ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୃକ୍ଷ ରୋପଣ କାର୍ଯକ୍ରମ    

ବୃକ୍ଷ ରୋପଣ କାର୍ଯକ୍ରମ    

ମ.ରାମପୁର,୧୩/୦୮(ମସୀହା): ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବାଜଗତ, ମ.ରାମପୁରଙ୍କ ସହାୟତାରେ ଜୀବନ ଜ୍ୟୋତି କଳା ପରିଷଦ ଅଁଳାପାଲି ଗ୍ରାମରେ ୨୦୦୦ ବୃକ୍ଷ ରୋପଣ କରିବାକୁ ଅଭିଯାନ ଆରମ୍ଭ କରିଛି l ଗିରିଗୋବର୍ଦ୍ଧନ ଉଚ୍ଚ ବିଦ୍ୟା ପୀଠ କେନ୍ଦୁବନ୍ଧ ଠାରୁ ଏନ୍ .ଏଚ୍ ୫୭ ସଢେଲ ପୁଜା ପୀଠ ପଯ୍ୟନ୍ତ ବୃକ୍ଷରୋପଣ ଓ କପିସ କରି ବୃକ୍ଷ ରକ୍ଷଣାବେକ୍ଷଣ କାର୍ଯ୍ୟ ଅନୁଷ୍ଠାନ ଦାୟିତ୍ଵ ନେଇଛି। ଉକ୍ତ କାର୍ଯ୍ୟକ୍ରମରେ ମ.ରାମପୁର ରେଞ୍ଜ ଅଧିକାରୀ ଅସିତ ଦାଶ, ଫରେଷ୍ଟର ଦୀପକ୍ କୁମାର ସା , ଫରେଷ୍ଟ ଗାର୍ଡ ବାଳକୃଷ୍ଣ ଜାଲ, ସେବାଜଗତ ର ଟଙ୍କଧର ବଗର୍ତ୍ତି ପ୍ରମୂଖ ଉପସ୍ଥିତ ହୋଇ ଜୀବନ ଜ୍ୟୋତି କଳା ପରିଷଦ ର ସମସ୍ତ ସଦସ୍ୟଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଝସ୍ କେତନ ସାହୁ, ଶଙ୍କର ସାହୁ, ହିମାଦ୍ରି ସାହୁ,ଖଗେନ୍ଦ୍ର ସାହୁ ,ଯୋଗୀମତ୍ ଜାଲ ତଥା ଗ୍ରାମର କଳାକାର ବୃନ୍ଦ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ପରିଷଦ ର ସଭାପତି ଲକ୍ଷ୍ମଣ ସାହୁ ଏବଂ ଠାକୁର ସାହୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ମ. ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ନନ୍ଦଘର ଠାରେ ମହିଳା ଦିବସ ପାଳନ 

masiha

ମେହେର ଚକ୍ଷୁ ଚିକିତ୍ସାଳୟ ତରଫରୁ ରାଉରକେଲା କଲେଜରେ ଶ୍ରୀଗଣେଶଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା 

Sunil Chandra Nayak

ଜଡ଼ିବୁଟି ଦିବସରେ ଔଷଧୀୟ ଚାରା ରୋପଣ କଲେ ପତାଞ୍ଜଳି ଯୋଗ ପରିବାର

Sunil Chandra Nayak

Leave a Comment

error: Content is protected !!