ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୫୦ଵର୍ଷରେ ପଦାର୍ପଣ କଲା ଭିତରକନିକାର କୁମ୍ଭୀର ପ୍ରକଳ୍ପ, ପର୍ଯ୍ୟଟକଙ୍କ ଆକର୍ଷଣ ହୋଇଛି ଗୋରୀ, ମଲ୍ଲୀ, ଶ୍ବେତା ନାମକ କୁମ୍ଭୀର

୫୦ଵର୍ଷରେ ପଦାର୍ପଣ କଲା ଭିତରକନିକାର କୁମ୍ଭୀର ପ୍ରକଳ୍ପ, ପର୍ଯ୍ୟଟକଙ୍କ ଆକର୍ଷଣ ହୋଇଛି ଗୋରୀ, ମଲ୍ଲୀ, ଶ୍ବେତା ନାମକ କୁମ୍ଭୀର

ରାଜନଗର :-କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ଅଧିନସ୍ଥ ଡାଙ୍ଗମାଳରେ ଅଵସ୍ଥିତ ଵିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଅଭୟାରଣ୍ୟରେ ନଦୀ ନାଳ ଓ ଜଙ୍ଗଲର ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ପର୍ଯ୍ୟଟକମାନେ ଆକୃଷ୍ଟ ହେଉଛନ୍ତି, ୫୦ବର୍ଷ ହେବ ଗଢିଉଠିଥିବା କୁମ୍ଭୀର ପ୍ରକଳ୍ପରେ ସ୍ଥାନପାଇଥିବା କୁମ୍ଭୀର ଗୋରୀ, ମଲ୍ଲୀ ଓ ଶ୍ଵେତାଙ୍କୁ ଦେଖିବାକୁ ଦେଶ ବିଦେଶରୁ ଧାଇଁ ଆସୁଛନ୍ତି ଅତିଥି ଗଣ। ସେମାନଙ୍କୁ ପର୍ଯ୍ୟଟନ କ୍ଷେତ୍ରରେ ଆତିଥ୍ୟର ମର୍ଯ୍ୟାଦା ଦେଇ ପ୍ରିୟପାତ୍ର ସାଜିଥିବା ରେଞ୍ଜରରୁ ଏସିଏଫ ହୋଇ ମଧ୍ୟ ପର୍ଯ୍ୟଟକମାନଙ୍କ ପାଇଁ ଆଶାବାଡି ସାଜିଥିବା ସେହି ମାନସ ରଞ୍ଜନ ଦାସ ଏଵେବି ନିଜ କର୍ତ୍ତବ୍ୟରେ ବାନ୍ଧିହୋଇପଡିଛନ୍ତି। ଏସିଏଫ ଶ୍ରୀ ଦାସଙ୍କ କହିବାନୁଯାଇ ତା ୨୨.୪.୧୯୭୫ ମସିହାରେ ୬୭୨କିମିକୁ ନେଇ ରାଜ୍ୟର ପ୍ରଥମ ଅଭୟାରଣ୍ୟ ଭାଵେ ସରକାର ଘୋଷଣା କରିଥିଲେ। ତା୧୫.୭.୧୯୭୫ ରେ ପ୍ରଥମେ କୁମ୍ଭୀର ପ୍ରକଳ୍ପ ଆରମ୍ଭ ହୋଇ ଆଜି ୫୦ବର୍ଷରେ ପରିଣତ ହୋଇଛି। ଏହି ପ୍ରକଳ୍ପରେ କୁମ୍ଭୀରଙ୍କ ଵଂଶ ଵୃଦ୍ଧି ପାଇଁ ସେତେବେଳେ କୁମ୍ଭୀର ଗଵେଷଣା ଓ ସଂରକ୍ଷଣ କେନ୍ଦ୍ର ମାନ ଗଢିଉଠିଥିଲା। ସେହି ସମୟରେ ଅଷ୍ଟ୍ରେଲିଆର ବିଶିଷ୍ଟ ପ୍ରାଣୀ ବିଜ୍ଞନୀ ଡ. ଏଚ ଆର ଵଷ୍ଟାର୍ଡଙ୍କ ନେତୃତ୍ୱରେ ଭାରତର ଵିଶିଷ୍ଟ ପ୍ରାଣୀ ବିଜ୍ଞନୀ ତଥା କୁମ୍ଭୀର ଗଵେଷକ ଡ. ସୁଧାକର କର, ଡ. ଚନ୍ଦ୍ରଶେଖର କର ଏବଂ କିଛି କର୍ମଚାରୀଙ୍କ ସହଯୋଗରେ ୯୬ଟି କୁମ୍ଭୀରକୁ ନେଇ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା।