ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା। ଭାବ ବିହ୍ଵଳ ହେଲେ ଛାତ୍ରଛାତ୍ରୀ….

ଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା।

ଭାବ ବିହ୍ଵଳ ହେଲେ ଛାତ୍ରଛାତ୍ରୀ….

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଖଇର ପଦର ସ୍ଥିତ କପିଳେଶ୍ୱର ଉଚ୍ଚ ବିଦ୍ୟାଳୟ ରେ କାର୍ଯ୍ୟରତ ହିନ୍ଦୀ ଭାଷା ଶିକ୍ଷକ ବାଞ୍ଛାନିଧି ପଣ୍ଡା ଚାକିରୀ ଜୀବନ ରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସର ରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଧ୍ରୁବ ଚରଣ ମୁଣ୍ଡ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଓଷ୍ଟା କଳାହାଣ୍ଡି ଜିଲ୍ଲା ସଭାପତି ମନୋରଂଜନ ପାଣିଗ୍ରାହୀ, ସମ୍ମାନୀତ ଅତିଥି ଭାବେ ଓଷ୍ଠା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଚନ୍ଦ୍ର ନାୟକ, ଧର୍ମଗଡ ବ୍ଲକ ଓଷ୍ଟା ସଭାପତି ରିଖି ରାମ ବେହେରା ପ୍ରମୁଖ ଯୋଗ ଦେଇ ବିଦାୟୀ ଶିକ୍ଷକ ଙ୍କୁ ମାନପତ୍ର, ଉପଢୌକନ ଓ ସ୍ମୃତି ଚିହ୍ନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ବିଦ୍ୟାଳୟ ଆରମ୍ଭ ଦିନ ଠାରୁ ଦିର୍ଘ ୩୬ ବର୍ଷ ଧରି ନିରବଛିନ୍ନ ଭାବେ ସେ ବିଦ୍ୟାଳୟ ରେ ହିନ୍ଦୀ ଭାଷା ଶିକ୍ଷକ ଭାବେ ନିଜର ସର୍ବୋତ୍ତମ ସେବା ଦେଇ ଆସିଥିବା ବେଳେ ଜଣେ ଛାତ୍ର ବତ୍ସଳ ତଥା ମେଳାପି ଶିକ୍ଷକ ଭାବେ ସମସ୍ତ ଙ୍କ ପ୍ରିୟ ପାତ୍ର ରହିଥିଲେ । ଶିକ୍ଷକ ପଞ୍ଚାନନ ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗୋକୁଳ ଚନ୍ଦ୍ର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ରାଧାମୋହନ ପାଣିଗ୍ରାହୀ, ହିତାଂଶୁ ଟୋଲଟିଆ , ରୋଜି କୁମାରୀ ଚୌଧୁରୀ, ମାନିନୀ ମେହେର,ଶ୍ୟାମ ଚରଣ ଚଣ୍ଡୀ, ରଞ୍ଜନ ରଶ୍ମୀ ସେଠୀ, ବ୍ରଜ କିଶୋର ରାଉତ ଓ ଅନ୍ୟମାନେ କାର୍ଯ୍ୟକ୍ରମ ଆୟୋଜନ ରେ ସହଯୋଗ କରିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଧର୍ମଗଡରେ ୮୦ ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ । ବୈଷୟିକ ଜ୍ଞାନକୌଶଳ ଓ ସାମଜିକ ଗଣ ମାଧ୍ୟମ ର ସଦୁପଯୋଗ କରି ଯୁବ ପିଢ଼ି ଦେଶ ହିତ ପାଇଁ, ନିଜର ଭବିଷ୍ୟତ ପାଇଁ ନେତୃତ୍ୱ ନେବା ର ଆବଶ୍ୟକତା ରହିଛି

Sunil Chandra Nayak

ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ପ୍ରସ୍ତୁତି ବୈଠକ

masiha

ଅସହାୟ ଗରିବ ରୋଗୀ ଙ୍କ ପାଇଁ BHRC INDIA ଢେଙ୍କାନାଳ ଟିମ୍ ଙ୍କ ମହାନତା

Leave a Comment

error: Content is protected !!