ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁଳା’ପୁଳା କଳା ପୋଲଥିନରେ ଭରା ଯୋଡ଼ା ସହର ଦୋକାନ’ବଜାର

ପୁଳା’ପୁଳା କଳା ପୋଲଥିନରେ ଭରା ଯୋଡ଼ା ସହର ଦୋକାନ’ବଜାର

ଯୋଡ଼ା:-କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ଅଧୀନରେ ଥିବା ବଡରୁ ଛୋଟ ପ୍ରାୟ ବ୍ୟବସାୟରେ ବ୍ୟବହୃତ ପୁଳା’ପୁଳା କଳାରଙ୍ଗ ଯୁକ୍ତ ପୋଲଥିନ ଦୀର୍ଘଦିନ ଧରି ହୋଇବ ବ୍ୟାପକ ବଢ଼ିବାରୁ ମୁଣ୍ଡ ବିନ୍ଧାର କାରଣ ସାଧାରଣ ଲୋକଙ୍କର ପାଲଟିଥିବା ଜଣାପଡେ ।ହେଲେ ଏହି କଳା ରଙ୍ଗଯୁକ୍ତ ପୋଲଥିନ ସହର ମଧ୍ୟକୁ ଆସିବା ଯେତିକି ସହଜ ବନିଛି ତାଠାରୁ ଅତିସହଜ ହୋଇପାଇଛି ଯୋଡ଼ା ପୌରପାଳିକା ଅନ୍ତର୍ଗତରେ ଥିବା ପ୍ରାୟ ଛୋଟରୁ ବଡ ବ୍ୟବସାୟ ଦୋକାନ’ବଜାର ଗୁଡିକରେ ପ୍ରଚଳିତ ଉକ୍ତ ପୋଲଥିନ ଦ୍ୱାରା ଗମ୍ଭୀର ବିଷୟ ସାଧାରଣଙ୍କ ନିକଟରେ ପାଲଟିଛି ବୋଲି ଜାଣିବାକୁ ମିଳେ।ତେବେ ଗତ କିଛିବର୍ଷ ହେବ ପୌରାଞ୍ଚଳର ସ୍ୱଛତକୁ ବଜାଏ ରଖିବା ଏବଂ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ସହରକୁ ବିଷାକ୍ତ ପୋଲଥିନ ମୁକ୍ତ କରିବା ନିମନ୍ତେ ଯୋଡ଼ା ପୌରପାଳିକା ପକ୍ଷରୁ କେଇ ପ୍ରକାରର ପଦକ୍ଷେପ ନେବା ସହ ନିମ୍ନ’ମାନର ପୋଲଥିନ ଏବଂ ବିଷାକ୍ତ ପୋଲଥିନ ବ୍ୟବସାୟୀ ତଥା ବ୍ୟବହୃତ କରୁଥିବା ବ୍ୟବସାୟୀଙ୍କ ପ୍ରତି ବାରମ୍ବାର ଚଢ଼ାଉ କରି, ଜରିମାନା ଆଦାୟ ଦ୍ୱାରା ସହରରୁ ଏକପ୍ରକାରର ବିଷାକ୍ତ ପୋଲଥିନ ବ୍ୟବସାୟ ଠାରୁ ଆରମ୍ଭ କରି ପ୍ରଚଳନ ଯୋଡ଼ା ସହରେ କିଛିଦିନ ଠପ ହୋଇଥିଲା।ହେଲେ ଦିନ କେଇଟାରେ ଦାୟୁତ୍ୱବାନ ଅଫିସରଙ୍କ ଅବହେଳା ଏବଂ ଦାୟୁତ୍ୱହୀନତା ଫଳସ୍ୱରୂପ ହେତୁ ପୁଣି ସହରର ପ୍ରାୟ ଦୋକାନ ବ୍ୟବସାୟ ଗୁଡିକରେ ଏହି କଳା ଯୁକ୍ତ ପୋଲଥିନ ସାମଗ୍ରୀ ଦେବାରେ ଗ୍ରାହକଙ୍କୁ ଦିଆଯାଉଥିବାର ଦେଖିବାକୁ ମିଳେ।ଏପରିକି ସମସ୍ତ ଜଳଖିଆ ଦୋକାନଙ୍କ ଠାରୁ ଆରମ୍ଭ କରି ଡାଲି’ଚାଉଳ ତେଜରାତି ଦୋକାନ, ଆମିଷ ଦୋକାନ, ପନି’ପାରିବା ଦୋକାନ ପ୍ରଭୁତି ଦେବାର ଦୃଶ୍ୟ ଦେଖିବାକୁ ମିଳେ।ତେବେ ଯୋଡ଼ା ପୌରପାଳିକା କିମ୍ବା ଦାୟୁତ୍ୱବାନ ଅଧିକାରୀଙ୍କ ସହରରେ ବ୍ୟବହୃତ ଏହି କଳା ପୋଲଥିନକୁ ପରୀକ୍ଷା କରି, ବନ୍ଦ ନିମନ୍ତେ ସମସ୍ତ ଦୋକାନ’ବ୍ୟବସାୟରେ କାର୍ଯାନୁଷ୍ଠାନ ଗ୍ରହଣ କରିବା ହୋଇଲେ ସହରର ପୁନଃ ସ୍ୱଛତା ଏବଂ ବିଷାକ୍ତ ପୋଲଥିନରୁ ସାଧାରଣ ପୌରବାସୀଙ୍କୁ ମୁକ୍ତି ମିଳିବ ବୋଲି ବୁଦ୍ଧିଜୀବି ମହଲରେ ତୀବ୍ର ଦାବୀ ହେଉଥିବାରୁ ଜଣାପଡେ।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ଭାରସାମ୍ୟ ହରାଇ ଓଲଟିଲା ଚାଉଳ ବୋଝେଇ ଟ୍ରକ

Sunil Chandra Nayak

ଟ୍ରକର ପଛକୁ ପିଟିଲା ଟ୍ରକ: ଚାଳକ ଗୁରୁତର

masiha

ଅନିୟମିତତା ଅଭିଯୋଗ ଆଣି ବାଗପଞ୍ଚମୀ ଅଙ୍ଗନୱାଡି କେନ୍ଦ୍ରରେ ତାଲା ପକାଇଲେ ଅଭିଭାବକ ଓ ମହିଳା ହିତାଧିକାରୀ

masiha

Leave a Comment

error: Content is protected !!