କିନ୍ତୁ ସେହି କୁମ୍ଭୀର ତଳିତ ଵର୍ଷ ଜାନୁଆରୀ ମାସରେ ଗଣନାନୁଯାୟୀ ଵ଼଼ଉଳା କୁମ୍ଭୀର ସଂଖ୍ୟା ୧୮୧୧କୁ ଵୃଦ୍ଧି ପାଇଥିବା ସୂଚନା ମିଳିଛି।କୁମ୍ଭୀର ଗଣନା ପାଇଁ ପ୍ରଥମେ କର୍ମଚାରୀ ମାନେ କୁମ୍ଭୀର ଵସା ଠାବ କରିଥାନ୍ତି। ସେଠାରୁ କୁମ୍ଭୀର ଅଣ୍ଡା ସଂଗ୍ରହ କରି ପ୍ରଜନନ କେନ୍ଦ୍ରରେ ରଖିବା ପରେ କୁତ୍ରୀମ ଉପାୟରେ ଛୁଆ ଜନ୍ମ କରାଇଥାନ୍ତି। ଛୁଆ ଜନ୍ମ ଠାରୁ ୩ଫୁଟ ପର୍ଯ୍ୟନ୍ତ ଲାଳନପାଳନ କରି ନଦୀରେ ଛାଡି ଦିଆଯାଇଥାଏ। ଏଥି ପୂର୍ବରୁ ଧଳାକୁମ୍ଭୀର ଗୋରୀକୁ ପର୍ଯ୍ୟଟକ ମାନେ ଦେଖୁଥିବା ବେଳେ ଏଵେ ଧଳା କୁମ୍ଭୀର ମଲ୍ଲୀ ଓ ଶ୍ଵେତାଙ୍କୁ ଦେଖିବାକୁ ଦେଶ ବିଦେଶରୁ ଧାଇଁ ଆସୁଛନ୍ତି ପର୍ଯ୍ୟଟକ। ନଦୀ ପଠାରେ ଛୋଟ ବଡ କୁମ୍ଭୀର ଖରାଖାଉଥିବା ଏବଂ ଜଙ୍ଗଲ ଭିତରେ ଚରୁଥିବା ଦଳଦଳ ହରିଣ ଦେଖି ପର୍ଯ୍ୟଟକ ମାନେ ଆତ୍ମ ସନ୍ତୋଷ ପ୍ରକାଶ କରିଛନ୍ତି। ହେଲେ କୁମ୍ଭୀର ପ୍ରକଳ୍ପ ୫୦ବର୍ଷରେ ପାଦ ଥାପି ଵଂଶ ଵୃଦ୍ଧି ହୋଇ ଭିତରକନିକା ଜାତୀୟ ଉଦ୍ୟାନ ସଫଳତା ହାସଲ କରି ଥିବା ବେଳେ ଵିଭିନ୍ନ ସମସ୍ୟା ମୁଣ୍ଡ ଟେକିଛି। ରେଙ୍ଗାଲି ଓ ଅନ୍ୟାନ୍ୟ ସ୍ଥାନରେ ନଦୀବନ୍ଧ ହେଵା ଦ୍ବାରା ନଦୀରେ ମଧୂର ଜଳ ପରିମାଣ ହ୍ରାସ ଘଟୁଛି। ଅପରପକ୍ଷରେ କୁମ୍ଭୀର ପାଇଁ ଵିଭାଗ ପକ୍ଷରୁ ଵହୁ ଜନସଚେତନତା କରାଯାଇଥିଲେ ମଧ୍ୟ ସଙ୍ଖ୍ୟା ଵୃଦ୍ଧି ଯୋଗୁ ସ୍ଥାନୀୟ ଲୋକଙ୍କର ଜୀବନ ହାନୀ ଘଟୁଥିବାରୁ ଜନ ଅସନ୍ତୋଷ ଲାଗିରହିଛି। କେବଳ ଏତିକିରେ ସିମିତ ନରହି ଅଭୟାରଣ୍ୟକୁ ଲାଗି ରହିଥିବା ଚିଙ୍ଗୁଡ଼ି ଘେରି ସଵୁ ଭିତରକନିକା ପ୍ରତି ବିପଦ ସୃଷ୍ଟି କରିବା ସହ ବର୍ଯ୍ୟବସ୍ତୁ ଵୃଦ୍ଧି ଯୋଗୁ ଭିତରକନିକା ପରିବେଶକୁ ନଷ୍ଟ କରୁଥିବା ପରିଵେଶବିତ୍ ମାନେ ମତପ୍ରକାଶ କରିଛନ୍ତି।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

କଣ୍ଟେନର ସହ ବାଇକ ଧକ୍କା, ୨ ବାଇକ୍ ଆରୋହୀ ଗୁରୁତର

Sunil Chandra Nayak

ଲାଞ୍ଜିଗଡ଼ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ସଭା ଓ ଶୋଭାଯାତ୍ରା

masiha

ସୁରତରଙ୍ଗର “ଅକ୍ଷୟ—ଏକ ଅମ୍ଳାନ ସ୍ମୃତି” ଆୟୋଜିତ 

Sunil Chandra Nayak

Leave a Comment

error: Content is protected !!