ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୁଖ୍ୟ ଶାଖାରେ ପାର୍କିଂ ସ୍ଥାନର ଅଭାବ… ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା

ଧର୍ମଗଡ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୁଖ୍ୟ ଶାଖାରେ ପାର୍କିଂ ସ୍ଥାନର ଅଭାବ… ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା

ପାର୍କିଂ ବ୍ୟବସ୍ଥା ପାଇଁ ଚିଫ୍ ଜେନେରାଲ ମ୍ୟାନେଜରଙ୍କ ଦୃଷ୍ଟି ଆକର୍ଷଣ କଲା ଧର୍ମଗଡ ବ୍ୟବସାୟୀ ସଙ୍ଘ….

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଧର୍ମଗଡ ଶାଖା ସମ୍ମୁଖରେ ଗାଡ଼ି ପାର୍କିଂ ବ୍ୟବସ୍ଥା ନ ଥିବାରୁ ଉକ୍ତ ଅଞ୍ଚଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ବ୍ୟାଙ୍କ କୁ କାରବାର ଆସୁଥିବା ଗ୍ରାହକ ତଥା ହିତାଧିକାରୀ ମାନେ ଜାତୀୟ ରାଜପଥ କଡ଼ରେ ନିଜ ନିଜର ଗାଡ଼ି ପାର୍କିଂ କରୁଥିବାରୁ ବହୁ ସମୟ ଧରି ସେଠାରେ ଅଭାବନୀୟ ପରିସ୍ଥିତି ସୃଷ୍ଠି ହେଉଛି। ଏସବିଆଇ ର କିଛି ଦୂରରେ ଧର୍ମଗଡ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ,ସବ ଜେଲ, ତହସିଲ ଅଫିସ, ଜୁଡିସିଆଲ କୋର୍ଟ ରହିଛି। ଜାତୀୟ ରାଜ ପଥ ଉପରେ ବେଆଇନ ପାର୍କିଂ ଯୋଗୁଁ ଘଣ୍ଟା ଘଣ୍ଟା ଧରି ସେହି ସ୍ଥାନରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ଦେଖା ଯାଉଛି। ବ୍ୟାଙ୍କ କୁ ଆସୁଥିବା ହିତାଧିକାରୀ ମାନେ ନିଜର ଯାନବାହାନ କୁ ଘଣ୍ଟା ଘଣ୍ଟା ଧରି ବ୍ୟବସାୟ ପ୍ରତିଷ୍ଠାନ ସମ୍ମୁଖରେ ରଖି ଦେଉଥିବାରୁ ବ୍ୟବସାୟୀ ତଥା ସେଠାକୁ ଆସୁଥିବା ଗ୍ରାହକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଧର୍ମଗଡ ଚେମ୍ବର ଅଫ କମର୍ସ ତରଫରୁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଓଡିଶା ଶାଖାର ଚିଫ ମ୍ୟାନେଜର ଙ୍କୁ ବ୍ୟାଙ୍କ ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରିବା ପାଇଁ ଦାବୀ ପତ୍ର ପ୍ରଦାନ କରିଛନ୍ତି। ପାର୍କିଂ ସ୍ଥାନ ଅଭାବରୁ ବ୍ୟାଙ୍କ ସାମ୍ନା ଜାତୀୟ ରାଜପଥ ପଥରେ ଟ୍ରାଫିକ ସମସ୍ୟା ଏଡ଼ାଇବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବାକୁ ଦାବୀ କରାଯାଇଅଛି। ସୂଚନାଯୋଗ୍ୟ ଯେ, ଗତ ୧.୮.୨୦୨୪ ତାରିଖ ଦିନ ସିଜିଏମ ଶ୍ରୀ ଦିନେଶ ପ୍ରୁଥୀ ଧର୍ମଗଡ ଗ୍ରସ୍ତ ରେ ଆସିଥିବା ସମୟରେ ବ୍ୟାଙ୍କ ର ପାର୍କିଂ ବ୍ୟବସ୍ଥା କୁ ନେଇ ସାମ୍ୱାଦିକ ମାନେ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ।

ଏନେଇ ଆଜି ଚେମ୍ବର ଅଫ କମର୍ସ ର ସଭାପତି ବିଦ୍ୟାଧର ସାହୁଙ୍କ ନେତୃତ୍ଵରେ ସଂପାଦକ ଅରୁଣ କୁମାର ତାୟଲ, ଶ୍ରବଣ ଅଗ୍ରୱାଲ,ଜଗନ୍ନାଥ ପୃଷ୍ଟି, ଦୁର୍ଗା ପାଣିଗ୍ରାହୀ ପ୍ରମୁଖ ଧର୍ମଗଡ ଉପଜିଲ୍ଲାପାଳ ଧିମାନ ଚକମା ଙ୍କୁ ଭେଟି ଏ ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ।ଧର୍ମଗଡ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର ନୂତନ ନିର୍ମିତ ଉପର ମହଲା ଏବେ ଲୋକାର୍ପିତ ହୋଇଥିବା ବେଳେ ସ୍ଥାନୀୟ ଏନଏସି କର୍ତ୍ତୃପକ୍ଷ ପାର୍କିଂ ବ୍ୟବସ୍ଥା ଉପରେ ଦୃଷ୍ଟି ଦେଇ କୋଠା ନିର୍ମାଣ ଅନୁମତି ଦେଇଛି ନା ନାହି ତାହା ତଦନ୍ତ କରାଯିବ ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଥିଲେ।

ଚେମ୍ବର ଅଫ କମର୍ସ ର ସଦସ୍ୟ ମାନେ ଧର୍ମଗଡ ଏସ.ବି.ଆଇ ର ଶାଖା ପରିଚାଳକ ସାଇ ଶଙ୍କର ପ୍ରଧାନ ଙ୍କୁ ମଧ୍ୟ ଭେଟି ସି ଜି ଏମ ଙ୍କୁ ଦେଇଥିବା ଦାବୀ ପତ୍ର ର କପି ପ୍ରଦାନ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରାଇରଙ୍ଗପୁରର ନୂତନ ବନଖଣ୍ଡ ଅଧିକାରୀ ଭାବେ ସୁବ୍ରତ ପାତ୍ରଙ୍କ ଯୋଗଦାନ

Sunil Chandra Nayak

ରାଜ୍ୟସ୍ତରୀୟ ବଡି ବିଲଡିଂ ପ୍ରତିଯୋଗିତା ଆସନ୍ତା ୨୭ରେ

masiha

ରାଇରଙ୍ଗପୁର ଆରଟିଓ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ବାଇକ୍ ପିକଅପ୍ ଭେନ୍ ମୁହାଁମୁହିଁ; ଦୁଇ ମୃତ ; ବାଇକ୍ ଜଳିଗଲା

masiha

Leave a Comment

error: Content is protected !!