ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ମହିଳା ମହାବିଦ୍ୟାଳୟ ରେ କଳାହାଣ୍ଡି ସାଂସଦ ଓ ଧର୍ମଗଡ ବିଧାୟକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଧର୍ମଗଡ ମହିଳା ମହାବିଦ୍ୟାଳୟ ରେ କଳାହାଣ୍ଡି ସାଂସଦ ଓ ଧର୍ମଗଡ ବିଧାୟକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ପବିତ୍ର ହେରା ପଞ୍ଚମୀ ଅବସରରେ କଳାହାଣ୍ଡି ର ମାନ୍ୟବର ସାଂସଦ ଶ୍ରୀମତୀ ମାଳବିକା ଦେଓ ଓ ଧର୍ମଗଡ ର ମାନ୍ୟବର ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ ଙ୍କୁ ଧର୍ମଗଡ ମହିଳା ମହାବିଦ୍ୟାଳୟ ପରିସରରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଧ୍ୟାପିକା ପ୍ରିୟମ୍ବଦା ଚାନ୍ଦ ଅଧ୍ୟକ୍ଷତା କରିଥିବା ବେଳେ ଅଧ୍ୟାପକ ବଙ୍କିମ ଚନ୍ଦ୍ର ମୁଣ୍ଡ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବରିଷ୍ଠ ଆଇନଜୀବୀ ଚିନ୍ତାମଣି ପାତ୍ର କଲେଜ ର ପ୍ରତିଷ୍ଠାତା ସଭ୍ୟ ହୃଷିକେଶ ମିଶ୍ର ସଭାରେ ମହିଳା ମହାବିଦ୍ୟାଳୟ ର ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରି ମାନ୍ୟବର ସାଂସଦ ଓ ବିଧାୟକଙ୍କ ସହଯୋଗ କାମନା କରିଥଲେ। ବର୍ତ୍ତମାନର ବିଧାୟକ ୧୯୯୨ ମସିହାରେ କଲେଜ ର ଜଣେ ପ୍ରତିଷ୍ଠାତା ସଭ୍ୟ ହିସାବରେ ସ୍ମୃତି ଚାରଣ କରି ଏହି କଲେଜ କୁ ସରକାରୀ ମହାବିଦ୍ୟାଳୟ ରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦାବୀ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ସାଂସଦ ମାଳବିକା ଦେଓ ସ୍ବାଗତ ସମ୍ବର୍ଦ୍ଧନା ପାଇଁ କୃତଜ୍ଞତା ଜ୍ଞାପନ କରି ତାଙ୍କ ବକ୍ତବ୍ୟ ରେ ସେ ବାଳିକା ଉଚ୍ଚ ବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟ ରେ ଶିକ୍ଷା ଲାଭ କରିଥିବା କହି ଛାତ୍ରୀଙ୍କ ସମସ୍ୟା ଓ ଅଧ୍ୟାପକ, ଅଧ୍ୟାପିକା ଙ୍କ ସମସ୍ୟା କୁ ଗୁରୁତର ସହ ନେବେ ବୋଲି ପ୍ରକାଶ କରିଥିଲେ। ସ୍ଥାନୀୟ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ ଦାଦା ଓ ମୁଁ ମିଶି ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଅନୁଦାନ ଆଣିବୁ ବୋଲି ପ୍ରକାଶ କରିଥିଲେ। ପ୍ରତିଷ୍ଠାତା ସଭ୍ୟ ହୃଷିକେଶ ମିଶ୍ର ମହାବିଦ୍ୟାଳୟ ରେ ଏକ ଅଡିଟୋରିଅମ, ଛାତ୍ରୀଙ୍କ ପାଇଁ କମନ୍ ରୁମ ସକାଶେ ଉଭୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।କଲେଜ ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରିନ୍ସିପାଲ ପ୍ରିୟମ୍ବଦା ଚାନ୍ଦ ଧନ୍ୟବାଦ୍ ପ୍ରଦାନ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଦୁଇ ଦିନିଆ ଗରିମା ଜାତୀୟ କର୍ମଶାଳା ଉଦ୍‌ଘାଟନ ‘ପ୍ରମୁଖ ପରିମଳ କାର୍ଯ୍ୟର ରୂପାନ୍ତରୀକରଣ- ସୁରକ୍ଷା, ସମ୍ମାନ ଓ ସମାବେଶନ (Transforming Core Sanitation Work- Safety, Dignity & Inclusion)

Sunil Chandra Nayak

ରାଇରଙ୍ଗପୁର ସରସ୍ବତୀ ଶିଶୁ ମନ୍ଦିରର ବିଦ୍ବତ୍‌ ପରିଷଦ ଗଠିତ

Sunil Chandra Nayak

ଗାଁ ରେ ୪ ଦିନ ବିଦ୍ୟୁତ ନ ଥିବାରୁ ବିଦ୍ୟୁତ ବିଭାଗର କର୍ମଚାରି ଙ୍କୁ ଅଟକ ରଖିଲେ ଗ୍ରାମବାସି

masiha

Leave a Comment

error: Content is protected !!