୍ଲାରେ ଲାଗିବ ୩୭ ହଜାର ତାଳ ଗଛ

ନୂଆପଡା – ଚଳିତ ବର୍ଷ ନୂଆପଡା ଜିଲ୍ଲାରେ ୩୭ ହଜାର ତାଳ ଗଛ ରୋପଣ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଖଡ଼ିଆଳ ଡିଏଫଓ ଅଜିଜ୍ ଖାଁ କହିଛନ୍ତି l ପୁଣି ଜିଲ୍ଲାରେ ବିଭିନ୍ନ ପ୍ରକାରର ୭ ଲକ୍ଷ ୫୦ ହଜାର ଚାରା ରୋପଣ କରା ଯିବ ବୋଲି ଜଣାଇଛନ୍ତି l ଆଜି ନୂଆପଡା ଜିଲ୍ଲା ତରବୋଡ ନବୋଦୟ ବିଦ୍ୟାଳୟରେ ଆୟୋଜିତ ବନମହୋତ୍ସବରେ କହିଛନ୍ତି l ତରବୋଡ ନବୋଦୟ ବିଦ୍ୟାଳୟରେ ଆୟୋଜିତ ବନ ମହୋତ୍ସବରେ ଖଡ଼ିଆଳ ଡିଏଫଓ ଅଜିଜ ଖାଁ, କୋମନା ରେଞ୍ଜର ଦେବଦତ୍ତ ସୁତାର, ଫରେଷ୍ଟର ଗୋପାଳ ମହାନନ୍ଦ, ଫରେଷ୍ଟର ସମୀର କାନ୍ତ ଠାକୁର, ଫରେଷ୍ଟ ଗାର୍ଡ ଲକ୍ଷ୍ମୀଧର ଘିଭେଲା, ବିଜୁଲ ରାଉତ ରାୟ, ଘଷିଆନ ପୋଡ଼, ଶଶିଧର ଟାଣି,ଉତ୍ତମ ମେହେର, ଉଦିତ ମିଶ୍ର, ବନ୍ୟ ପ୍ରାଣୀ ୱାଡେନ ମାୟାଧର ସରାଫ, ପାରା ଫରେଷ୍ଟ ଷ୍ଟାଫ ସାଗର ଠେଲା, ଜୟ ଦେବ ସାହୁ ପ୍ରମୁଖ ଯୋଗଦାନ କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସୁନିତା ଜୟପୁରିଆ ଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

ତାଳୁକ ଆଇନ ପକ୍ଷରୁ ସଡକ ସୁରକ୍ଷା ସଚେତନତା ଅଭିଯାନ

Sunil Chandra Nayak

ପାନପୋଷି- ଶିମିଳିନାଳି ର ଶ୍ରୀ ଶ୍ରୀ ଯୋଗେଶ୍ୱର ବାବା ଶୈବପୀଠରେ ଶିମିଳିପାଳ ଗ୍ରୁପ ଇନଷ୍ଟିଚ୍ଯଟ ତରଫରୁ ଶ୍ରଦ୍ଧାଳୁଙ୍କୁ କଞ୍ଚାବୁଟ ଓଦହି ସରବତ ବଣ୍ଟନ 

masiha

Leave a Comment

error: Content is protected !!