ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଙ୍ଗଲ ବିଭାଗ କର୍ମଚାରୀଙ୍କ ଜଙ୍ଗଲ ଜମି ଜଵରଦଖଲ ନେଇ ଗ୍ରାମବାସୀଙ୍କ ବିରୋଧ; ଉପଜିଲ୍ଲାପାଳ,ବନଖଣ୍ଡ ଅଧିକାରୀ, ତହସିଲଦାର ଏବଂ ଟାଉନଥାନା ଦ୍ବାରସ୍ଥ ; କାର୍ଯ୍ୟାନୁଷ୍ଠାନ ପାଇଁ ଦାବି 

ଜଙ୍ଗଲ ବିଭାଗ କର୍ମଚାରୀଙ୍କ ଜଙ୍ଗଲ ଜମି ଜଵରଦଖଲ ନେଇ ଗ୍ରାମବାସୀଙ୍କ ବିରୋଧ; ଉପଜିଲ୍ଲାପାଳ,ବନଖଣ୍ଡ ଅଧିକାରୀ, ତହସିଲଦାର ଏବଂ ଟାଉନଥାନା ଦ୍ବାରସ୍ଥ ; କାର୍ଯ୍ୟାନୁଷ୍ଠାନ ପାଇଁ ଦାବି 

 ମୟୂରଭଞ୍ଜ- ୧୩/୦୮ ( ମସିହା)କ୍ଷେତ ଖାଉଛି ବାଡ଼ ! ରାଜ୍ୟ ସରକାର ନିକଟରେ ଘୋଷଣା କରିଛନ୍ତି ସରକାରୀ ଜମି ଦଖଲକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ସହ ଵେଦଖଲ କରାଯିବ । ସରକାରଙ୍କ ଏହି ନିର୍ଦ୍ଦେଶକୁ ଭୃକ୍ଷେପ କରୁ ନାହାନ୍ତି ସରକାରୀ କର୍ମଚାରୀ । ସୂଚନାଯୋଗ୍ୟ ରାଇରଙ୍ଗପୁର ବନଖଣ୍ଡ କାର୍ଯ୍ୟାଳୟର ଜଣେ କାର୍ଯ୍ୟରତ ବନ ବିଭାଗ କର୍ମଚାରୀ ହଳଦା ପଞ୍ଚାୟତର ବଡ଼ବାଇକଳା ଗ୍ରାମର ସଂରକ୍ଷିତ ଜଙ୍ଗଲ ଜମିକୁ କିଛି ବର୍ଷ ହେଲା ଜଵର ଦଖଲ କରି ରଖିଛନ୍ତି ।ଜଙ୍ଗଲ ଜମିକୁ ସବୁଜିମା କରିବା ପାଇଁ ଗ୍ରାମବାସୀ ଅଣ୍ଟା ଭିଡିଛନ୍ତି । ସେଥିପାଇଁ ସେମାନେ ସେହି ଜମିରେ ଗ୍ରାମବାସୀ ବିଭିନ୍ନ କିସମର ଗଛ, ଔଷଧୀୟ ଗଛ ଲଗାଇ ଥିଲେ । ଜବରଦଖଲକାରୀ ବନ ବିଭାଗ କର୍ମଚାରୀ ସେହି ଗଛ ଗୁଡ଼ିକୁ ଯୋରଜଵରଦସ୍ତ ଉପାଡିକି ଫୋପାଡି ଦେଇଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି ।

ଲଗାଇ ଥିବାଗଛ ଜଗିବା,ରକ୍ଷଣ, ବେକ୍ଷଣ ପାଇଁ ଗୋଟିଏ ଅସ୍ଥାୟୀ ପୋଲିଥିନ ମରା ଆବାସ କରିଥିଲେ ତାକୁ ମଧ୍ୟ ନିଆଁ ଲଗାଇ ପୋଡି ଦେଇଥିବା ଅଭିଯୋଗ ଗ୍ରାମବାସୀ କହୁଛନ୍ତି।ଜଣେ ବନ ବିଭାଗ କର୍ମଚାରୀଙ୍କ ଏତାଦୃଶ କାର୍ଯ୍ଯାକଳାପ ନେଇ ସୋମବାର ଦିନ ଗ୍ରାମବାସୀ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ , ରାଇରଙ୍ଗପୁର ଉପଜିଲ୍ଲାପାଳ, ତହସିଲଦାର, ରାଇରଙ୍ଗପୁର ଥାନାଧିକାରୀଙ୍କୁ ସାକ୍ଷାତକାର ଲିଖିତ ଅଭିଯୋଗ ପ୍ରଦାନ କରିବା ସହ ତୁରନ୍ତ ସଠିକ୍ ତଦନ୍ତ କରି ଜବରଦାଖଲକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି । ଗ୍ରାମବାସୀମାନେ କହିବା କଥା ଜଙ୍ଗଲ ବିଭାଗ କର୍ମଚାରୀ ଏବଂ ସରକାରୀ କର୍ମଚାରୀ ଯଦି ଏଭଳି ଅନୈତିକ କାର୍ଯ୍ଯ କରିବେ ତାହାହେଲେ ସାଧାରଣ ଲୋକ କ’ଣ କରିବେ ? ତେଣୁ ସେମାନଙ୍କୁ ନ୍ୟାୟ ମିଳୁ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ପୌରାଣିକ ନାଟକ ” ମହାଦାନୀ କର୍ଣ୍ଣ ” ର ସଫଳ ରୂପାୟନ

masiha

ଫସଲ ଉଜାଡି ଦେଲା କାଣ୍ଡବିନ୍ଧା ପୋକ । ଅମଳ ସମୟରେ ନଷ୍ଟ ହୋଇଗଲା ଏକର ଏକର ଫସଲ । ଆଜି ଅଭିଯୋଗ ଆଣିଲେ ଚାଷୀ 

masiha

ଆତ୍ମବିଶ୍ବାସ ଦିବ୍ୟାଙ୍ଗଙ୍କୁ ସଫଳତା ଦେବ

Sunil Chandra Nayak

Leave a Comment

error: Content is protected !!