ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ ଓ ଏଫ.ଏଲ.ଏନ ଗ୍ରେଡ଼ର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଚଳିତ ଶିକ୍ଷା ବର୍ଷର ଦ୍ଵିତୀୟ ବୈଠକ

ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ ଓ ଏଫ.ଏଲ.ଏନ ଗ୍ରେଡ଼ର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଚଳିତ ଶିକ୍ଷା ବର୍ଷର ଦ୍ଵିତୀୟ ବୈଠକ

ଆଜି ଧର୍ମଗଡ଼ ବ୍ଲକ ବ୍ରାହ୍ମଣ ଛେଣ୍ଡିଆ ଆଞ୍ଚଳିକ ସାଧନ କେନ୍ଦ୍ରର କେବିଡି ପ୍ରାଥମିକ ବିଦ୍ୟାଳୟରେ କେନ୍ଦ୍ର ଅଧିନସ୍ଥ ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ ଓ ଏଫ.ଏଲ.ଏନ ଗ୍ରେଡ଼ର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଚଳିତ ଶିକ୍ଷା ବର୍ଷର ଦ୍ଵିତୀୟ ବୈଠକ ସରକାରଙ୍କ ନିର୍ଦେଶ ଅନୁସାରେ ଅନୁଷ୍ଠିତ ହୋଇଥିଲା l ଏହି ବୈଠକଟି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କବିତା ମୁଣ୍ଡଙ୍କ ସଭାପତିତ୍ୱରେ ଆର ପି ଭାବରେ ସି ଆର ସି ସି ଟିକେଶ୍ୱର ନାଏକ ବୈଠକର ପରିଚାଳନା କରିଥିଲେ I ଏହି ବୈଠକ ଆରମ୍ଭ ହେବା ପୂର୍ବରୁ ବିଦ୍ୟାଳୟର ଶୈକ୍ଷିକ ଓ ଭୌତିକ ଭିତ୍ତିଭୂମି ପରିଦର୍ଶନ କରାଯାଇ ତାହା ଉପରେ ଆଲୋଚନା କରାଗଲା ପରେ ପୂର୍ବ ବୈଠକର ଆଲୋଚନା,ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନର ଜୁଲାଇ ମାସର ଏକାଡେ଼ମିକ କ୍ୟାଲେଣ୍ଡର ପାଠ ଯୋଜନା, ବିଦ୍ୟାଳୟ ରେ ସମ୍ମୁଖୀନ ହେଉଥିବା ସମସ୍ୟା ଓ ସମାଧାନ, ମାନ ନିର୍ଧାରଣ ଟ୍ରାକର, ଇ ଯାଦୁଇ ପିଟlରା, ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀର ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ହାସଲର ଏକକ ଶ୍ରେଣୀ ଓ ବହୁ ଶ୍ରେଣୀ ଶିକ୍ଷାଦାନ ପାଇଁ ପାଠ ଯୋଜନା ସହିତ ଡେମୋ କ୍ଲାସ , ରାଜ୍ୟ ସ୍ତରୀୟ ଉପଲବ୍ଧି ସର୍ବେକ୍ଷଣ, ଜାତୀୟ ଉପଲବ୍ଧି ସର୍ବେକ୍ଷଣ ପାଇଁ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଭୂମିକା , ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନର ମାନନିର୍ଦ୍ଧାରଣ ଟ୍ରାକର ପୂରଣ,ମୋ ସ୍କୁଲ ୱେବ ପୋର୍ଟାଲ ଓ ସାଇବର ସିକୁରିଟି ସମ୍ବନ୍ଧରେ ଆଲୋଚନା କରାଯାଇ ବିଦ୍ୟାଳୟ ସ୍ତରରେ ପିଲାମାନଙ୍କର ଶୈକ୍ଷିକ ଅଭିବୃଦ୍ଧି ପାଇଁ ଯୋଜନା ପ୍ରସ୍ତୁତି କରାଗଲା ଓ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି କରାଗଲା l ଶେଷରେ ଶିକ୍ଷୟିତ୍ରୀ ମୀରା ନାଏକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଜିଲ୍ଲା ଶ୍ରମ ବିଭାଗ ତରଫରୁ ଓଡ଼ିଆ ନାମ ଫଳକ ଅଭିଯାନ 

Sunil Chandra Nayak

ଡାବୁଗାଁ ରେ ମହାତ୍ମା ଗାନ୍ଧୀ ଜୟନ୍ତୀ ପାଳିତ 

masiha

ରାଜ୍ୟ ସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା ପାଇଁ କ୍ଷେତ୍ର ପରିଦର୍ଶନ 

Sunil Chandra Nayak

Leave a Comment

error: Content is protected !!