ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷକଙ୍କ ଦେହାନ୍ତ ଶିକ୍ଷକଙ୍କ ପାଇଁ ଝୁରୁଛନ୍ତି ଛାତ୍ରଛାତ୍ରୀ 

ଶିକ୍ଷକଙ୍କ ଦେହାନ୍ତ ଶିକ୍ଷକଙ୍କ ପାଇଁ ଝୁରୁଛନ୍ତି ଛାତ୍ରଛାତ୍ରୀ 

ବନ୍ଧୁଗାଁ ତା, ୧୫/୭/୨୪, ବନ୍ଧୁଗାଁ ବ୍ଲକରେ ପିଲାଙ୍କୁ ପାଠ ପଢାଇବାରେ ହିଁ ୨୧ ବର୍ଷ କାଳ ବାଜିରେ ଲଗେଇଥିଲେ I ଏହି ଜଣେ ବ୍ୟକ୍ତି ହେଉଛନ୍ତି ବନ୍ଧୁଗାଁ ଗ୍ରାମର କରନାଲୁ ଟାଉଟି I ଏହି ଜଣେ ବ୍ୟକ୍ତି ୨୦୦୩ ମସିହାରେ ପ୍ରଥମେ ପ୍ରାଥମିକ ବିଦ୍ୟାଳୟ ଠାରେ (ଏସ.ଏସ) ଶିକ୍ଷକ ଭାବରେ ନିଯୁକ୍ତି ପାଇଥିଲେ I ତାଙ୍କେ ଜଣେ ନବଦୟ ବିଦ୍ୟାଳୟର ଭଲ ଛାତ୍ର ଭାବେ ପରିଚିତ ଥିଲେ I ଶିକ୍ଷାଗତା ସାରିବା ପରେ ଶିକ୍ଷକ ପଦ ପାଇ ଛାତ୍ରଛାତ୍ରୀଙ୍କୁ ସାଧାରଣ ଶିକ୍ଷକ ଭାବରେ କାବେରି ବାଡ଼ି ପଞ୍ଚାୟତର ଜାଙ୍ଗଡ଼ି ବାଲଶା ପ୍ରାଥମିକ ବିଦ୍ୟାଳୟ ଠାରେ ଶିକ୍ଷା ଦେଇ ଆସୁଥିଲେ I ଏଥି ମଧ୍ୟରେ ଆଠ ବର୍ଷ ବିତିବା ପରେ ସରକାରଙ୍କ ଦ୍ୱାରା (ରେଗୁଲାର) ନିୟମିତ ଶିକ୍ଷକ ଭାବରେ ପଦନ୍ନତି ହୋଇଥିଲେ I ପଦନ୍ନତି ପରେ ତାଙ୍କୁ ନୂତନ ପ୍ରାଥମିକ ବିଦ୍ୟାଳୟ ଗତିପୁଟ ଗ୍ରାମ ଠାରେ ଆଜି ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଉଚିତ ଶିକ୍ଷା ଦେଇ ଆସୁଥିଲେ I ଏଥି ମଧ୍ୟରେ ଶନିବାର ଦିନ ସ୍କୁଲ ଛୁଟି କରି ଘରକୁ ଫେରିବା ପରେ ଘରେ ହଟାତ ଭାବରେ ଦେହ ଅସୁସ୍ଥ ହୋଇଥିବାରୁ ତାଙ୍କର ଧର୍ମ ପତ୍ନୀ କରନାଲୁ ସାଥି ତାଙ୍କୁ ଆନ୍ଦ୍ରର ପାର୍ବତି ପୁରମର ରାମ ମହନ ରାଓ ଘରୋଇ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଚିକିତ୍ସା କରାଇ ଗତ କାଲି ଅର୍ଥାତ ରବିବାର ଦିନ ୫ ଟାରେ ନିଜ ଘରକୁ ପହଁଞ୍ଚିଥିଲେ I ରବିବାର ରାତି ୧୧ ଟା ସମୟରେ ଦେହ କିଛି ଭଲ ଲାଗୁନି ବଲି କହିଁବାରୁ ରାତିସାରା ଘର ଲୋକେ ଚେତା ରହିଥିଲେ କିନ୍ତୁ ସକାଳ ୫ ଟା ବେଳକୁ ନିଜ ବାସ ଭଵନ ଠାରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଥିବାର ନିଜର ଧର୍ମ ପତ୍ନୀ ସାଥି ସୂଚନା ଦେଇଥିଲେ I ଉକ୍ତ ବିଷୟ ଶୁଣି ବନ୍ଧୁଗାଁ ବ୍ଲକର ଶିକ୍ଷକ ସଙ୍ଘର ସଭାପତି ମନଜ କୁମାର ବାଗ, ସମ୍ଫାଦକ କେ.ପ୍ରତାପ  କୁମାର, ବଣ୍ଡା ରାଜ ସାରଥୀ, ନାଗଵଂଶ ଭିକାରୀ, ପ୍ରତାପ ବିଡ଼ିକା, କୃଷ୍ଣ ପିଡ଼ିକା, ଲିଙ୍ଗରାଜ ପାଙ୍ଗି ଏ. ଚନ୍ଦ୍ର ମହୁଳି, ସଞ୍ଜୟ ସିଙ୍ଘ, କେ. ଶଙ୍କର ସମସ୍ତ ଶିକ୍ଷକ ପହଁଞ୍ଚି ମୃତ ଶିକ୍ଷକ ଟାଉଟିଙ୍କ ଘରେ ପହଁଞ୍ଚି ଶିକ୍ଷକଙ୍କ ସଙ୍ଘ ପାଣ୍ଠିରୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପାଇଁ ମୃତ ଶିକ୍ଷକଙ୍କ ପତ୍ନୀଙ୍କୁ ସହାୟତା କରିଥିଲେ I ଶିକ୍ଷକଙ୍କ ମୃତ ଖବର ଶୁଣି ଅଞ୍ଚଳବାସୀ ଦୁଃଖ ପ୍ରକାଶ କରିଥିଲେ ଓ ନିଜ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ମଧ୍ୟ ଦୁଃଖ ପ୍ରକାଶ କରିଥିବାର ଜାଣିବାକୁ ପାଇଥିଲୁ I ତାଙ୍କ ମୃତ୍ୟୁ ସମୟରେ ପତ୍ନୀ ସାଥି, ଭଣଜା କାରକା ମାଜି  , ଭାଣିଜୀ କାରକା ଆନସୂରିଆ ଓ ବଡ଼ ନାନି  କାରକା ଗାଣାପତି ଓ ନିଜ ସାହାସ ଓ ଅନ୍ୟାନ୍ୟ ବନ୍ଧୁ ଉପସ୍ଥିତ ଥିଲେ I ତାଙ୍କ ମୃତ୍ୟୁ ବେଳକୁ ୪୪ ବର୍ଷ ୭ ମାସ ହୋଇଥିଲା I

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଆସିକା ପୌର ପରିଷଦ ପକ୍ଷରୁ ଉଦ୍‌ଘାଟନ ଓ ଭିଭିପ୍ରସ୍ତର କାର୍ଯ୍ୟକ୍ରମ

Sunil Chandra Nayak

ଦିବ୍ୟାଙ୍ଗଙ୍କ ଆଗ୍ରହ ପଛରେ ହାର ମାନିଛି ପାଠପଢା, ଦଶମ ଶ୍ରେଣୀର ପରୀକ୍ଷାରେ ସାହାଯ୍ୟ କରୁଛନ୍ତି ଅନ୍ୟ ଜଣେ ନବମ ଶ୍ରେଣୀର ଛାତ୍ରୀ

Sunil Chandra Nayak

ସାମ୍ବାଦିକ ଏବଂ ମୋ ଅନୁଷ୍ଠାନ ସମ୍ପାଦକଙ୍କୁ ସମ୍ବର୍ଦ୍ଧିତ କଲା ଜନହିତ ଯୁବକ ସଂଘ

masiha

Leave a Comment

error: Content is protected !!