ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭେଜିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଗୁରୁଦିବସ ପାଳନ

ଭେଜିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଗୁରୁଦିବସ ପାଳନ

ଭବାନୀପାଟଣା -୫/୯-ସଦର ବ୍ଲକ ଅନ୍ତର୍ଗତ ଭେଜିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଭାରତରତ୍ନ ଡ଼ : ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ୧୩୬ ତମ ଜୟନ୍ତୀ ତଥା ଗୁରୁଦିବସ ପାଳନ ହୋଇଯାଇଛି l ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ଖମାରୀ ଙ୍କ ପୌରୋହିତ୍ୟ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଭବାନୀପାଟଣା କଲେଜ ଛକ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଶାଖା ପରିଚାଳକ ସୁମିତ ନାଗ ମୁଖ୍ୟ ଅତିଥି ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୂର୍ଯ୍ୟ ନାରାୟଣ ମହାନ୍ତି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ l ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ରାଧାକୃଷ୍ଣନ ଙ୍କ ଫଟୋଚିତ୍ର ରେ ଧୂପ, ଦୀପ ଓ ମାଲ୍ୟାର୍ପଣ ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗୁରୁ ପୂଜନ କରାଯାଇଥିଲା l ଅଜ୍ଞାନ ରୂପକ ଅନ୍ଧାର ରୁ ଜ୍ଞାନ ରୂପକ ଆଲୋକ ପ୍ରଦାନ କରୁଥିବାରୁ ଗୁରୁ ଯୁଗେ ଯୁଗେ ବନ୍ଦନୀୟ l ଭାରତୀୟ ସଂସ୍କୃତି ରେ ଗୁରୁ ଶିଷ୍ୟ ପରମ୍ପରା ର ଅନେକ ନିଦର୍ଶନ ଉତ୍ଥାପନ କରି ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ l ଶିକ୍ଷୟିତ୍ରୀ ସ୍ଵାଗତିକା ନେଗୀ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଶେଷରେ ସହକାରୀ ଶିକ୍ଷକ ପଦ୍ମନାଭ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

ପ୍ରଦିପ କୁମାର ସେନାପତି ଙ୍କ ରିପୋର୍ଟ ରୁପ୍ରା କଳାହାଣ୍ଡି

Related posts

Social Worker Professor Dr.Kalimulla feliciated.

Sunil Chandra Nayak

ସମାଜ ସେବିକା ଯୋଷ୍ନା ବାଳା ମହାନ୍ତି ଙ୍କ ପୁଣ୍ୟ ତିଥି ପାଳିତ 

Sunil Chandra Nayak

ନୂଆ ଏନଏସି ଓ ମ୍ୟୁନିସପାଲିଟି ଘୋଷଣା ପରେ ପୁଣି ତେଜିଲା ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବୀ

Sunil Chandra Nayak

Leave a Comment

error: Content is protected !!