ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଲେରୋ ଓ ଟ୍ରକ ଧକ୍କାରେ ଡ୍ରାଇଭର ମୃତ,୪ ଗୁରୁତର।

ବଲେରୋ ଓ ଟ୍ରକ ଧକ୍କାରେ ଡ୍ରାଇଭର ମୃତ,୪ ଗୁରୁତର।

କ୍ଷତିପୂରଣ ଦାବୀରେ ପରିବାର ଲୋକଙ୍କ ଜାତୀୟ ରାଜପଥ ୨୬କୁ ଅବରୋଧ 

ଜୁନାଗଡ,୨୩/୦୮( ମନୀସ )ଆଜି ସକାଳ ୬ ଟା ସମୟରେ ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ମହୁଲପାଟଣା ଗ୍ରାମରୁ ରୋଗୀଙ୍କୁ ନେଇ ଏକ ବଳେରୋରେ ଭବାନୀପାଟଣା ଡାକ୍ତରଖାନାକୁ ଯାଉଥିଲା । ଜୁନାଗଡ଼ ଥାନା ଅନ୍ତର୍ଗତ ମଥୁରା ନିକଟରେଏକ ଟ୍ରକ ସହ ବାଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ବିରିକୋଟ ଗ୍ରାମର ଡ୍ରାଇଭର ଦିଲ୍ଲୀପ ନାଏକଙ୍କ ମୃତ୍ୟୁ ହୋଇଥିଲା । ବଳେରୋ ଗାଡି ରେ ବସିଥିବା ଅନ୍ୟ ୪ ଜଣ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।ଏ ସଂକ୍ରାନ୍ତରେ ଜୁନାଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାଯାଇଛି। ଅନ୍ୟ ପକ୍ଷରେ କ୍ଷତିପୂରଣ ଦାବିରେ ପରିବାର ଲୋକଙ୍କ ଦୁର୍ଘଟଣା ସ୍ଥଳରେ ଜାତୀୟ ରାଜପଥ ୨୬କୁ ଅବରୋଧ କରିଥିଲେ lଫଳରେ ଜାତୀୟ ରାଜପଥ ର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିଥିଲା। ଘଟଣାସ୍ଥଳରେ ଜୁନାଗଡ ଥାନା ଅଧିକାରୀ ଉଲ୍ଲାସ ରାଉତ ଓ ଜୁନାଗଡ ଅତିରିକ୍ତ ତହସିଲଦାର ପହଂଚି ୫୦ ହଜାରଟଙ୍କା କ୍ଷତି ପୂରଣ ଦେବା ପ୍ରତିଶୃତି ପରେ ସନ୍ଧ୍ୟା ରେ ରାସ୍ତା ରୋକ୍ ହଟିଥିଲା ଓ ସାଧାରଣ ଚଳପ୍ରଚଳ ସ୍ୱାଭାବିକ ହୋଇଥିଲାl

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବଣ ପାହାଡ଼ ଘେରା ଦୁର୍ଗମ ଅଞ୍ଚଳୁ ପାଦରେ ଚାଲି ଚାଲି ଯାଇ ଲୋକଙ୍କ ସମସ୍ୟା ବୁଝିଲେ ଲକ୍ଷ୍ମୀପୁର ବିଡ଼ିଓ ପ୍ରୀତି ରଞ୍ଜନ ରଥ

Sunil Chandra Nayak

ବିଶ୍ବ ଆଦିବାସୀ ଦିବସ ଅବସରରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ”ଖେ୍ରୱାଲ ଜୁମିଡ଼”ତରଫରୁ ରକ୍ତଦାନ ଶିବିର ; ୪୫ ୟୂନିଟ ରକ୍ତ ସଂଗୃହୀତ 

Sunil Chandra Nayak

ଖୁଣ୍ଟିଆ ଗ୍ରାମର ଦାଦନ ଖଟିବାକୁ ଯାଇଥିବା ଯୁବକଙ୍କ ଶବ ହାଇଦ୍ରାବାଦ ନିକଟରେ ଥିବା ଟ୍ରେନ ଲାଇନରୁ ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!