ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେରଳ ଭୁସ୍କଳନ ପ୍ରପୀଡ଼ିତ ଙ୍କ ପାଇଁ ସି ପି ଆଇ ଏମ୍ ର ରିଲିଫ ସଂଗ୍ରହ ଅଭିଯାନ

କେରଳ ଭୁସ୍କଳନ ପ୍ରପୀଡ଼ିତ ଙ୍କ ପାଇଁ ସି ପି ଆଇ ଏମ୍ ର ରିଲିଫ ସଂଗ୍ରହ ଅଭିଯାନ

ରାଉରକେଲା:ସି ପି ଆଇ ଏମ୍ କେନ୍ଦ୍ର କମିଟି ଆହ୍ୱାନରେ ପାର୍ଟିର ସମସ୍ତ କମିଟି କେରଳ ଭୁସ୍କଳନ ପ୍ରପୀଡ଼ିତ ଙ୍କ ସମେତ ଆମ ଦେଶର ବିଭିନ୍ନ ରାଜ୍ୟରେ ଆସିଥିବା ବନ୍ୟା ଓ ପ୍ରାକୃତିକ ଦୁର୍ବିପାକ ପ୍ରପୀଡ଼ିତ ମାନଙ୍କୁ ରିଲିଫ୍ ସହାୟତା ଯୋଗାଇଦେବା ପାଇଁ ରିଲିଫ ସଂଗ୍ରହ ଅଭିଯାନ ଚଳାଇ ରଖିବାକୁ ଆହ୍ୱାନ ଦେଇଥିଲା ବେଳେ ସି ପି ଆଇ ଏମ୍ ରାଉରକେଲା ଆଂଚଳିକ କମିଟି ପକ୍ଷରୁ ଆଜି ସଂଧ୍ୟା ରେ ରାଉରକେଲା ବଜାର ବିଶ୍ରା ଛକ ଠାରୁ ଗାନ୍ଧୀ ରୋଡ଼,ନୂଆ ବସଷ୍ଟାଣ୍ଡ ଅଂଚଳରେ ରିଲିଫ ସଂଗ୍ରହ କରାଯାଇଛି। ପାର୍ଟିର ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ଶ୍ରୀମନ୍ତ ବେହେରା, ରାଉରକେଲା ଆଂଚଳିକ କମିଟି ସଂପାଦକ ରାଜ କିଶୋର ପ୍ରଧାନ, ଜିଲ୍ଲା କମିଟି ସଦସ୍ୟ ବି ପି ମହାପାତ୍ର, ବସନ୍ତ ନାୟକ, ଆଂଚଳିକ କମିଟି ସଂପାଦକ ମଣ୍ଡଳୀ ସଦସ୍ୟ ବିଶ୍ଵଜିତ ମାଝୀ, ସୁରେନ୍ଦ୍ର ମହାନ୍ତି, ଦିବାକର ମହାରଣା, ଅରୁଣ ମହାରଣା, ବସନ୍ତ ପାଢ଼ୀ, ସଚିନ୍ ରାୟ, ସୁରେନ୍ଦ୍ର ବେହେରା, ପ୍ରଦୀପ ଗୈ।ଡ଼, ଶତୃଘ୍ନ ବେହେରା, ଏନ୍ କେ ରାଉତରାୟ, ପ୍ରମୋଦ ପରିଡ଼ା, ଜନ୍ମେଜୟ ଘୋଷ, ଆଦିତ୍ୟ ନାୟକ ପ୍ରମୁଖ ଙ୍କ ପାର୍ଟିର ବହୁ ସଦସ୍ୟ ସାମିଲ ହୋଇଥିଲେ।ସି ପି ଆଇ ଏମ୍ ପକ୍ଷରୁ କେରଳ ଭୁସ୍କଳନ ବିଧ୍ୱସ୍ତ ଲୋକଙ୍କ ଏହି ଦୁର୍ଦ୍ଦିନ ରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ସାରା ଦେଶର ମାନବ ପ୍ରେମୀ ଜନତା ତଥା ବିଭିନ୍ନ ଅନୁଷ୍ଠାନ ଆଗେଇ ଆସିବାକୁ ସି ପି ଆଇ ଏମ୍ ରାଉରକେଲା ଆଂଚଳିକ କମିଟି ପକ୍ଷରୁ ନିବେଦନ କରାଯାଇଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କ୍ରାନ୍ତି ତରଫରୁ ବିଶ୍ବ ତମାଖୁ ବର୍ଜନ ଦିବସ ପାଳିତ

ଡ଼ୁମେରଗୁଡା ରେ ନୂତନ ଧାନ ମଣ୍ଡି ଉଦଘାଟିତ

masiha

ପୋଖରୀ ରେ ବୁଡି ଯୁବକ ଙ୍କ ମୃତ୍ୟୁ 

masiha

Leave a Comment

error: Content is protected !!